Waterspout / ସମୁଦ୍ର ମଝିରେ ବିରାଟ ହାତୀଶୁଣ୍ଢ... ସୁ ସୁ ଗର୍ଜନ କରି ଆକାଶକୁ ଟାଣିନେଲା ହଜାର ହଜାର ଲିଟର ପାଣି

Key Points
ସମୁଦ୍ର ମଝିରେ ବିରାଟ ହାତୀଶୁଣ୍ଢ...
ସୁ ସୁ ଗର୍ଜନ କରି ଆକାଶକୁ ଟାଣିନେଲା ହଜାର ହଜାର ଲିଟର ପାଣି
ସମୁଦ୍ର ମଝିରେ ବିରାଟ ହାତୀଶୁଣ୍ଢ... ସୁ ସୁ ଗର୍ଜନ କରି ଆକାଶକୁ ଟାଣିନେଲା ହଜାର ହଜାର ଲିଟର ପାଣି । ଅଦ୍ଭୁତ ଦୃଶ୍ୟ ଦେଖି ଲୋକେ ହୋଇଗଲେ ଆଶ୍ଚର୍ଯ୍ୟ । ମନରେ ପ୍ରଶ୍ନ ଆସୁଛି କି ଓଡ଼ିଶାକୁ ପୁଣି ବଡ଼ ବିପଦ ମାଡ଼ିଆସୁନି ତ ? ପ୍ରଳୟଙ୍କାରୀ ବାତ୍ୟାର ପୂର୍ବ ଆଭାଷ ନୁହେଁ ତ ?
ପୁରୀଜିଲ୍ଲାର ଅସ୍ତରଙ୍ଗ ପିର ଯାହାନିଆ ସମୁଦ୍ର କୁଳ ହେଉଛି ଓଡ଼ିଶାର ଏକ ପ୍ରମୁଖ ପର୍ଯଟକ ସ୍ଥଳ । ଏଠାରେ ପ୍ରାୟ ସବୁସମୟରେ ପର୍ଯଟକଙ୍କର ଗହଳି ଦେଖିବାକୁ ମିଳିଥାଏ । ଅନ୍ୟ ସମୟ ଭଳି ଆଜି ମଧ୍ୟ ଅସ୍ତରଙ୍ଗ ସମୁଦ୍ରରେ ପର୍ଯଟକ ମାନେ ଗାଧୋଉଥିବାବେଳେ ସମୁଦ୍ର ଭିତରେ ଦେଖିବାକୁ ମିଳିଥିଲା ଏକ ବିରଳ ଚିତ୍ର ।
ପାଗ ଠିକଠାକ୍ ରହିଥିବା ବେଳେ ହଠାତ ସମୁଦ୍ର ଉପରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ ଆଉ ଏହି ମେଘ ବାଦଲରୁ ସମୁଦ୍ର ମଧ୍ୟକୁ ଲମ୍ବିଯାଇଥିଲା ଏକ ଲମ୍ବା ହାତୀଶୁଣ୍ଢ । ଏହି ହାତୀଶୁଣ୍ଢ ପଡିବା ପରେ ସମୁଦ୍ର ମଧ୍ୟରେ ଆରମ୍ଭ କରିଥିଲା ଏକ ଜଳଚକ୍ର । ଏହି ହାତୀ ଶୁଣ୍ଢ ସମୁଦ୍ରରୁ ଟାଣି ନେଉଥିଲା ହଜାର ହଜାର ଲିଟର ସମୁଦ୍ର ଜଳ ।
ଆଉ ଏହି ବିରଳ ଚିତ୍ର ଦେଖିବାକୁ ମିଳିଥିଲା ସମୁଦ୍ର କୁଳଠାରୁ ମାତ୍ର କେଇ କିଲୋମିଟର ଦୂରରେ । ଏ ଭଳି ଦୃଶ୍ୟ କୁ ସମୁଦ୍ର କୂଳରେ ରହିଥିବା ପର୍ଯଟକ ମାନେ ଉପଭୋଗ କରିବା ସହିତ ନିଜ ନିଜ ମୋବାଇଲ ରେ ଭିଡିଓ ସୁଟିଂ କରି ଚାଲିଥିଲେ ।
ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଆସନ୍ତା ୪୮ ଗଣ୍ଟା ମଧ୍ୟରେ ଘନୀଭୂତ ହୋଇପାରେ ଯଦି ଘନୀଭୂତ ହୁଏ ତେବେ ଓଡ଼ିଶାକୁ ବାତ୍ୟା ବିପଦ ରହିଛି । କିନ୍ତୁ ବାତ୍ୟାକୁ ନେଇ ଏପର୍ଯ୍ୟନ୍ତ ପାଣିପାଗ ବିଭାଗ କୌଣସି ସୂଚନା ଦେଇ ନାହାନ୍ତି। ହେଲେ ଅସ୍ତରଙ୍ଗରେ ଏଭଳି ଦୃଶ୍ୟ ବାତ୍ୟାର ପୂର୍ବାଭାଷ ବୋଲି ଲୋକେ ଆଶଙ୍କା କରିଛନ୍ତି ।
ସମୁଦ୍ର ମଝିରେ ହାତୀଶୁଣ୍ଢ କଣ ?
ଏହା ଏକ ପ୍ରକାର ଘୂର୍ଣ୍ଣିବାତ୍ୟା, ଯାହା ପାଣି ଉପରେ ସୃଷ୍ଟି ହୋଇଥାଏ । ଦେଖିବାକୁ ଏହା ଆକାଶରୁ ସମୁଦ୍ର ପାଣିକୁ ସଂଯୋଗ କରୁଥିବା ଏକ ଲମ୍ବା ସ୍ତମ୍ଭ ପରି ଲାଗେ, ଯାହା ହାତୀର ଶୁଣ୍ଢ ପରି ଦେଖାଯାଏ ।
କିପରି ସୃଷ୍ଟି ହୁଏ ?
ଯେତେବେଳେ ଉଷ୍ଣ ଓ ଆର୍ଦ୍ର ବାୟୁ ଥଣ୍ଡା ବାୟୁ ସହ ମିଶେ, ସେତେବେଳେ ଏହା ସୃଷ୍ଟି ହୁଏ । ଏହା ମୁଖ୍ୟତଃ କୁମୁଲୁନିମ୍ବସ (Cumulonimbus) ମେଘରୁ ସୃଷ୍ଟି ହୋଇ ପାଣିକୁ ଟାଣି ନେଇଥାଏ ।
📱 Get Argus News App
✨Related Topics
Explore more stories