Bhubaneswar Driver Protest / ମାଷ୍ଟରକ୍ୟାଣ୍ଟିନ ପାଲଟିଲା ରଣକ୍ଷେତ୍ର: ୧୧୩ ଡ୍ରାଇଭର ଗିରଫ, ୩୫୪ ଗାଡ଼ି ଜବତ

Key Points
ପୋଲିସ-ଡ୍ରାଇଭର ମୁହାଁମୁହିଁ ୩୫୪ ଗାଡ଼ି ଜବତ ।
ଆନ୍ଦୋଳନ ହେଲା ଉଗ୍ର ୨୦ରୁ ଅଧିକ ପୋଲିସ ଆହତ ।
ମାଷ୍ଟରକ୍ୟାଣ୍ଟିନ ପାଲଟିଲା ରଣକ୍ଷେତ୍ର ୭ ମାମଲା, ୧୧୩ ଗିରଫ ।
ମାଷ୍ଟର କ୍ୟାଣ୍ଟିନରେ ଅନଲାଇନ ଗାଡି ଚାଳକ ଓ ପୋଲିସ କର୍ମୀ ମୁହାଁ ମୁହିଁ ଘଟଣା । ୧୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଆଉ ୬୦ ଜଣଙ୍କୁ ଭଲ ବ୍ୟବହାର ପାଇଁ ନୋଟିସରେ ଛଡ଼ା ଯାଇଛି । ଘଟଣା ସମ୍ପର୍କରେ ୩୫୪ଟି ଗାଡ଼ି ଜବତ କରାଯାଇଛି । ଖାରବେଳନଗର ଥାନାରେ ୭ଟି ଏତଲା ରୁଜୁ ହୋଇଛି ।
ସାଧାରଣ ଲୋକଙ୍କ ଅଭିଯୋଗରେ ଆଧାରରେ ରୁଜୁ ହୋଇଛି ୨ଟି ମାମଲା । ଆମ ବସ୍ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ୪ଟି ମାମଲା ରୁଜୁ । ପୁଲିସ କର୍ମଚାରୀଙ୍କ ରିପୋର୍ଟରେ ଗୋଟିଏ ମାମଲା ରୁଜୁ ହୋଇଥିବା ସୂଚନା । ଆଇନକୁ ହାତକୁ ନେଇ ଅଶାନ୍ତି ସୃଷ୍ଟି କରୁଥିବା ଯେକୌଣସି ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପୋଲିସ ।
ସୂଚନାଥାଉ କି ବିଭିନ୍ନ ଦାବି ନେଇ ଅନଲାଇନ୍ ଅଟୋ ଡ୍ରାଇଭରମାନେ ଆନ୍ଦୋଳନ କରୁଥିଲେ । କିନ୍ତୁ ମଙ୍ଗଳବାର ଦିନ ହଠାତ ସ୍ଥିତି ବଦଳିଗଲା । ରଣକ୍ଷେତ୍ର ପାଲଟିଗଲା ମାଷ୍ଟରକ୍ୟାଣ୍ଟିନ । ପୋଲିସ ଆନ୍ଦୋଳନକାରୀ ମୁହାଁମୁହିଁ । ଆନ୍ଦୋଳନକାରୀମାନେ ଢେଲା ପଥର ମାଡ କରିଥିଲେ । ଏଥିରେ ୨୦ରୁ ଅଧିକ ପୋଲିସ କର୍ମୀ ଆହତ ହେଲେ । ସେପଟେ ପୋଲିସ ୧୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଉ ସେମାନଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା । ଏପରିକି ସିଜ୍ ହୋଇଥିବା ଗାଡିଗୁଡିକର ପଞ୍ଜିକରଣ ରଦ୍ଦ ହେବ ବୋଲି କହିଛନ୍ତି ଡିସିପି ଜଗମୋହନ ମୀନା । ଅନ୍ୟପଟେ ପରିବହନ ମନ୍ତ୍ରୀ କହିଛନ୍ତି ଆଇନକୁ ହାତକୁ ନେବାକୁ କାହାରି ଅଧିକାରୀ ନାହିଁ ।
ସମୟ ଦିନ ୧୨ଟା । ମାଷ୍ଟର କ୍ୟାଣ୍ଟିନ ଛକ । ରାସ୍ତା ଉପରେ ଅନଲାଇନ ଡ୍ରାଇଭରଙ୍କ ଦବଙ୍ଗଗିରି I ଆନ୍ଦୋଳନ ଭିତରେ ହଠାତ୍ ଉତକ୍ଷିପ୍ତ ହୋଇଯାଇଥିଲେ ଶତାଧିକ ଅନଲାଇନ ଡ୍ରାଇଭର । ମାଡି ଆସିଲେ, ଆଉ ହଙ୍ଗାମା କଲେ I ଯାହାକୁ ଦେଖିଲେ ତାକୁ ଆଟାକ କଲେ । ଆନ୍ଦୋଲନ ଉଗ୍ର ରୂପ ନେଇଗଲା ।
ଜାମ ହୋଇଗଲା ରାଜଧାନୀ ରାସ୍ତା I ପୋଲିସ ସେମାନଙ୍କୁ ବୁଝାସୁଝା କରୁଥିଲା । ହେଲେ ଏତିକି ବେଳେ ହଠାତ ପୋଲିସ ଉପରେ ଢେଲା ପଥର ମାଡ଼ । ଢେଲା ପଥର ମାଡ଼ରେ ଭାଙ୍ଗିଲା ୭ରୁ ଅଧିକ ବସ୍ । ୨୦ରୁ ଅଧିକ ପୋଲିସ କର୍ମଚାରୀ ଆହତ । ଏମିତିକି ଡ୍ରାଇଭରଙ୍କ ଆକ୍ରୋଶରୁ ବର୍ତ୍ତି ନଥିଲେ କ୍ୟାପିଟାଲ ଥାନା ଅଧିକାରୀ । ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା । ଭୁବନେଶ୍ୱର ଡିସିପି ନିଜେ ମାଷ୍ଟରକ୍ୟାଣ୍ଟିନ ଛକରେ ପହଞ୍ଚିଥିଲେ । ଉତ୍ୟକ୍ତ ଡ୍ରାଇଭର୍ମାନଙ୍କୁ ଘଉଡାଇବା ପାଇଁ ମୃଦ୍ୟୁ ଲାଠିଚାଳନା କଲେ । ୫୦ରୁ ଅଧିକ ଲୋକ ଗୁରୁତର ଆହତ ହେଲେ I ପ୍ରାୟ ୧ ଘଣ୍ଟାର ହାଇଡ୍ରାମା ପରେ ସ୍ୱାଭାବିକ ହୋଇଥିଲା ରାସ୍ତା ।
📱 Get Argus News App
✨Related Topics
Explore more stories