ବିଏମସିର କାଉନସିଲ ବୈଠକରେ ହଙ୍ଗାମା
·2 years ago·1 min read

ବ୍ରହ୍ମପୁର: ବିଏମସିର କାଉନସିଲ ବୈଠକରେ ହଙ୍ଗାମା । ମୁହାଁମୁହିଁ ହେଲେ ମେୟର ଓ କର୍ପୋରେଟର । ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଲା ମେୟର ଓ କର୍ପୋରେଟର ମଧ୍ୟରେ ପାଟିତୁଣ୍ଡ । ଶୁକ୍ରବାର ବିଏମସିର କାଉନସିଲ ବୈଠକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ବୈଠକରେ ବିଭିନ୍ନ ସମସ୍ୟା ନେଇ ଆଲୋଚନା ଚାଲିଥିଲା । ହଠାତ ବିଏମସିର ୩୭ ନମ୍ବର କର୍ପୋରେଟର ବନୀତା ସାହୁ ପୂର୍ବରୁ ନିଜ ୱାର୍ଡରେ ତାଙ୍କ ପ୍ରତି ହୋଇଥିବା ଆକ୍ରମଣ ସମ୍ପର୍କରେ ନିଜର ମତ ରଖିଥିଲେ । ବିଏମସି କାଉନସିଲ କାହିଁକି ଏପର୍ଯ୍ୟନ୍ତ କାହିଁକି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବୋଲି ପ୍ରଶ୍ନ କରିଥିଲେ । ଏହାପରେ ବିଜେପି ମହିଳା କର୍ପୋରେଟର ଓ ବିଜେଡ଼ିର ପୁରୁଷ କର୍ପୋରେଟର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।
ମେୟର ପରିସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା କରିବାବେଳେ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ଦୀର୍ଘ ସମୟ ପରେ ବିଏମସି କମିଶନର ମେୟର ଓ କର୍ପୋରେଟର ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: