Videos
|
Odisha

ଅନୁଗୁଳ ଓ ଗଜପତିରେ ବଡ଼ ଧରଣର IT ରେଡ୍

Rashmita Mishra
Browse all articles by Rashmita Mishra
·1 year ago·1 min read
ଅନୁଗୁଳ ଓ ଗଜପତିରେ ବଡ଼ ଧରଣର IT ରେଡ୍


ଅନୁଗୋଳ ଜିଲା କରଡ଼ାଗାଡ଼ିଆଠାରେ ଥିବା ଦେଶୀଭାଟିର ମୁଖ୍ୟ ଗୋଦାମ ଉପରେ ଆୟକର ବିଭାଗର ୯ ଜଣିଆ ଟିମ୍‌ ଚଢ଼ାଉ କରିଛନ୍ତି। ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ବିଭିନ୍ନ ପ୍ରତିଷ୍ଠାନ ଉପରେ ଚଢ଼ାଉ ହୋଇଛି। ଆଜି ସକାଳୁ ଚାଲିଛି ଚଢ଼ାଉ। ଏକାଧିକ ଟିମ୍‌ କରୁଛନ୍ତି। ଶକ୍ତି ମଲ୍ଟ ଏୟାର ଲିମୋନେଡ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀର ଥିବା ବିଭିନ୍ନ ସଂସ୍ଥା ଉପରେ ମଧ୍ୟ ଚାଲିଛି ଚଢ଼ାଉ।

ଅନୁଗୁଳରେ ପ୍ରତିଷ୍ଠିତ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ ଆୟକର ବିଭାଗର ରେଡ୍ । ଘର ସମେତ ବିଭିନ୍ନ ପ୍ରତିଷ୍ଠାନରେ ଚଢାଉ ଚାଲିଛି । ବିକ୍ରମଙ୍କ ଆନନ୍ଦ ବଜାର ସ୍ଥିତ ପିତୃକ ଘର ଓ ପଞ୍ଚମହଲା ସ୍ଥିତ ମଦ ଫ୍ୟାକ୍ଟ୍ରି ସମେତ ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍ । ଢେଙ୍କାନାଳ,ଅନୁଗୁଳ, ପୁରୀ, ପାରଳାଖେମୁଣ୍ଡି ଓ ଭୁବନେଶ୍ୱରରେ ଚାଲିଛି ରେଡ।

ମଦ ବ୍ୟବସାୟୀଙ୍କ ଘରେ ବଡ଼ଧରଣର ଆଇଟି ରେଡ୍‌। ଆୟକର ଫାଙ୍କିଥିବା ନେଇ ବ୍ୟବସାୟୀ ବିକ୍ରମ ସାହୁଙ୍କ ବିଭିନ୍ନ ପ୍ରତିଷ୍ଠାନରେ ଚଢ଼ାଉ କରାଯାଉଛି। ଅନୁଗୋଳ ସମେତ ତାଳଚେର, କାମାକ୍ଷାନଗର, ପୁରୀ ଏବଂ ଭୁବନେଶ୍ବରରେ ଚଢ଼ାଉ କରାଯାଉଛି। ପାରଳାଖେମୁଣ୍ଡିର ୩ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରେଡ୍‌ କରାଯାଉଛି। ଆଜି ଭୋର୍‌ର ରେଡ୍‌ ଆରମ୍ଭ ହୋଇଥିବା ବେଳେ ଚଢ଼ାଉ ଏବେ ବି ଜାରି ରହିଛି।

ସେପଟେ ଗଜପତିରେ ବି ଦୁଇ ବ୍ୟବସାୟୀ ଭାଇଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ପାରଳାଖେମୁଣ୍ଡିର ଦୁଇ ବ୍ୟବସାୟୀ ତିରୁପତି ସାହୁକାର ଓ ସୋମେଶ୍ବର ସାହୁକାରଙ୍କ ଘରେ ଚଢ଼ାଉ ହୋଇଛି । ଆୟକର ବିଭାଗର ୧୨ ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି । ଆୟକର ଫାଙ୍କି ଅଭିଯୋଗରେ ଏ ରେଡ୍ ଚାଲିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
massive-it-raids-in-angul-and-gajapati | Argus News