Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବନ୍ଧା ହେଲେ ମାଷ୍ଟରମାଇଣ୍ଡ ବୋର୍ଡ ଉପ-ସଭାପତି ନିହାର ମହାନ୍ତି

Swoyang prajna Mishra
Browse all articles by Swoyang prajna Mishra
·11 months ago·3 min read
ବନ୍ଧା ହେଲେ ମାଷ୍ଟରମାଇଣ୍ଡ ବୋର୍ଡ ଉପ-ସଭାପତି ନିହାର ମହାନ୍ତି

Key Points

ଖୋଲିଲା ଓଟିଇଟି ପ୍ରଶ୍ନପତ୍ର ଲିକର ଗୁମର
ବନ୍ଧା ହେଲେ ମାଷ୍ଟରମାଇଣ୍ଡ ବୋର୍ଡ ଉପ-ସଭାପତି ନିହାର ମହାନ୍ତି
ଡାଟା ଏଣ୍ଟ୍ରି ଅପରେଟର ଜିତନ ସହ 100 ଥର ଫୋନରେ କଥା ହୋଇଥିଲେ ନିହାର
ଅଢେଇ ଲକ୍ଷରେ ହୋଇଥିଲା ଡିଲ୍
ବୋର୍ଡ ଅଫିସର ୱେବସାଇଟ୍ କେଳେଙ୍କାରୀ ପଛରେ ବି କରିତକର୍ମା ନିହାର !
2022 ମସିହାରେ OTET ପରୀକ୍ଷା ପ୍ରଶ୍ନ ପତ୍ର ଲିକର ଖଳନାୟକ ବି ସେ
କ୍ରାଇମବ୍ରାଞ୍ଚ ଜିଡିଙ୍କ ସୂଚନା ପରେ ଖୋଲୁଛି ନିହାରଙ୍କ କେଳେଙ୍କାରୀର ପେଡି
ପିଲାଙ୍କ ଭବିଷ୍ୟତ ସହ ସାଂଘାତିକ ଖେଳକୁ ମ୍ୟାନେଜ୍ କରିଦେଇଥିଲା ବିଜେଡି ସରକାର

ଖୋଲିଲା ଓଟିଇଟି ପ୍ରଶ୍ନପତ୍ର ଲିକର ଗୁମର
ବନ୍ଧା ହେଲେ ମାଷ୍ଟରମାଇଣ୍ଡ ବୋର୍ଡ ଉପ-ସଭାପତି ନିହା ମହାନ୍ତି
ଡାଟା ଏଣ୍ଟ୍ରି ଅପରେଟର ଜିତନ ସହ 100 ଥର ଫୋନରେ କଥା ହୋଇଥିଲେ ନିହାର
ଅଢେଇ ଲକ୍ଷରେ ହୋଇଥିଲା ଡିଲ୍
ବୋର୍ଡ ଅଫିସର ୱେବସାଇଟ୍ କେଳେଙ୍କାରୀ ପଛରେ ବି କରିତକର୍ମା ନିହାର !
2022 ମସିହାରେ OTET ପରୀକ୍ଷା ପ୍ରଶ୍ନ ପତ୍ର ଲିକର ଖଳନାୟକ ବି ସେ
କ୍ରାଇମବ୍ରାଞ୍ଚ ଜିଡିଙ୍କ ସୂଚନା ପରେ ଖୋଲୁଛି ନିହାରଙ୍କ କେଳେଙ୍କାରୀର ପେଡି
ପିଲାଙ୍କ ଭବିଷ୍ୟତ ସହ ସାଂଘାତିକ ଖେଳକୁ ମ୍ୟାନେଜ୍ କରିଦେଇଥିଲା ବିଜେଡି ସରକାର

