ଫେବୃଆରୀ 21ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

ଆସନ୍ତା 21 ତାରିଖରୁ ମାଟ୍ରିକ ପରୀକ୍ଷା । ଫେବୃଆରୀ 21ରୁ ମାର୍ଚ୍ଚ 6 ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଚଳିତ ଥର ମୋଟ 5 ଲକ୍ଷ 22 ହଜାର 336 ପରୀକ୍ଷାର୍ଥୀ ପରୀକ୍ଷା ଦେବେ । 3133 ପରୀକ୍ଷା କେନ୍ଦ୍ର କରାଯାଇଛି। 314 ଟି ନୋଡାଲ ସେଣ୍ଟର କରାଯାଇଛି । ପୋଲିସ ଷ୍ଟେସନରେ ହୋଇଛି 21ଟି ନୋଡାଲ ସେଣ୍ଟର ।
କନ୍ଧମାଳରେ 7ଟି କୋରାପୁଟରରେ 4ଟି ମାଲକାନଗିରିରେ 10ଟି ନୋଡାଲ ସେଣ୍ଟର ପୋଲିସ ଷ୍ଟେସନରେ ହୋଇଛି। 12 ତାରିଖରୁ ନୋଡାଲ ସେଣ୍ଟରକୁ ପ୍ରଶ୍ନ ପତ୍ର ଯିବ । 19 ତାରିଖ ସୁଦ୍ଧା ସମସ୍ତ ନୋଡାଲ ସେଣ୍ଟରରେ ପ୍ରଶ୍ନ ପତ୍ର ପହଞ୍ଚିଯିବ। ପରୀକ୍ଷା ଦିନ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ 7.30 ରୁ 8.30 ମଧ୍ୟରେ ପହଞ୍ଚିବ। 9 ଟା ରୁ 11.30 ଯାଏଁ ହେବ ପରୀକ୍ଷା ।
ପ୍ରଶ୍ନ ପତ୍ର ଭାଇରାଲ ରୋକିବା ପାଇଁ ପ୍ରଶ୍ନ ପତ୍ରରେ ସିରିଏଲ ନମ୍ବର ରହିଛି । ଯଦି ପ୍ରଶ୍ନ ପତ୍ର ଭାଇରଲ ହୁଏ ତାହାଲେ ଜଣା ପଡିଯିବ କେଉଁଠୁ ଭାଇରଲ ହେଲା । କପି ରୋକିବା ପାଇଁ ନୋଡାଲ ସେଣ୍ଟରରେ live ଷ୍ଟ୍ରିମଙ୍ଗ କରାଯିବ। ତା ସହ 600 ସିସିଟିଭି ପରୀକ୍ଷା କେନ୍ଦ୍ର ରେ ଲଗାଯିବ। କପି ରୋକିବା ପାଇଁ ଚାରି ସ୍ତରୀୟ ସ୍କ୍ଵାଡ୍ ବ୍ୟବସ୍ଥା ଗ୍ରହଣ କରାଯିବ। ମାର୍ଚ୍ଚ ୧୯ରୁ ଆରମ୍ଭ ହେବ ଖାତାଦେଖା ।
📱 Get Argus News App
✨ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ପରୀକ୍ଷାକୁ ନେଇ ବୋର୍ଡ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ବୋର୍ଡ କର୍ତ୍ତୃପକ୍ଷ ସମସ୍ତ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ଫେବୃଆରୀ ୨୧ରେ ପ୍ରଥମ ଭାଷା ,୨୪ରେ ଦ୍ୱିତୀୟ ଭାଷା ,୨୭ରେ ଗଣିତ ପରୀକ୍ଷ ହେବ । ସେହିପରି ମାର୍ଚ୍ଚ ୧ରେ ବିଜ୍ଞାନ, ୩ରେ ସାମାଜିକ ବିଜ୍ଞାନ ପରୀକ୍ଷା ଓ ୬ରେ ତୃତୀୟ ଭାଷା ପରୀକ୍ଷା ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯିବ। ସେଦିନ ପରୀକ୍ଷା ୧୧ଟା ୪୫ରେ ସରିବ ।