Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରମିକମାନଙ୍କ ପାଇଁ ଉତ୍ସର୍ଗୀକୃତ ଦିନଟିଏ

Smruti Parija
Browse all articles by Smruti Parija
·2 years ago·1 min read
ଶ୍ରମିକମାନଙ୍କ ପାଇଁ ଉତ୍ସର୍ଗୀକୃତ ଦିନଟିଏ

ଅର୍ଗସ ବ୍ୟୁରୋ: ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ । ପ୍ରତିବର୍ଷ ମେ 1 ତାରିଖରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯାଏ ।  ପ୍ରଥମ ଥର ପାଇଁ 1889ରେ ଶ୍ରମ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଆମେରିକାର ଚିକୋଗୋ ସହରରୁ ଏହି ଦିନ ପାଳନ କରିବାର ଢାଞ୍ଚା ଆରମ୍ଭ ହୋଇଥିଲା । ଯେତେବେଳେ ଶ୍ରମିକମାନେ ଏକଜୁଟ ହୋଇ ରାସ୍ତାରେ ପ୍ରଦର୍ଶନ କରିଥିଲେ । 

ଶ୍ରମିକମାନଙ୍କୁ ସମ୍ମାନିତ କରିବା ଲକ୍ଷ୍ୟରେ ସାରା ବିଶ୍ୱରେ ପ୍ରତିବର୍ଷ ଶ୍ରମିକ ଦିବସ(Labour Day) ପାଳନ କରାଯାଇଥାଏ  । ଶ୍ରମିକମାନଙ୍କୁ ସମ୍ମାନ ଦେବା ସହିତ ଶ୍ରମିକମାନଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ଏହି ଦିନ ମଧ୍ୟ ପାଳନ କରାଯାଇଥାଏ, ଯଦ୍ୱାରା ସମାଜରେ ଶ୍ରମିକମାନଙ୍କର ସ୍ଥିତି ମଜବୁତ ହୋଇପାରିବ । 

ଦେଶର ବିକାଶରେ ଏମାନଙ୍କର ଭୂମିକା ଢେର ଅଧିକ । ଯେକୌଣିସ ଏକ କାର୍ଯ୍ୟକୁ ଶିଖରରେ ପହଞ୍ଚାଇବା ପାଇଁ ଶ୍ରମିକମାନଙ୍କ ଅବଦାନ, କଠିନ ପରିଶ୍ରମ ରହିଥାଏ ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
may-1-is-observed-as-labours-day | Argus News