ଆନନ୍ଦବଜାର ଶୃଙ୍ଖଳା ନେଇ ପ୍ରଶାସନ କାର୍ଯ୍ୟାଳୟରେ ବୈଠକ

Key Points
ଆନନ୍ଦବଜାର ଶୃଙ୍ଖଳା ନେଇ ପ୍ରଶାସନ କାର୍ଯ୍ୟାଳୟରେ ବୈଠକ
ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଲା ସୁଆରମହାସୁଆର ନିଯୋଗ
ମହାପ୍ରଭୁଙ୍କ ନୀତିକାନ୍ତି ସଅଳ ଶେଷ ହେଲେ ମହାପ୍ରସାଦ ଶୀଘ୍ର ବାହାରିବ
ଆନନ୍ଦବଜାର ଶୃଙ୍ଖଳା ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୈଠକ । ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଲା ସୁଆରମହାସୁଆର ନିଯୋଗ । ରାତ୍ର ପହୁଡ ନୀତି ଯେତେବେଳେ ହେଲେବି ମହାପ୍ରଭୁଙ୍କ ମଙ୍ଗଳଆଳତୀ ସକାଳ ୬.୩୦ରେ କରିବାକୁ ପ୍ରସ୍ତାବ । ଆନନ୍ଦବଜାରର ଶୃଙ୍ଖଳା ମହାପ୍ରଭୁଙ୍କ ସଅଳ ନୀତିକାନ୍ତି ଉପରେ ନିର୍ଭର କରେ । ମହାପ୍ରଭୁଙ୍କ ନୀତିକାନ୍ତି ସଅଳ ଶେଷ ହେଲେ ମହାପ୍ରସାଦ ଶୀଘ୍ର ବାହାରିବ ଓ ଭକ୍ତ ଆନନ୍ଦବଜାରରୁ ଭୋଗ ନେବା ପରେ ଆନନ୍ଦବଜାରରୁ ଗହଳି କମିବ। ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକଙ୍କୁ ଏଭଳି କିଛି ପ୍ରସ୍ତାବ ଦେଲା ସୁଆରମହାସୁଆର ନିଯୋଗ।
ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ସୁଆର ମହାସୁଆର ନିଯୋଗର ସଭାପତି, ସମ୍ପାଦକ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଆନନ୍ଦବଜାରରେ ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ମହାପ୍ରସାଦ ସେବନ କରିବେ ସେନେଇ ବୈଠକରେ ଆଲୋଚନା ହୋଇଥିଲା। ଏହାଛଡା ଖୁବଶୀଘ୍ର ଆନନ୍ଦବଜାରରେ ଅବଢାର ଦର ତାଲିକା ନିର୍ଦ୍ଧାରଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି। ଶୁଖିଲା ଭୋଗ ଓ ମହାପ୍ରସାଦ ପାଇଁ ଅଲଗାଅଲଗା ଦୋକାନରେ ବିତରଣ ସହ ସେବନ କରିବା ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।