Matrimony Fraud / ମହଙ୍ଗା ପଡିଲା ମାଟ୍ରିମୋନିରୁ ବିବାହ, ୪୦ ଲକ୍ଷ ପଟି ମାରି ଅନ୍ୟ ଯୁବକଙ୍କ ସହିତ ବି ସମ୍ପର୍କ ରଖିଥିଲା ଦ୍ବିତୀୟ ପତ୍ନୀ !
·5 months ago·2 min read

Key Points
ମହଙ୍ଗା ପଡିଲା ମାଟ୍ରିମୋନିରୁ ବିବାହ
40 ଲକ୍ଷ ଟଙ୍କା ପଟି ମାରି ନେଲା ଦ୍ଵିତୀୟ ପତ୍ନୀ
ଧଉଳି ଥାନାରେ ଏତଲା ଦେଲେ ଯୁବକ

ଭୁବନେଶ୍ବର, ୧୬/୦୪: ମହଙ୍ଗା ପଡିଲା ସାଦି ଡଟ୍ କମ। ସାଦି ଡଟ୍ କମରୁ ଦ୍ବିତୀୟ ପତ୍ନୀ ପାଇଁ କରିଥିଲେ ଆବେଦନ I ଭଲ ପ୍ରୋଫାଇଲ୍ ଦେଖି ସମ୍ପର୍କ ରଖିଲେ କିନ୍ତୁ ଫଶିଗଲେ I 40 ଲକ୍ଷ ଟଙ୍କା ପଟି ମାରି ନେଲା ଦ୍ଵିତୀୟ ପତ୍ନୀ ,ଟଙ୍କା ମାଗିଲେ ମିଳୁଛି ହତ୍ୟା ଧମକ। ସ୍ତ୍ରୀର ମୃତୁ ପରେ ଦ୍ବିତୀୟ ବିବାହ ପାଇଁ ଇଚ୍ଛା କଲେ। ସାଦି ଡଟ୍ କମରେ ଖୋଜା ଖୋଜି ପରେ ମିଳିଥିଲେ ଯୁବତୀ । ମନ ମିଶିଲା ଭୁବନେଶ୍ବରରେ। ଘର ଭଡା ନେଇ ସ୍ବାମୀ-ସ୍ତ୍ରୀର ପରିଚିୟ ଦେଇ ଏକାଠି ବି ରହିଲେ। ବିଭିନ୍ନ ବାହାନାରେ ଯୁବକଙ୍କ ଠାରୁ 35 ରୁ 40 ଲକ୍ଷ ଟଙ୍କା ଠକେଇ କରିଥିବାର ଅଭିଯୋଗ କରିଛନ୍ତି ଯୁବକ। ଯୁବକ ଙ୍କ ଅନୁପସ୍ଥିତିରେ ଅନ୍ୟ ଯୁବକଙ୍କ ସହିତ ବି ସମ୍ପର୍କ ରଖି ଧୋକା ଦେଇଥିଲେ ବୋଲି ଧଉଳି ଥାନାରେ ହୋଇଛି ଅଭିଯୋଗ I
୩୭ ବର୍ଷୀୟ ବିସ୍ତୃତଙ୍କ ଘର ବାଲେଶ୍ଵର ଜିଲ୍ଲା, ଖନ୍ତାପଡା ସ୍ଥିତ ମହାରାଜପୁର ଗାଁରେ। ସେ ଭୁବନେଶ୍ଵରରେ ରହି ବ୍ୟବସାୟ କରୁଥିଲେ। ୨୦୨୩ରେ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା। ଘର ଲୋକ ଦ୍ଵିତୀୟ ବିବାହ ପାଇଁ କହିଥିଲେ। ତେଣୁ ବିସ୍ତୃତ ସାଦି ଦଟ୍ କମ୍ରେ ଏକ ଆଇଡି ଖୋଲିଥିଲେ । ସେଠାରେ ଭଦ୍ରକ ବାସୁଦେବପୁର ନଈଛଣପୁର ଗାଁରେ ହେମଲତା ଗିରି ଓରଫ ମିନି ନାମକ ଜଣେ ମହିଳାଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ସ୍ୱାମୀଙ୍କ ସହ ଛାଡ଼ପତ୍ର ପରେ ମିନି ଦ୍ଵିତୀୟ ବିବାହ ପାଇଁ ଇଚ୍ଛା ରଖିଛନ୍ତି ବୋଲି ବିସ୍ତିତଙ୍କୁ କହିଥିଲେ । ୧୦ରୁ ୧୫ ଦିନ ମଧ୍ୟରେ ମିନି ତାଙ୍କୁ ବାହା ହେବାକୁ କହିଥିଲେ। ଏଥିରେ ବିସ୍ତୃତ ରାଜି ହୋଇଥିଲେ । ମିନିଙ୍କ ସର୍ତ୍ତ ଥିଲା ଏହି ବିବାହ ଚୁପଚାପରେ ହେବ।
