Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଥମ ଚେଷ୍ଟାରେ UPSC ପ୍ରିଲିମ୍ କ୍ଲିୟର କଲେ...ହେଲେ

Smruti Parija
Browse all articles by Smruti Parija
·1 year ago·2 min read
ପ୍ରଥମ ଚେଷ୍ଟାରେ UPSC ପ୍ରିଲିମ୍ କ୍ଲିୟର କଲେ...ହେଲେ

Key Points

କୁହନ୍ତି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ସ୍ୱପ୍ନ କରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡେ । ଯଦି ଦୃଢ ମନୋବଳ ଥିବ ଆଉ କଠିନ ପରିଶ୍ରମ କରିବାକୁ ପଛଘୁ଼ଞ୍ଚା ଦେବେନି..ତେବେ ଆପଣଙ୍କୁ ସଫଳତାରୁ କିଏ ବି ବଞ୍ଚାଇପାରିବେନି । ଠିକେ ସେମିତି ଇଏ ବି ସେହି ରାସ୍ତାରେ ।

କେନ୍ଦୁଝର: କୁହନ୍ତି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ସ୍ୱପ୍ନ କରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡେ । ଯଦି ଦୃଢ ମନୋବଳ ଥିବ ଆଉ କଠିନ ପରିଶ୍ରମ କରିବାକୁ ପଛଘୁ଼ଞ୍ଚା ଦେବେନି..ତେବେ ଆପଣଙ୍କୁ ସଫଳତାରୁ କିଏ ବି ବଞ୍ଚାଇପାରିବେନି । ଠିକେ ସେମିତି ଇଏ ବି ସେହି ରାସ୍ତାରେ । ଛେଳି ଚରାଇ ଆଇ ଏ ଏସ୍ ପାଇବାର ଦେଖୁଛନ୍ତି ସ୍ବପ୍ନ । ବିନା କୋଚିଙ୍ଗରେ ପ୍ରଥମ ଆଟେମ୍ପ୍ଟରେ ସେ ୟୁପିଏସସି ପ୍ରିଲିମିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ, ହେଲେ ମାତ୍ର କିଛି ମାର୍କ ପାଇଁ ମେନ୍ ପରୀକ୍ଷାରୁ ବାଦ୍ ପଡିଥିଲେ । ତଥାପି ସେଥିରେ ସେ ନିରାଶ ହୋଇନାହାଁନ୍ତି । ଦିନରେ ଛେଳି ଚରାଇ, ସନ୍ଧ୍ୟାରେ ପିଲାଙ୍କୁ ଟିଉସନ୍ କରି ଏଥର ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେବାର ଦୃଢ ଆଶା ରଖିଛନ୍ତି କେନ୍ଦୁଝରର ପଙ୍କଜ ।


କେନ୍ଦୁଝର ପୁରୁଣା ସହର ସିଦ୍ଧମଠ ନିକଟ ଜଙ୍ଗଲ । ଯେଉଁଠି ପାଠପଢାରେ ନିମଗ୍ନ ପଙ୍କଜ କୁମାର ନାଏକ । ପୁରୁଣା ସହର ଗୁଣ୍ଡିଚା ସାହିର ପଙ୍କଜଙ୍କର ଏହା ନିତିଦିନିଆ କାମ । ସକାଳେ ଛେଳିମାନଙ୍କୁ ନେଇ ସେ ଜଙ୍ଗଲକୁ ବାହାରିଯାନ୍ତି । ସେଠାରେ ଛେଳିମାନଙ୍କୁ ଚରାଇବାକୁ ଛାଡି ନିଜେ ପାଠପଢା ଆରମ୍ଭ କରିଦିଅନ୍ତି । ଏଭଳି ଭାବେ ସମ୍ପୂର୍ଣ୍ଣ ସମୟର ଉପଯୋଗ କରିଥାନ୍ତି ପଙ୍କଜ । ଦୀର୍ଘ ଦିନରୁ ଏଭଳି ଭାବେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ପଙ୍କଜ । ଗତଥର ପ୍ରଥମ ଆଟେମ୍ପ୍ଟରେ ସେ ୟୁପିଏସସି ପ୍ରିଲିମିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ, ହେଲେ ମାତ୍ର କିଛି ମାର୍କ ପାଇଁ ମେନ୍ ପରୀକ୍ଷାରୁ ବାଦ୍ ପଡିଥିଲେ । ହେଲେ, ଏଥର ସେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେବେ ବୋଲି ଦୃଢ ଆଶା ରଖିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଘରର ବଡପୁଅ ପଙ୍କଜ କୁମାର ନାଏକଙ୍କ ମୁଣ୍ଡରେ ରହିଛି ପୁରା ପରିବାର ର ବୋଝ, ଘର ତାଙ୍କର କେନ୍ଦୁଝର ପୁରୁଣା ସହର ଗୁଣ୍ଡିଚା ସାହିରେ । ଘର କହିଲେ ମାତ୍ର ଦୁଇଟି ବଖରା । ସେହି ଘର ଭିତରେ ଗୋଟିଏ ପଟେ ପରିବାର ରହୁଥିବା ବେଳେ, ଅନ୍ୟପଟେ ରହିଛି ଛେଳିଙ୍କ ବାସଗୃହ । ଦିନରେ ଛେଳି ଚରାଇ, ସନ୍ଧ୍ୟାବେଳେ, କିଛି ପିଲାଙ୍କୁ ଟିଉସନ୍ କରି ଯେତିକି ଟଙ୍କା ମିଳେ ସେଥିରେ ଘର ଚଳେ ବୋଲି କହିଛନ୍ତି ପଙ୍କଜଙ୍କ ମା, ପୁଅ ଚାକିରୀ କଲେ ଘରର ଦୁଃଖ ଯିବ ବୋଲି ସେ କହିଛନ୍ତି । ପଙ୍କଜଙ୍କ ପରି ଜଣେ ପ୍ରତିଭାବାନ୍ , ସଚ୍ଚରିତ୍ର ତଥା ଦୃଢମନା ଯୁବକ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହେବା ଆବଶ୍ୟକ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

Sponsored
meet pankaj kumar nayak an upsc aspirants | Argus News