Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ: ପାସ୍ ହାର ୫୬.୨୩%

Rashmita Mishra
Browse all articles by Rashmita Mishra
·11 months ago·1 min read
ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ: ପାସ୍ ହାର ୫୬.୨୩%

Key Points

ମାଟ୍ରିକ୍‌ ସପ୍ଲିମେଣ୍ଟାରୀ: ୫୬.୨୩% ପିଲା ପାସ୍‌
BSE ପରିଚାଳିତ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶିତ
ସପ୍ଲିମେଣ୍ଟାରୀ ପରୀକ୍ଷାରେ ୫୬.୨୩% ଛାତ୍ରଛାତ୍ରୀ ପାସ୍‌
ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ୩୪୫୭ ଜଣ ଫର୍ମପୂରଣ କରିଥିଲେ

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ଅପରାହ୍ନ ୨ଟା ପରେ ଓ୍ବେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ । ସପ୍ଲିମେଣ୍ଟାରୀ ପାସ ହାର ୫୬.୨୩ ଶତକଡା ରହିଛି । ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାରେ ୩୪୫୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୧୮୪୪ ଜଣ ଛାତ୍ର ପାସ କରିଛନ୍ତି । ସେହିପରି ଓପନ ସ୍କୁଲ ଦ୍ୱିତୀୟ ପରୀକ୍ଷା ୧୦, ୮୦୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୫୯୭୩ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ଓପନ ସ୍କୁଲ ଦ୍ୱିତୀୟର ପାସ ହାର ରହିଛି ୫୫.୨୬ ଶତକଡା ।

ଏହା ସହ ଛାତ୍ର ଛାତ୍ରୀ ମାନେ ମୋବାଇଲ ମାଧ୍ୟମରେ sms କରି ରେଜଲ୍ଟ ଜାଣି ପାରିବେ । ଆସନ୍ତା ସୋମବାର ଦିନ ଛାତ୍ରଛାତ୍ରୀ ମାନେ ସେମାନଙ୍କର ଡିଜିଟାଲ ସାର୍ଟିଫିକେଟ ନେଟରୁ ଡାଉନ ଲୋଡ କରିପାରିବେ । ଏକ ମାସ ପରେ ବିଦ୍ୟାଳୟରୁ ସାର୍ଟିଫିକେଟର ହାର୍ଡ କପି ଛାତ୍ରଛାତ୍ରୀ ମାନେ ସଂଗ୍ରହ କରିପାରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବୋର୍ଡର ସଭାପତି ଶ୍ରୀକାନ୍ତ ତାରାଇ ।

ଉଲ୍ଲେଖଯୋଗ୍ୟ ଯେ, ଗତ ଜୁନ ୩୦ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ସପ୍ଲିମେଣ୍ଟାରୀ ଓ ଓପନ ସ୍କୁଲ ପରୀକ୍ଷା ଜୁଲାଇ ୧୦ ତାରିଖରେ ଶେଷ ହୋଇଥିଲା । ଜୁଲାଇ ୧୪ ତାରିଖରୁ ଖାତା ଦେଖା ହୋଇ ୨୦ ତାରିଖ ସୁଦ୍ଧା ଖାତା ଦେଖା ଶେଷ କରିବା ସହିତ ଦୁଇ ସପ୍ତାହ ମଧ୍ୟରେ ରେଜଲ୍ଟ ପ୍ରୋସେସିଂ ହୋଇଥିଲା ।
ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Matric Supplementary Exam Results Out: Pass Rate at 56.23% | Argus News | Argus News