ବାହା ହେବା ପୂର୍ବରୁ ଉଭୟ ଶିଶୁପାଳଗଡ଼ ଶକ୍ତିନଗରରେ ଘର ଭଡ଼ା ନେଇଥିଲେ । ଘର ମାଲିକଙ୍କୁ ସ୍ବାମୀ-ସ୍ତ୍ରୀ ପରିଚୟ ଦେଇଥିଲେ। ବିସ୍ତୃତଙ୍କ ଠାରୁ ବିଭିନ୍ନ ବାହାନାରେ ମିନି ଲକ୍ଷ ଲକ୍ଷ ଟଙ୍କା ମାଗି ନେଉଥିଲେ। ୧୦ରୁ ୧୫ ମାସ ମଧ୍ୟରେ ସେ ୩୫ରୁ ୪୦ ଲକ୍ଷ ଟଙ୍କା ନେଇ ସାରିଥିଲେ।
ପଢନ୍ତୁ ଏହି ଖବର: ବିବାହର ପ୍ରଥମ ରାତିରେ ଏପରି ଏକ ସର୍ତ୍ତ ରଖିଲା କନ୍ୟା କହିଲା...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିଛି ଦିନ ତଳେ ବିସ୍ତୃତ କୌଣସି କାମରେ ବାଲେଶ୍ଵର ଯାଇଥିଲେ। ୩ ଦିନ ପରେ ଫେରିବେ ବୋଲି କହିଥିଲେ। ହେଲେ ଦୁଇ ଦିନ ପରେ ମିନିଙ୍କୁ ନ ଜଣାଇ ଘରକୁ ପେରିଆସିଥିଲେ। ଘରେ ଆସି ଯାହା ଦେଖିଲେ ତାଙ୍କ ପାଦଚକୁ ମାଟି ଖସିଗଲା । ଅମିନ ନାମକ ଜଣେ ଯୁବକଙ୍କ ସହ ମିନି ଅସଞ୍ଜତ ଅବସ୍ଥାରେ ଥିଲେ। ତେବେ ସେ କାହାକୁ କିଛି ନଜଣାଇ ନିଜ ଫୋନରେ ଭିଡିଓ ରେକର୍ଡିଂ କରି ସେଠାରୁ ପଳାଇଥିଲେ। ତା'ପରଠାରୁ ସେ ମିନି ଉପରେ ନଜର ରଖୁଥିଲେ।
ଜଣାପଡ଼ିଲା ଯେ ବିସ୍ତୃତ ଘରେ ନଥିବା ସମୟରେ ଏକଧିକ ଯୁବକଙ୍କୁ ମିନି ରୁମକୁ ଡାକୁଛନ୍ତି । ଯୁବକମନଙ୍କ ସହ ସମ୍ପର୍କ ରଖି ୧୦ ରୁ ୧୫ ହଜାର ଟଙ୍କା ନେଉଛନ୍ତି। ଏହା ଜାଣିବା ପରେ ବିସ୍ତୃତ ତାଙ୍କୁ ପଚାରିବା ସହ ଟଙ୍କା ଫେରସ୍ତ ମାଗିଥିଲେ। ଏଥିରେ ମିନି ବଳାତ୍କାର ମାମଲରେ ଫସାଇ ଦେବେ ବୋଲି ଧମକ ଦେଇଥିଲେ। କିଛି ଉପାୟ ନ ପାଇ ବିସ୍ତୃତ ଧଉଳି ଥାନାରେ ଏତଲା ଦେଇଥିଲେ। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related Topics
Explore more stories