Videos
|
Odisha

Matric Exam / ଦିନକ ପରେ ମାଟ୍ରିକ ପରୀକ୍ଷା, କପି କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

Bikash Mohanty
Browse all articles by Bikash Mohanty
·7 months ago·2 min read
ଦିନକ ପରେ ମାଟ୍ରିକ ପରୀକ୍ଷା, କପି କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
Exam

Key Points

ଦିନକ ପରେ ମାଟ୍ରିକ ପରୀକ୍ଷା
ପ୍ରଥମ ଥର ପାଇଁ ବଦଳିଲା ପ୍ରବେଶ ନିୟମ
ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ ମିଳିଲା ଅଧିକ ୧୫ ମିନିଟ୍ ସମୟ
ପୂର୍ବରୁ ୯ଟା ୧୫ ପର୍ଯ୍ୟନ୍ତ ଥିଲା ସମୟ
ଏବେ ୯ଟା ୩୦ ପର୍ଯ୍ୟନ୍ତ ପରୀକ୍ଷାର୍ଥୀଙ୍କୁ ଏଣ୍ଟ୍ରି ପାଇଁ ଅନୁମତି
ଦିନକ ପରେ ମାଟ୍ରିକ ପରୀକ୍ଷା । ପରୀକ୍ଷା ପରିଚାଳନା ନେଇ ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ସମସ୍ତ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି । ପ୍ରଥମ ଦିନ ମାତୃଭାଷା ପରୀକ୍ଷା ହେବ । ସକାଳ 8.15ରେ ପରୀକ୍ଷା ସେଣ୍ଟରର ଗେଟ ଖୋଲାଯିବ । 8.45ରେ OMR ସିଟ ଦିଆଯିବ । ସକାଳ 9ଟାରେ ପ୍ରଶ୍ନପତ୍ର ଦିଆଯିବ। ସମସ୍ତ ପରୀକ୍ଷାର୍ଥୀ ସାଢ଼େ 8 ସୁଦ୍ଧା ପରୀକ୍ଷା ସେଣ୍ଟରରେ ପହଞ୍ଚିବା ପାଇଁ ବୋର୍ଡ ସଭାପତି ନିବେଦନ କରିଛନ୍ତି । କୌଣସି କାରଣରୁ ଯଦି ବିଳମ୍ବ ହୁଏ ତାହେଲେ ପରୀକ୍ଷାର୍ଥୀଙ୍କୁ ମିଳିବ ଅନୁମତି । ପ୍ରଥମ ଥର ପାଇଁ ବଦଳିଲା ପ୍ରବେଶ ନିୟମ । ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ ମିଳିଲା ଅଧିକ ୧୫ ମିନିଟ୍ ସମୟ। ପୂର୍ବରୁ ୯ଟା ୧୫ ପର୍ଯ୍ୟନ୍ତ ଥିଲା ସମୟ। ଏବେ ୯ଟା ୩୦ ପର୍ଯ୍ୟନ୍ତ ପରୀକ୍ଷାର୍ଥୀଙ୍କୁ ଏଣ୍ଟ୍ରି ପାଇଁ ଅନୁମତି । ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସମୟ ବୃଦ୍ଧି କରାଯାଇଥିବା ବୋର୍ଡ଼ ସଭାପତି ସୂଚନା ଦେଇଛନ୍ତି । ଚଳିତ ଥର ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ କ୍ୟାମେରା ଖଞ୍ଜା ଯାଇଥିବାରୁ ପରୀକ୍ଷା ପରିଚାଳନା ସମୟରେ ସିଧାପ୍ରସାରଣ ହେବ । ଏଥିଲାଗି ବୋର୍ଡରେ ଏକ କମାଣ୍ଡ କଣ୍ଟ୍ରୋଲ୍ ରୁମ୍ ଖୋଲଯାଇଛି କହିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ।

