Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚିକେନ୍ ନ ଖାଇବାକୁ ଅନୁରୋଧ କଲେ ଭୁବନେଶ୍ୱର ମେୟର

Odisha

ଚିକେନ୍ ନ ଖାଇବାକୁ ଅନୁରୋଧ କଲେ ଭୁବନେଶ୍ୱର ମେୟର

Smruti Parija
Browse all articles by Smruti Parija
·1 year ago·1 min read
ଚିକେନ୍ ନ ଖାଇବାକୁ ଅନୁରୋଧ କଲେ ଭୁବନେଶ୍ୱର ମେୟର

ଭୁବନେଶ୍ୱର: ଚିକେନ୍ ନଖାଇବାକୁ ମେୟରଙ୍କ ଅନୁରୋଧ ।  ଚିକେନ୍ ନ ଖାଇବାକୁ ଅନୁରୋଧ କଲେ ଭୁବନେଶ୍ୱର ମେୟର ।  ରାଜଧାନୀବାସୀଙ୍କୁ ମେୟର ସୁଲୋଚନା ଦାସଙ୍କ ଅନୁରୋଧ । ଭୁବନେଶ୍ୱର ଆଖପାଖରେ ବାର୍ଡ ଫ୍ଲୁ ଦେଖାଦେବା ପରେ ଅପିଲ୍ । କିଛି ଦିନ ରାଜଧାନବାସୀଙ୍କୁ ଚିକେନ୍ ନ ଖାଇବାକୁ ଅନୁରୋଧ କରୁଛି । ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ କିଣିବାକୁ ଦୋକାନୀଙ୍କୁ ଅନୁରୋଧ କରାଯାଇଛି । 

ସେପଟେ ସତ୍ୟବାଦୀ ଓ ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢିଛି ଚିନ୍ତା । ବର୍ତ୍ତମାନ ସୁଦ୍ଧା ୩୦ ହଜାର କୁକୁଡା ମରାଗଲାଣି । କୁକୁଡ଼ା ମାରିବା ପାଇଁ ୨୧ ଟିମ୍ ଓ ସାନିଟାଇଜ୍ ପାଇଁ ୧୦ଟି ଟିମ୍ ଲାଗିଛି । ଚାଷୀଙ୍କୁ କ୍ଷତିପୂରଣ ବାବଦରେ ରାଜ୍ୟ ସରକାର ନିଷ୍ପତି ନେଇଥିବା କହିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ କୁକୁଡ଼ା ପାଇଁ ୭୦ ଟଙ୍କା ଦେବାକୁ ବ୍ୟବସ୍ଥା ହୋଇଛି । ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
mayor-bhubaneswar-sulachana-das-requested-not-to-eat-chicken | Argus News