ଭଗବାନ ଏମିତି ଦୁଃଖ କାହାକୁ ନଦିଅନ୍ତୁ...

Key Points
ବ୍ରହ୍ମପୁର ଶୀତଳାପଲ୍ଲୀଠାରେ ଥିବା ସମ୍ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ଦୀପକ ।
ଏତେ ଟଙ୍କା କେଉଁଠୁ ଯୋଗାଡ଼ କରିବେ ଚିନ୍ତାରେ ପଡ଼ିଛନ୍ତି ଦୀପକଙ୍କ ପରିବାର ।
ବୟସ ମାତ୍ର ୧୯... କିନ୍ତୁ ଦଇବ ସାଧିଛି ଦାଉ। ଗଞ୍ଜାମ ଜିଲ୍ଲା କୋମଣ୍ଡ ଗାଁର ଆର୍ ଦୀପକ ରେଡ୍ଡୀଙ୍କ ୨ଟି ଯାକ କିଡନୀ ନଷ୍ଟ ହୋଇଯାଇଛି। ପୁରା ପରିବାର ଏନେଇ ଚିନ୍ତାରେ ପଡିଥିବା ବେଳେ ଅର୍ଥାଭାବରୁ ହୋଇପାରୁନି ଚିକିତ୍ସା ।
ହୃଦଘାତରେ ବାପାଙ୍କ ମୃତ୍ୟୁ ପରେ ବାହାର ରାଜ୍ୟରେ ଦାଦାନ ଖଟି ପରିବାରର ପେଟ ପୋଷୁଥିଲେ । ହଠାତ୍ ଦଇବ ଦାଉ ସାଧିଲା । ଦୀପକଙ୍କ ଗୋଡ ହାତ ଓ ମୁହଁ ଫୁଲିବାକୁ ଲାଗିଲା । ମେଡିକାଲରେ ଦେଖାଇବା ପରେ ଦୁଇଟି ଯାକ କିଡନୀ ଅଚଳ ହୋଇ ପଡିଛି । ଯାହାକୁ ନେଇ ପୁରା ପରିବାର ଭାଙ୍ଗି ପଡିଥିବାବେଳେ ଦୀପକଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ ।
ବ୍ରହ୍ମପୁର ଶୀତଳାପଲ୍ଲୀଠାରେ ଥିବା ସମ୍ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ଦୀପକ । ଡାକ୍ତର ଦୁଇଟି ଯାକ କିଡ଼ନୀ ପ୍ରତିରୋପଣ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଯେଉଁଥିପାଇଁ ୧୦ ଲକ୍ଷ ଟଙ୍କାର ଆବଶ୍ୟକ । ଏତେ ଟଙ୍କା କେଉଁଠୁ ଯୋଗାଡ଼ କରିବେ ଚିନ୍ତାରେ ପଡ଼ିଛନ୍ତି ଦୀପକଙ୍କ ପରିବାର । ଭେଣ୍ଡିଆ ରୋଜଗାରିଆ ପୁଅର ଅବସ୍ଥା ଦେଖି ବିଧବା ମାଆ ଆଖିରୁ ଲୁହ ଶୁଖୁନଥିବାବେଳେ ଆର୍ଥିକ ସହାୟତା ଲାଗି ନିବେଦନ କରିଛନ୍ତି ସଂପର୍କୀୟ ଓ ଗ୍ରାମବାସୀ ।
ଯଦି କେହି ସହୃଦୟ ବ୍ୟକ୍ତି ବା ଅନୁଷ୍ଠାନ ଦୀପକ ରେଡ୍ଡୀଙ୍କୁ ସହଯୋଗ କରିବାକୁ ଚାହୁଁଥିବେ ତାହେଲେ ଦୀପକଙ୍କ ଭାଇ ଉମାଶଙ୍କରଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଫୋନ୍ ପେ ନମ୍ବର ଦ୍ବାରା ଆର୍ଥିକ ସହାୟତା ଦେଇପାରିବେ ।
ତାଙ୍କ ମୋବାଇଲ ନମ୍ବର ହେଉଛି 8260094767 ।
ଆଉ ତାଙ୍କ ବ୍ୟାଙ୍କ... STATE BANK OF INDIA, PURUSOTAMPUR BRANCH, GANJAM
NAME - ଆର୍ ଉମାଶଙ୍କର ରେଡ୍ଡୀ
ACCOUNT- 20406261033,
IFSC- SBIN0018463
PHONE PAY- 8320636535