ଏହି କଣ୍ଟ୍ରୋଲ ରୁମ୍ ଆଜିଠାରୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି । ପ୍ରଶ୍ନପତ୍ର ଗଚ୍ଛିତ ଥିବା ଅନେକ ନୋଡାଲ୍ ସେଣ୍ଟରର ସ୍ଥିତିର ସିଧା ପ୍ରସାରଣ କମାଣ୍ଡ୍ କଣ୍ଟ୍ରୋଲ୍ ରୁମ୍ରେ ବୋର୍ଡ କର୍ତ୍ତୃପକ୍ଷ ଅନୁଧ୍ୟାନ କରିଛନ୍ତି । ସେହିପରି ଉପାନ୍ତ ଜିଲ୍ଲାର କେତେକ ପରୀକ୍ଷା କେନ୍ଦ୍ରର ପ୍ରସ୍ତୁତି ମଧ୍ୟ ଅନୁଧ୍ୟାନ କରିଛନ୍ତି । ଏହି କମାଣ୍ଡ୍ କଣ୍ଟ୍ରୋଲ୍ ରୁମ୍ ପରୀକ୍ଷା ପରିଚାଳନା ନିୟନ୍ତ୍ରଣ କରିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ସେହିପରି କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ୩୭ଟି ସ୍ପେସାଲ୍ ସ୍କ୍ୱାଡ୍ ଗଠନ କରାଯାଇଛି।

ସ୍କ୍ୱାର୍ଡରେ ଅଧ୍ୟାପକଙ୍କଠାରୁ ଆରମ୍ଭ କରି ଶିକ୍ଷା ବିଭାଗ ଅଧିକାରୀ, ପ୍ରଧାନଶିକ୍ଷକ ଓ ବରିଷ୍ଠ ଶିକ୍ଷକମାନଙ୍କୁ ସାମିଲ୍ କରାଯାଇଛି । ପରୀକ୍ଷା ସମୟରେ ସ୍କ୍ୱାଡ୍ର ଭୂମିକା କଣ ରହିବ ସେ ସମ୍ପର୍କରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସଦସ୍ୟମାନଙ୍କୁ ନେଇ ସମୀକ୍ଷା କରିଛନ୍ତି । ପରୀକ୍ଷା ସମୟରେ କୌଣସି କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କଠାରୁ କପି ବାହାରିଲେ ହଲ୍ରେ ପରୀକ୍ଷା ନିରୀକ୍ଷକ ଓ ଅଧୀକ୍ଷକ ମାନେ ଦାୟୀ ରହିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଚେତାବନୀ ଦେଇଛନ୍ତି।

ଯାଞ୍ଚ ସମୟରେ ଯଦି କୌଣସି କେନ୍ଦ୍ରରେ ଅନିୟମିତତା ହେଉଥିବା ନେଇ ମନରେ ସନ୍ଦେହ ଆସେ ତୁରନ୍ତ ବୋର୍ଡ କଣ୍ଟ୍ରୋଲ୍ ରୁମ୍ ଓ ବୋର୍ଡ ଅଧିକାରୀଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜିଲ୍ଲା ସ୍ତରରେ ଡିଇଓମାନଙ୍କ ଦ୍ୱାରା ୭୨ଟି ସ୍କ୍ୱାଡ୍ ଗଠନ କରାଯାଇଥିବାର ସୂଚନା ମିଳିଛି । ଗତବର୍ଷ ୧ ହଜାର ସେଣ୍ଟରରେ ସିଧା ପ୍ରସାରଣ କରାଯାଇଥିବା ବେଳେ ଏଥର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିଧା ପ୍ରସାରଣ ପାଇଁ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଇଥିବାରୁ କମାଣ୍ଡ୍ କଣ୍ଟ୍ରୋଲ୍ ରୁମ୍‌ରେ ଅଧିକ ବୈଷୟିକ ଅଧିକାରୀ, କର୍ମଚାରୀ ନିୟୋଜିତ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: