Videos
|
Odisha

Mayurbhanj Cyclone Alert / ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଜୋରଦାର

Ritu Das
Browse all articles by Ritu Das
·58 mins ago·2 min read
ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଜୋରଦାର
India

Key Points

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା `ଅକଭାନ’ କୁ ନେଇ ଆଲର୍ଟରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା `ଅକଭାନ’ କୁ ନେଇ ଆଲର୍ଟରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ। ଆଇଏମଡି ଏବଂ ଏସଆରସିଙ୍କ ସତର୍କ ସୂଚନା ପରେ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ୧୯ରୁ ୨୦ ତାରିଖ ପର୍ଯ୍ୟନ୍ତ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୨୦ରୁ ୨୧ ତାରିଖ ପର୍ଯ୍ୟନ୍ତ ମୟୂରଭଞ୍ଜକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ତଳିଆ ଓ ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତାପସ କୁମାର ମହାନ୍ତ।

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଏବଂ ଜିଲ୍ଲା ସ୍ତରୀୟ ବୈଠକ ପରେ ତୃଣମୂଳ ସ୍ତରରେ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ଜିଲ୍ଲାରେ ଥିବା ୧୦ଟି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ସମେତ ମୋଟ ୭୮୨ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ (ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର) ଗୁଡିକୁ ଚିହ୍ନଟ କରାଯାଇଛି। ସେଠାରେ ଆଲୋକ, ପାନୀୟ ଜଳ, ରନ୍ଧା ଖାଦ୍ୟ ଏବଂ ସ୍ୱତନ୍ତ୍ର ଶୌଚାଳୟର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ, ଜିଲ୍ଲାରେ ଚିହ୍ନଟ ହୋଇଥିବା ୧,୧୧୭ ଜଣ ଆସନ୍ନ ପ୍ରସବା ମହିଳାଙ୍କ ତାଲିକା ବ୍ଲକ ସ୍ତରକୁ ଦିଆଯାଇଥିବା ବେଳେ ଅନେକଙ୍କୁ ସୁରକ୍ଷିତ ଭାବେ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପରିଚାଳନା ତଦାରଖ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇଏଏସ୍ ଅଧିକାରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ପୂର୍ବତନ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାସହ ଜିଲ୍ଲା, ସବ୍-ଡିଭିଜନ, ବ୍ଲକ ଓ ତହସିଲ ସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅପିଲ୍ କରାଯାଇଛି ଯେ "ଲୋକମାନେ ଭୟଭୀତ ନ ହୋଇ ସତର୍କ ରୁହନ୍ତୁ। ତଳିଆ ଅଞ୍ଚଳକୁ ଆଦୌ ଯାଆନ୍ତୁ ନାହିଁ ଏବଂ କଚ୍ଚା ଘରେ ନ ରହି ନିକଟସ୍ଥ ପକ୍କା ଘର କିମ୍ବା ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ଚାଲି ଆସନ୍ତୁ। କେବଳ ଆଇଏମଡି ଓ ସରକାରୀ ସୂଚନା ଉପରେ ବିଶ୍ୱାସ ରଖନ୍ତୁ।" ଆସନ୍ତାକାଲି ମଧ୍ୟାହ୍ନରେ ଗୋପାଳପୁରରେ ଲ୍ୟାଣ୍ଡଫଲ କରିବ ବାତ୍ୟା‘ଅକଭାନ୍’। ଏତିକି ବେଳେ ଘଣ୍ଟା ପ୍ରତି ୭୦ରୁ ୮୦ କିମି ବେଗରେ ବହିବ ପବନ। ସେହିପରି ଝଟକା ପବନର ବେଗ ଘଣ୍ଟା ପ୍ରତି ୯୦ କିମି ଛୁଇଁ ପାରେ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବଢୁଛି ଭୀଷଣ ବାତ୍ୟା ‘ଅକଭାନ୍’ର ଗତିର ବେଗ । ବାତ୍ୟା ‘ଅକଭାନ୍’ ଘଣ୍ଟା ପ୍ରତି ୧୫ କି.ମି. ବେଗରେ ଆଗକୁ ବଢୁଥିବା ବେଳେ କଳିଙ୍ଗପଟ୍ଟନମ୍ ଠାରୁ ୪୦୦ କି.ମି., ଗୋପାଳପୁର ଠାରୁ ୪୯୦ କି.ମି. ଏବଂ ପୁରୀ ଠାରୁ ୫୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି । ବର୍ତ୍ତମାନ ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି । ବିଶେଷକରି ଗୋପାଳପୁର ନିକଟବର୍ତ୍ତୀ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ସ୍ଥଳଭାଗ ଅତିକ୍ରମ କରିବା ସମୟରେ ବାତ୍ୟାର ପବନ ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବା ସହ ଝଟ୍କା ପବନର ବେଗ ୧୧୦ କିଲୋମିଟର ଛୁଇଁପାରେ । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ପବନ ଓ ବର୍ଷାକୁ ନେଇ ସତର୍କ ସୂଚନା ଜାରି କରାଯାଇଛି ।