Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ: ପାସ୍ ପାର ୯୬.୦୭%

Ritu Das
Browse all articles by Ritu Das
·2 years ago·1 min read
ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ: ପାସ୍ ପାର ୯୬.୦୭%

ଅର୍ଗସ ବ୍ୟୁରୋ: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ରେଜଲ୍ଟ। ଚଳିତ ବର୍ଷ ପାସ୍‌ ହାର ୯୬.୦୭ ପ୍ରତିଶତ ରହିଛି। ତେବେ ପୁଅଙ୍କ ଅପେକ୍ଷା ଚଳିତ ବର୍ଷ ଝିଅଙ୍କ ପାସ୍‌ ହାର ଅଧିକ ରହିଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ବୋର୍ଡ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ,  ଚଳିତ ବର୍ଷ ପ୍ରକାଶ ପାଇଥିବା ରେଜଲ୍ଟରେ ଝିଅଙ୍କ ପାସ୍ ହାର ୯୬.୭୩% ରହିଥିବା ବେଳେ ପୁଅଙ୍କ ପାସ୍‌ ହାର ୯୬.୩୯% । ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ପାସ୍‌  ୫ ଲକ୍ଷ ୩୦ ହଜାର ୧୫୩ ଜଣ ଛାତ୍ରଛାତ୍ରୀ କରିଛନ୍ତି।  

ତେବେ ରେଜଲ୍ଟ ବାହାରିବାର ଘଣ୍ଟାଏ ପରେ ଅର୍ଥାତ ସାଢେ ୧୧ ଟାରୁ ବୋର୍ଡ ୱେବସାଇଟ୍ www.bseodisha.ac.in ରେ ଉପଲବ୍ଧ ହେବ । ଏସଏମଏସ ଜରିଆରେ ମଧ୍ୟ ପରୀକ୍ଷାର୍ଥୀ ରେଜଲ୍ଟ ଜାଣି ପାରିବେ । ସେଥିଲାଗି OR10 ସ୍ପେସ୍ ନିଜ ରୋଲ ନମ୍ବର ଲେଖି 5676750କୁ ସେଣ୍ଡ କରିବାକୁ ପଡିବ । 
ଅପରାହ୍ଣ ୪ଟାରୁ କୃତୀ ଛାତ୍ରଛାତ୍ରୀ ସେମାନଙ୍କ ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ କରିପାରିବେ। ହ୍ବାଟସଆପ୍ ମାଧ୍ୟମରେ ଡିଜିଟାଲ ସାର୍ଟିଫିକେଟ ପାଇବାକୁ 7710058192କୁ BSE/ Hi ଲେଖି ପଠାଇବାକୁ ପଡିବ। 

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଫେବୃୟାରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ରେ ଶେଷ ହୋଇଥିଲା। ଏଥର ପରୀକ୍ଷା ଦେଇଛନ୍ତି ୫ ଲକ୍ଷ ୫୧ ହଜାର ୬୧୧ ପରୀକ୍ଷାର୍ଥୀ । ପରୀକ୍ଷା ଫଳକୁ ନେଇ ଯଦି କୌଣସି ଦ୍ବନ୍ଦ୍ବ ରୁହେ ତେବେ ମେ’ ୨୯ରୁ ଜୁନ୍ ୧୨ ତାରିଖ ମଧ୍ୟରେ ରିଚେକିଂ ପାଇଁ ଅବେଦନ କରାଯାଇପାରିବ। କେବଳ ଅନଲାଇନ୍ ଜରିଆରେ ହିଁ ରିଚେକିଂ ପାଇଁ ଆବେଦନ କରାଯାଇପାରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Matric Result | Argus News