Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

IAS Resuffle / IAS ସ୍ତରରେ ବଡ଼ ଧରଣର ଅଦଳବଦଳ

Smruti Parija
Browse all articles by Smruti Parija
·9 months ago·2 min read
IAS ସ୍ତରରେ ବଡ଼ ଧରଣର ଅଦଳବଦଳ

Key Points

ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ

BMC କମିଶନର ଚଞ୍ଚଳ ରାଣାଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ବ

ଦୀପଙ୍କର ମହାପାତ୍ର ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତ

ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ । ଏନ୍‌. ଥିରୁମାଲା ନାଏକ ହେଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ । ମାନସୀ ନିମ୍ଭାଲ ଉଠା ଜଳସେଚନ ନିଗମ ଏମ୍‌ଡି ନିଯୁକ୍ତ ହୋଇଛନ୍ତି । ସୁରେନ୍ଦ୍ର କୁମାର ମୀନା ହେଲେ ST/SC ବିକାଶ ବିଭାଗର ଅତିରିକ୍ତ ସଚିବ । ଶୁଭଶ୍ରୀ ନନ୍ଦ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ ।


ବିଏମ୍‌ସି କମିଶନର ଚଞ୍ଚଲ ରାଣାଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ବ । ଚଞ୍ଚଲ ରାଣାଙ୍କୁ ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ଏମ୍‌ଡି ନିଯୁକ୍ତ ହୋଇଛି । ଗିରିଶ ଏସ୍‌.ଏନ୍‌ଙ୍କୁ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ପ୍ରେମଜିତ୍ ନାୟକ ହେଲେ ST ବିଭାଗର ନିର୍ଦ୍ଦେଶକ ନିଯୁକ୍ତ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଦୀପଙ୍କର ମହାପାତ୍ର ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ପ୍ରଣତି ଛୋଟରାୟ ହେଲେ ଗୃହ ବିଭାଗର ଅତିରିକ୍ତ ସଚିବ । ନିବେଦିତା ପୃଷ୍ଟି ବୟନିକାର ଏମ୍‌ଡି ନିଯୁକ୍ତ ହୋଇଛନ୍ତି । ମଧୁସ୍ମିତା ସାମଲ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ନିଯୁକ୍ତ । ସଞ୍ଜୟ ବିଶ୍ବାଳଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଛି ।


କେନ୍ଦ୍ରୀୟ ଡେପୁଟେସନ ପାଇଁ ଦାୟିତ୍ବମୁକ୍ତ ହେବେ ୩ IAS ଅଧିକାରୀ । ଆସନ୍ତା ୧୩ ତାରିଖରେ ଦାୟିତ୍ବମୁକ୍ତ ହେବେ ୩ IAS ଅଧିକାରୀ । ଶାଳିନୀ ପଣ୍ଡିତ, ସମର୍ଥ ବର୍ମା, ସ୍ବଧା ଦେବ ସିଂ ହେବେ ଦାୟିତ୍ବମୁକ୍ତ । ଅର୍ଥ ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବେ ଦାୟିତ୍ବ ନେବେ ଶାଳିନୀ ପଣ୍ଡିତ । ସମର୍ଥ ବର୍ମା ବନ୍ଦର ଓ ଜଳପଥ ଭାବେ ନେବେ ଦାୟିତ୍ବ । ସ୍ବଧା ଦେବ ସିଂ ଜନଗଣନା ଅପରେସନ ନିର୍ଦ୍ଦେଶକ ଭାବେ ନେବେ ଦାୟିତ୍ବ ।

Related Topics

Explore more stories

Sponsored
IAS Resuffle | massive-reshuffle-at-ias-level-in-the-state | Argus News