ମୁଖ୍ୟମନ୍ତ୍ରୀଙ୍କୁ ଭଦ୍ରକବାସୀଙ୍କ ପକ୍ଷରୁ ଧନ୍ୟବାଦ ଦେଲେ ସୂର୍ଯ୍ୟବଂଶୀ ସୂରଜ

ପୂରଣ ହେବ ଭଦ୍ରକବାସୀଙ୍କ ଦୀର୍ଘ ବର୍ଷର ଦାବି । ଭଦ୍ରକରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ଅଧୀନରେ ଭଦ୍ରକରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ । ବଜେଟରେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ଅଧୀନରେ ଭଦ୍ରକ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଘୋଷଣା ହୋଇଛି ।
ବଜେଟ ଅଧିବେଶନରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭଦ୍ରକବାସୀଙ୍କ ପକ୍ଷରୁ ଧନ୍ୟବାଦ ଦେଇଛନ୍ତି ସୂର୍ଯ୍ୟବଂଶୀ ସୂରଜ। ଓଡ଼ିଆ ଅସ୍ମିତାରୁ ଆରମ୍ଭ କରି ଶିକ୍ଷା ଓ ସ୍ୱାସ୍ଥ୍ୟ ବଜେଟ ପାଇଁ ସୂର୍ଯ୍ୟବଂଶୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । 2007-08 ମସିହାରୁ ଭଦ୍ରକ ଜିଲ୍ଲାବାସୀ ଓ କ୍ରିୟାନୁଷ୍ଠାନ କମିଟି ମେଡିକାଲ କଲେଜ ପାଇଁ ଆନ୍ଦୋଳନ କରିଥିଲେ । ଆଜି ସେହି ପ୍ରତିଶ୍ରୁତି ପୂରଣ ହୋଇଛି ।
📱 Get Argus News App
✨ରାଜ୍ୟର ପ୍ରଥମ ବିଜେପି ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଆଗତ ହୋଇଛି । 2025-26 ବର୍ଷ ପାଇଁ 2 ଲକ୍ଷ 90 ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି ରାଜ୍ୟର ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିକଶିତ ଓଡ଼ିଶା ଗଠନ ପାଇଁ ବଜେଟରେ ମହିଳା, କୃଷକ, ଗରିବ ଓ ଯୁବବର୍ଗଙ୍କ ଉପରେ କରାଯାଇଛି ଫୋକସ୍। ବଜେଟରେ ପ୍ରତିଫଳିତ ହୋଇଛି ସାଢ଼େ 4 କୋଟି ଓଡ଼ିଆଙ୍କ ଆଶା।