ପ୍ରମାଣ ମିଳିଲା, ବନ୍ଧା ହେଲେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି। ଡାଟା ଏଣ୍ଟ୍ରି ଅପରେଟର ଜିତନ ସହ ଶହେ ରୁ ଅଧିକ ଥର କଥାବାର୍ତ୍ତା ହୋଇଥିଲେ ନିହାର । ଯାହା ସନ୍ଦେହକୁ ବଢାଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ରୁ ବାଟବଣା କରୁଥିଲେ ନିହାର। କ୍ରାଇମବ୍ରାଞ୍ଚ ପଚରାଉଚରା ସମୟରେ କହିଥିଲେ , ଲାପଟପରୁ କିପରି ପ୍ରଶ୍ନପତ୍ର ଚୋରି ହେଲା ମୁଁ ଜାଣିନି । କିନ୍ତୁ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରାଣାକୁ ପଚରା ଉଚରା ସମୟରେ ସତ ସାମନାକୁ ଆସିଥିଲା । ନିହାର ତାଙ୍କ ଲାପଟପର ଆକ୍ସେସ ଜିତନଙ୍କୁ ଦେଇଥିଲେ । ଏକଥା କ୍ରାଇମବ୍ରାଞ୍ଚ ଆଗରେ ସ୍ବିକାର କରିଛନ୍ତି ନିହାର । ଯେଉଁଥିରୁ ଚୋରି ହୋଇଥିଲା ପ୍ରଶ୍ନପତ୍ର । ନିୟମ ଅନୁସାରେ ଉପସଭାପତି ଙ୍କ ପାଖକୁ ପ୍ରଶ୍ନ ପତ୍ର ଆସିବା ପରେ ପ୍ରୁଫ କରେକ୍ସନ ହେବା କଥା । ପରେ ପ୍ରଶ୍ନପତ୍ର କୁ ଲାପଟପରୁ ଡିଲିଟ କରିଦେବା କଥା । ହେଲେ ସେହି ପ୍ରଶ୍ନ ପତ୍ର କୁ ଡାଉନଲୋଡ଼ କରିବା ସହ ରିନେମ କରି ନିଜ ଲାପଟପରେ ରଖିଥିଲେ ଉପସଭାପତି।... ଲାପଟପ ରୁ ପ୍ରଶ୍ନ ନେଇ ଶିକ୍ଷକ ନେତା ବିଜୟ ମିଶ୍ର ଙ୍କୁ ଦୁଇ ଲକ୍ଷ 50 ହଜାର ଟଙ୍କା ରେ ବିକିଥିଲା ଜିତନ । ନିହାରଙ୍କ ଜାଣତରେ ଏସବୁ ଘଟିଥି୍ଲା । ...

ନିହାରଙ୍କ ନାଁରେ ଅନେକ କେଳେଙ୍କାରୀରର ଅଭିଯୋଗ । ବୋର୍ଡ ଅଫିସର ୱେବସାଇଟ୍ କେଳେଙ୍କାରୀ ପଛରେ ବି ନିହାର ଅଭିଯୋଗ । ବୋର୍ଡ ଅଫିସର ୱେବସାଇଟ୍ ପରିଚାଳନା ନିହାରଙ୍କ ସଂପର୍କୀୟଙ୍କ ନାଁରେ। ସନ୍ଦେହ ଘେରରେ CHARU MINDWORKS। ଯାହାର ବଡ଼ ପୋଜିସନରେ ଅଛନ୍ତି ମମତା ଗୁପ୍ତା । ଏବେ ପ୍ରଶ୍ନ...
ମମତା ଗୁପ୍ତା କିଏ, ନିହାରଙ୍କ ପରିବାର ସହ ରହିଛି କି ତାଙ୍କର କିଛି ସଂପର୍କ ? ଆଗକୁ ତଦନ୍ତ ପରିସରକୁ ଆସିପାରେ CHARU MINDWORKS । ଏନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ।

2004 ମସିହାରେ ନିହାର ପ୍ରଥମେ ବୋର୍ଡରେ ବ୍ରହ୍ମପୁରରେ ଚାକିରୀ ଆରମ୍ଭ କରିଥିଲେ। ଏହାପରେ ଭୁବନେଶ୍ୱର ଜୋନରେ ମଧ୍ୟ ଦୀର୍ଘବର୍ଷ ଧରି କାମ କରିବା ପରେ ତାଙ୍କର ବଦଳି ହୋଇଥିଲା କଟକ ବୋର୍ଡ କାର୍ଯ୍ୟାଳୟ କୁ । 2013 ରେ ପ୍ରଥମେ ପରୀକ୍ଷା ନିୟନ୍ତ୍ରକ ଏହା ପରେ ସମ୍ପାଦକ ଏବେ ଉପସଭାପତି ପଦ ରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିଲେ। ପୂର୍ବରୁ 2022 ମସିହାରେ OTET ପରୀକ୍ଷା ପ୍ରଶ୍ନ ପତ୍ର ଲିକ ହୋଇଥିଲା । ସେଥିପାଇଁ ମାଲକାନଗିରି ଜିଲ୍ଲା ରେ ପରୀକ୍ଷା କୁ ବାତିଲ କରାଯାଇଥିଲା। ଏଥିରେ ମଧ୍ୟ ଜିତନ ଓ ଉପସଭାପତି ଙ୍କ ସମ୍ପୃକି ଥିବା ଜଣାପଡିଛି । ପୂର୍ବ ସରକାର ସମୟରେ ଏହାକୁ ମ୍ୟାନେଜ କରିଦିଆଯାଇ ଚାପି ଦିଆ ଯାଇଥିଲା ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି । ଏହି ଘଟଣା ରେ ସବୁ ଦିଗକୁ ନେଇ ଏବେ ତଦନ୍ତ କରାଯାଉଛି । ଅଧିକ ତଦନ୍ତ ପାଇଁ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି, ଡାଟାଏଣ୍ଟ୍ରି ଅପରେଟର ଜିତନ ମହାରଣା , ଶିକ୍ଷକ ନେତା ବିଜୟ ମିଶ୍ର ଙ୍କୁ ରିମାଣ୍ଡ ଆଣିବ କ୍ରାଇମବ୍ରାଞ୍ଚ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mastermind Board Vice-Chairperson Nihar Mohanty arrested | Argus News