Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସରିଲା ମାଟ୍ରିକ୍‌ ପରୀକ୍ଷା: ମେ' ପ୍ରଥମ ସପ୍ତାହରେ ରେଜଲ୍ଟ

Odisha

ସରିଲା ମାଟ୍ରିକ୍‌ ପରୀକ୍ଷା: ମେ' ପ୍ରଥମ ସପ୍ତାହରେ ରେଜଲ୍ଟ

Rashmita Mishra
Browse all articles by Rashmita Mishra
·1 year ago·2 min read
ସରିଲା ମାଟ୍ରିକ୍‌ ପରୀକ୍ଷା: ମେ' ପ୍ରଥମ ସପ୍ତାହରେ ରେଜଲ୍ଟ

Key Points

ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ମାଟ୍ରିକ ପରୀକ୍ଷା
ମେ' ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ
ମାର୍ଚ୍ଚ ୧୯ରୁ ଆରମ୍ଭ ହେବ ଖାତାଦେଖା
‘ପ୍ରଶ୍ନପତ୍ରରେ କ୍ୟୁଆର୍‌ କୋଡ୍ ଓ ସିରିଏଲ ନମ୍ବରରୁ ମିଳିଲା ସୁଫଳ’

ଶେଷ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା।ଶେଷ ଦିନ ତୃତିୟ ଭାଷା ପରୀକ୍ଷା ଥିବା ବେଳେ ପୂର୍ବ ପରୀକ୍ଷା ଭଳି ଶେଷ ଦିନର ପରୀକ୍ଷା ମଧ୍ୟ ଶୃଙ୍ଖଳିତ ଢଙ୍ଗରେ ଶେଷ ହୋଇଛି । ପରୀକ୍ଷା ଶେଷ ହେବା ପରେ ହସ ହସ ମୁହଁରେ ପରୀକ୍ଷା କେନ୍ଦ୍ରରୁ ବାହାରିଥିଲେ ପରୀକ୍ଷାର୍ଥୀ । ପରୀକ୍ଷାର୍ଥୀଙ୍କ ଚେହେରାରେ ଥିବା ଖୁସି ହିଁ ବୟାନ କରୁଥିଲା ଯେ ପରୀକ୍ଷା ବେଶ ଭଲରେ ଶେଷ ହୋଇଛି । ଚଳିତବର୍ଷ ମାଟ୍ରିକ ପରୀକ୍ଷା ସଫଳତା ଓ ଶାନ୍ତି ଶୃଙ୍ଖଳାରେ ଶେଷ ହେବା ପଛରେ ରହିଛି ଅନେକ କାରଣ।


ସେଥିମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଭୁମିକା ନିର୍ବାହ କରିଥିଲା ପ୍ରଶ୍ନପତ୍ରରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଓ ଏଆଇ କ୍ୟାମେରା ସମ୍ବଳିତ କମାଣ୍ଡ କଣ୍ଟୋଲ ରୁମ । ବିଶେଷ କରି ପ୍ରଶ୍ନପତ୍ର ଭାଇରାଲକୁ ରୋକିବା ପାଇଁ ପ୍ରଶ୍ନପତ୍ରକୁ କ୍ୱିଆରକୋର୍ଡ, ସିରିଏଲ ନମ୍ବର ଓ ଡାଇନାମିକ କୋର୍ଡର ବ୍ୟବସ୍ଥାକୁ ଗ୍ରହଣ କରିଥିଲା ବୋର୍ଡ । ତେଣୁ ପ୍ରଶ୍ନ ପତ୍ରଗୁଡ଼ିକୁ ଭାଇରାଲ ହେଲେ ସହଜରେ ଚିହ୍ନଟ ହୋଇଯିବାର ଭୟ ହିଁ ବିଶୃଙ୍ଖଳାକାରୀଙ୍କୁ ଏହି କାର୍ଯ୍ୟରୁ ନିବୃତ ରଖିଥିଲା ।


ଏହା ବ୍ୟତିତ ସମସ୍ତ ୩୧୩୩ଟି ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟରରେ ସିସିଟିଭି ସର୍ଭେଲାନ୍ସ ଏବଂ ଏଆଇ ସମ୍ବଳିତ କମାଣ୍ଡ କଣ୍ଟୋଲ ରୁମ ଜରିଆରେ ୬ ଶହଟି ପରୀକ୍ଷା କେନ୍ଦ୍ରର ଲାଇଭ ସିସିଟିଭି ଫୁଟେଜକୁ ଯାଞ୍ଚ ବ୍ୟବସ୍ଥା ମଧ୍ୟ କେବଳ ପରୀକ୍ଷା ଶୃଙ୍ଖଳିତ କରିନାହିଁ ବରଂ କପି ଉପରେ ମଧ୍ୟ ରୋକ ଲଗାଇବାରେ ସଫଳ ହୋଇଛି । ପରୀକ୍ଷା ଶେଷ ହେବା ପରେ ଏବେ ଖାତା ଦେଖା ଓ ଫଳ ପ୍ରକାଶନ ପାଇଁ ବୋର୍ଡ ପୂର୍ବ ଯୋଜନା ମୁତାବକ କାର୍ଯ୍ୟ ଆରମ୍ଭ କରିଛି । ଖାତା ଦେଖା ପାଇଁ ରାଜ୍ୟରେ ମୋଟ ୫୨ଟି କେନ୍ଦ୍ର କରାଯାଇଥିବା ବେଳେ ଆସନ୍ତା ୧୯ ତାରିଖରୁ ଖାତା ଦେଖା ଆରମ୍ଭ କରିବାକୁ ଯାଉଛି ବୋର୍ଡ । ଏହା ସହ ମେ ମାସ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ବୋର୍ଡ଼ ସଭାପତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟରେ 5 ଲକ୍ଷ 22 ହଜାର ପରୀକ୍ଷାର୍ଥୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ପ୍ରଶ୍ନ ପତ୍ର ଭାଇରାଲ ଭଳି ଘଟଣା କୁ ରୋକିବା ର୍ବ ସଫଳ ହୋଇଛି ବୋର୍ଡ ।


Education Next Season 5
Sponsored
Matriculation examination completed, results in the first week of May | Argus News