Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେବେ ଆସିବ ଦଶମ ଶ୍ରେଣୀ ପରୀକ୍ଷା ଫଳ ? ବୋର୍ଡ କଲା ବଡ଼ ଘୋଷଣା

Sushanta Sahoo
Browse all articles by Sushanta Sahoo
·1 year ago·1 min read
କେବେ ଆସିବ ଦଶମ ଶ୍ରେଣୀ ପରୀକ୍ଷା ଫଳ ? ବୋର୍ଡ କଲା ବଡ଼ ଘୋଷଣା

କଟକ: ଖୁବଶୀଘ୍ର ପ୍ରକାଶ ପାଇବାକୁ ଯାଉଛି ମାଟ୍ରିକ୍ ରେଜଲ୍ଟ । ଆଉ ଦିନେ ଦୁଇ ଦିନ ଭିତରେ ଦଶମ ଶ୍ରେଣୀ ପରୀକ୍ଷା ଖାତାଦେଖା ସରିଯିବ । ଏଥିର AI ଓ ପ୍ରଶ୍ନପତ୍ରରେ କ୍ୟୁଆର୍ କୋଡ୍ ପାଇଁ ପରୀକ୍ଷା ପରିଚାଳନାରେ ସଫଳତା ମିଳିଥିବା ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।


ମାଟ୍ରିକ୍ ରେଜଲ୍ଟ ପ୍ରକାଶ ନେଇ ବୋର୍ଡ ସଭାପତି କହିଛନ୍ତି, ଖାତା ଦେଖା ସରିବାକୁ ଆଉ ୨ ଦିନ ଲାଗିବ । ବିଜ୍ଞନ ପ୍ରଶ୍ନ ପତ୍ରରେ ୪ ମାର୍କ ପ୍ରଶ୍ନ କମ ଥିବା ଯୋଗୁଁ କୌଣସି ଅସୁବିଧା ହେବ ନାହିଁ । ତେବେ ଗ୍ରସ ମାର୍କ ବାବଦରେ ପରୀକ୍ଷା ପରିଚାଳନା କମିଟି ନିଷ୍ପତ୍ତି ନେବ । ଛାତ୍ରଛାତ୍ରୀଙ୍କ ଯେପରି କୌଣସି ଅସୁବିଧା ନ ହେବ ସେଥି ପ୍ରତି ଧ୍ୟାନ ଦିଆଯିବ ।


ପରୀକ୍ଷା ସହ ଖାତାଦେଖା ସୁରୁଖୁରୁରେ ସରିଥିବାରୁ ମେ ଦ୍ଵିତୀୟ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ଫେବ୍ରୁଆରୀ ୨୧ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିଲା । ମୋଟ ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବୋର୍ଡ ପକ୍ଷରୁ ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ର ଓ ୩୧୪ ଟି ନୋଡାଲ ସେଣ୍ଟର ପ୍ରତିଷ୍ଠା କରାଯାଇଥିଲା । ପରୀକ୍ଷା ସରିବା ପରେ ମାର୍ଚ୍ଚ ୧୯ରୁ ଆରମ୍ଭ ହୋଇଥିଲା ପରୀକ୍ଷା ଖାତା ମୂଲ୍ୟାୟନ । ଏବେ ଖାତା ଦେଖା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ୨ ଦିନ ଭିତରେ ମୂଲ୍ୟାୟନ ସରିବ । ଏହା ପରେ ମେ ଦ୍ଵିତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କହିଛନ୍ତି ବୋର୍ଡ ସଭାପତି । 


Sponsored
Matric Results To Be Published On Second Week Of May | Argus News