Videos
|
Odisha

ମେ ୧୫ ତାରିଖ ପିଏମ୍ ଆବାସ ଯୋଜନା ପଞ୍ଜିକରଣର ଶେଷ ଦିନ

Rashmita Mishra
Browse all articles by Rashmita Mishra
·1 year ago·1 min read
ମେ ୧୫ ତାରିଖ ପିଏମ୍ ଆବାସ ଯୋଜନା ପଞ୍ଜିକରଣର ଶେଷ ଦିନ

ମେ ୧୫ ତାରିଖ ପିଏମ୍ ଆବାସ ଯୋଜନାରେ ପଞ୍ଜିକରଣର ଶେଷ ଦିନ । ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ପିଏମ୍ ଆବାସ ଯୋଜନାରେ ପଞ୍ଜିକରଣ କରିସାରିଲେଣି ୩୫ ଲକ୍ଷ ଲୋକ । ପଞ୍ଜୀକରଣ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି । ମେ ୧୫ ପରେ ବିଭାଗୀୟ ଅଧିକାରୀ ମାନେ ଘର ଘର ବୁଲି ସର୍ଭେ କରି ଚିହ୍ନଟ କରିବେ ଯୋଗ୍ୟ ହିତାଧିକାରୀ । ଦୁଇରୁ ତିନିଟି ପର୍ଯ୍ୟାୟରେ ସର୍ଭେ ହେବ । ସ୍କୃଟିନି ହେବା ପରେ ସର୍ଭେ ଠିକ୍ ଭାବେ ହୋଇଛି କି ନାହିଁ ଯାଞ୍ଚ କରାଯିବ ।


ସର୍ଭେରେ ଅବହେଳା ହୋଇଥିଲେ ସଂପୃକ୍ତ ଅଧିକାରୀଙ୍କ ଉପରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । କେନ୍ଦ୍ର ସରକାରଙ୍କୁ ଚୂଡ଼ାନ୍ତ ତାଲିକା ପଠାଯିବ । କେନ୍ଦ୍ର ଅର୍ଥ ଦେଲା ପରେ ରାଜ୍ୟ ସରକାର ନିଜର ଭାଗ ଦେବେ । ତେବେ ପୂର୍ବ ସରକାର ଯଦି ତାଲିକା ପ୍ରସ୍ତୁତ କରିଥାନ୍ତେ, ତେବେ ରାଜ୍ୟକୁ ଆହୁରି ଘର କେନ୍ଦ୍ର ଠାରୁ ମିଳି ସାରିଥାନ୍ତା । ତେଣୁ ତାଲିକା ନଥିବାରୁ ଲୋକ ମାନେ ଘର ପାଇବାରୁ ବଞ୍ଚିତ ହେଲେ କହିଛନ୍ତି ରବି ନାରାୟଣ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
may-15th-is-the-last-day-to-register-for-the-pm-awas-yojana | Argus News