Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ

Odisha

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ

Ritu Das
Browse all articles by Ritu Das
·1 year ago·1 min read
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ

ଶୁକ୍ରବାର ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। କଟକସ୍ଥିତ ବିଏସ୍‌ଇ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି। ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ତେବେ ସନ୍ଧ୍ୟା ୬ଟା ପରେ ଛୀତ୍ରୀଛାତ୍ର ବୋର୍ଡର ଅଫିସିଆଲ ଓ୍ବେବ୍‌ସାଇଟ www.bseodisha.ac.in ଏବଂ www.orissaresults.nic.inରେ ସେମାନଙ୍କର ଫଳାଫଳ ଦେଖିପାରିବେ। ଚଳିତବର୍ଷ ମାଟ୍ରିକ ପାସ ହାର ୯୪.୯୩%। ସନ୍ଧ୍ୟା ୬ଟାରେ ଓ୍ବେବସାଇଟରେ ପ୍ରକାଶ ପାଇବ ପରୀକ୍ଷା ଫଳ। ଚଳିତବର୍ଷ ୫ଲକ୍ଷ ୨ହଜାର ୪୧୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪ଲକ୍ଷ ୮୪ ହଜାର ୮୬୩ ଜଣ ଛାତ୍ରଛତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ୧୮୧୨ ଜଣ A1 ଗ୍ରେଡ ପାଇଛନ୍ତି। A2 ୧୨ହଜାର ୨୦୦ ଜଣ ଛାତ୍ରଛାତ୍ରୀ ପାଇଛନ୍ତି। ଏଥର ମଧ୍ୟ ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ। ୧୭ ହଜାର ୩୮୪ ଜଣ ଫେଲ ହୋଇଥିବା ସୂଚନା ମିଳିଛି।


ଛାତ୍ରଛାତ୍ରୀ ସେମାନଙ୍କର ରୋଲ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଓ୍ବେବ୍‌ସାଇଟ୍‌ରେ ଫଳାଫଳ ଯାଞ୍ଚ କରିପାରିବେ। ଏହା ସହିତ, ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିବାର ସୁବିଧା ଉପଲବ୍ଧ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଏଥିପାଇଁ ଛାତ୍ରୀଛାତ୍ର ନିର୍ଦ୍ଦିଷ୍ଟ ନମ୍ବରକୁ ମେସେଜ ପଠାଇପାରିବେ, ଯାହାର ବିବରଣୀ ୱେବ୍‌ସାଇଟ୍‌ରେ ପ୍ରକାଶ କରାଯିବ। ଏହି ରେଜଲ୍ଟ ପ୍ରକାଶ ପରେ ଯେଉଁ ଛାତ୍ରୀଛାତ୍ର ଫଳାଫଳ ନେଇ ଅସନ୍ତୁଷ୍ଟ ହେବେ, ସେମାନେ ପୁନଃମୂଲ୍ୟାୟନ କିମ୍ବା ପୁନଃଯାଞ୍ଚ ପାଇଁ ଆବେଦନ କରିପାରିବେ, ଯାହାର ବିବରଣୀ ବୋର୍ଡ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
matric-exam-results-released: UPDATE | Argus News