Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍ ?

Odisha

କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍ ?

Manini Pattanayak
Browse all articles by Manini Pattanayak
·1 year ago·2 min read
କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍ ?

ମାଲକାନଗିରି : କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍।  ମାଲକାନଗିରି ମୋଟୁ ଇସଲାମନଗରର ବେଆଇନ୍ କାରବାର ପଛର କିଏ ସେହି ସଇତାନ୍।  ମାସୁମର ବେଆଇନ୍ କାରବାରରେ ଭାଗିଦାର ଥିଲେ କି ବିଜେଡି ନେତା ପ୍ରଦୀପ ମାଝୀ।  ସେଥିପାଇଁ ଆଦିବାସୀଙ୍କ ଦ୍ବାହି ଦେଇ ମାସୁମର କରୁଥିଲେ କି ଓକିଲାତି। 
  ମାସୁମ ଖାନର ଜାଲିମ କାରନାମା ଉପରୁ ଉଠିସାରିଛି ପରଦା। ଶୁକ୍ରବାର ମାଲକାନଗିରି ଜିଲ୍ଲା ମୋଟୁରେ ଥିବା ମାସୁମର ଇସଲାମନଗରରେ ପ୍ରଶାସନର ଚଢଉ ପରେ ସାମ୍ନାକୁ ଆସିଛି ସେଠାରେ ଚାଲିଥିବା ବେଆଇନ କାରବାର ହୋଇଛି ପର୍ଦ୍ଦାଫାସ। ଚଢ଼ାଉରେ ଏକାଧିକ ମେଡ଼ିସିନ ପ୍ରସ୍ତୁତ ମେସିନ ସହ କିଛି ମେଡ଼ିସିନ ତିଆରି ସାମଗ୍ରୀ ଓ ମେଡ଼ିସିନ ଜବତ କରି ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ଏପରିକି ଇସଲାମନଗରରେ ବେଆଇନ୍ ଭାବେ ଲୋକଙ୍କର ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। 

 ଏବେ ପ୍ରଶ୍ନ ଉଠୁଛି କେବେଠୁ ଇସଲାମନଗରରେ ଚାଲିଥିଲା ବେଆଇନ୍ ଔଷଧ ଉତ୍ପାଦନ ? ଏକଥା କେମିତି ଜାଣିପାରିନଥିଲା ଜିଲ୍ଲା ପ୍ରଶାସନ ? କିଏ ଦେଉଥିଲା ମାସୁମ ଖାନର ବେଆଇନ୍ କାରବାରକୁ ସୁରକ୍ଷା ? ଏବେ କଣ କହିବେ ବିଜେଡି ନେତା ପ୍ରଦୀପ ମାଝି ? ମାସୁମ ଖାନ ପ୍ରତି ଖୁବ୍ ଦରଦ ଦେଖାଇ ଗଣମାଧ୍ୟମକୁ ଆକ୍ଷେପ କରୁଥିଲେ ପ୍ରଦୀପ ? କାହିଁକି ମାସୁମ ଖାନ ପ୍ରତି ଏତେ ଦରଦୀ ବନିଛନ୍ତି ପ୍ରଦୀପ ? ମାସୁମ ଖାନର ଏହି ବେଆଇନ୍ କାରବାରରେ ଭାଗୀଦାର ଥିଲେ କି ଏହି ବିଜେଡି ନେତା ? ଶୁଣନ୍ତୁ ମାସୁମ ପ୍ରତି ପ୍ରଦୀପ ମାଝିଙ୍କର କିପରି ଦରଦ ବୋହି ପଡୁଥିଲା।   ପ୍ରଦୀପ ମାଝି ନିଜକୁ ଆଦିବାସୀଙ୍କର ମସିହା ବୋଲାଉଛନ୍ତି। କିନ୍ତୁ ଅଭିଯୋଗ ହୋଇଛି ମାସୁମ ଖାନ୍ ଇସଲାମନଗରରେ ବେଆଇନ୍ ଚିକିତ୍ସା ନାଁରେ ଆଦିବାସୀଙ୍କୁ ଲୁଟୁଥିଲା। ଆଉ ଆଦିବାସୀଙ୍କ ଶୋଷଣ କରୁଥିବା ଲୋକପାଇଁ ଓକିଲାତି କରୁଛନ୍ତି ପ୍ରଦୀପ ମାଝି।   ଗୋଟିଏ କଥା ସ୍ପଷ୍ଟ ବିଜେଡି ସରକାରର ମାସୁମ ଖାନର ବେଆଇନ୍ କାରବାରକୁ ମିଳିଥିଲା ଖୋଲା ଛୁଟ୍। ନା ପ୍ରଶାସନ କିଛି କରୁଥିଲା ନା ପୋଲିସ ମୁଣ୍ଡ ଖେଳାଉଥିଲା। ଏଥିପାଇଁ କି କାରଣ ତାର ସୁରକ୍ଷା କବଚ ସାଜିଥିଲେ ପ୍ରଦୀପ ମାଝିଙ୍କ ବିଜେଡି ନେତା। ନହେଲେ ତହସିଲ ଅଫିସ ଆଗରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନାଲିଆଖି ଦେଖାଇବାକୁ ସାହସ କେଉଁଠୁ ପାଇଲେ ମାସୁମ ଖାନର ଗୁଣ୍ଡାବାହିନୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Masum Khan was preparing illegal medicine under whose protection? | Argus News