Kendrapada Mahotsav / ଜଗନ୍ନାଥଙ୍କ ଦୀପ ଜାଳିବା ବେଳେ କଲାମା ପାଠ କଲେ ମୌଲାନା, ଦେଖନ୍ତୁ ଭିଡିଓ...

Key Points
ଗୋଟିଏ ମଞ୍ଚରେ ଥିଲେ ବିଧାୟକ, ଜିଲ୍ଲାପାଳଙ୍କ ସମେତ ତମାମ ପ୍ରଶାସନିକ ଅଧିକାରୀ। ମହୋତ୍ସବର ଉଦଘାଟନ ପାଇଁ ଜଗନ୍ନାଥଙ୍କ ପାଖରେ ଦୀପ ଜାଳିଲେ, କିନ୍ତୁ ଏହି ସମୟରେ କଲମା ପାଠ କଲେ ଜଣେ ମୌଲାନା। କେନ୍ଦ୍ରାପଡ଼ା ଡେରାବିଶ ମହୋତ୍ସବ ଚାଲିଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହା କି ଏବେ ଖୁବ୍ ଭାଇରାଲ୍ ହେଉଛି । ତାପରେ ଏହାକୁ ନେଇ ସୃଷ୍ଟି ହୋଇଛି ତୀବ୍ର ପ୍ରତିକ୍ରିୟା । ଏହା ଜଗନ୍ନାଥଙ୍କ ପ୍ରତି ଅପମାନ ବୋଲି କହିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ହିନ୍ଦୁ ସଂଗଠନ।
ସଭା ମଞ୍ଚ ଉପରେ ଥିଲେ ଶ୍ରୀଜଗନ୍ନାଥ। ପାଖରେ ଦୀପ ଜଳୁଥିଲା। ମହୋତ୍ସବର ଉଦଘାଟନ ପାଇଁ ପ୍ରଦୀପ ପ୍ରଜ୍ବଳନ କରୁଥିଲେ ଅତିଥି। ଯେଉଁମାନଙ୍କ ମଧ୍ୟରେ ଥିଲେ ବିଧାୟକ, ଜିଲ୍ଲାପାଳଙ୍କ ଭଳି ବଡ଼ ବଡ଼ ଲୋକ। କିନ୍ତୁ ଏମାନଙ୍କ ଆଗରେ ଏମିତି କିଛି ହେଲା ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ।
କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ମହୋତ୍ସବ । ଯେଉଁଠି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ହୋଇଛି ଘୋର ଅପମାନ । ସମାରୋହର ଉଦଘାଟନ କରୁଥିଲେ ବିଧାୟକ ଅରବିନ୍ଦ ମହାପାତ୍ର, ଜିଲ୍ଲାପାଳ ରଘୁରାମ ଆର୍ ଆୟର । ତହସିଲଦାର ସରୋଜ ନାୟକ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ବି ଥିଲେ । ଏମାନେ ପ୍ରଦୀପ ପ୍ରଜ୍ୱଳନ କରିବା ସମୟରେ ପାଖରେ ଜୋତା ପିନ୍ଧି ଛିଡ଼ା ହୋଇଥିବା ଜଣେ ମୌଲାନା କରୁଥିଲେ କଲମା ପାଠ । ଆଶ୍ଚର୍ଯ୍ୟର କଥା ବିଧାୟକ କି ପ୍ରଶାସନିକ ଅଧିକାରୀ କେହି ଏହାର ପ୍ରତିବାଦ ମଧ୍ୟ କରୁନଥିଲେ । ସୋସିଆଲ ମିଡିଆରେ ଏଭଳି ଭିଡିଓ ଭାଇରଲ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଅସନ୍ତୋଷ ଉଗ୍ର ରୂପ ନେଇଛି । ଜିଲ୍ଲାପାଳ ଓ ବିଧାୟକ ଏମିତି କାମକୁ କେମିତି ପ୍ରଶ୍ରୟ ଦେଲେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ଓ ବରିଷ୍ଠ ସାମ୍ବାଦିକ।
ଏଘଟଣା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ହିନ୍ଦୁ ସଂଗଠନ । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ବିଧାୟକଙ୍କ ବିରୋଧରେ ଅସନ୍ତୋଷ ଝାଡ଼ିଛନ୍ତି । କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଏମିତି ଅପମାନ ବରଦାସ୍ତ କରାଯିବ ନାହିଁ ।
📱 Get Argus News App
✨Related Topics
Explore more stories