Videos
|
Odisha

ମୋଦିଙ୍କ ଜନ୍ମଦିନରେ 'ସୁଭଦ୍ରା'ର ମେଗା ଲଞ୍ଚିଂ

Smruti Parija
Browse all articles by Smruti Parija
·2 years ago·1 min read
ମୋଦିଙ୍କ ଜନ୍ମଦିନରେ 'ସୁଭଦ୍ରା'ର ମେଗା ଲଞ୍ଚିଂ

ଅର୍ଗସ ବ୍ୟୁରୋ: ସେପ୍ଟେମ୍ବର 17ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ 50ଜଣ OASଙ୍କୁ ବଡ଼ ଦାୟିତ୍ଵ ଦିଆଯାଇଛି। ପ୍ରବଳ ଜନଗହଳି ହେବାକୁ ଥିବାରୁ 50ଜଣ ବରିଷ୍ଠ OASଙ୍କୁ ପରିଚାଳନା ଦାୟିତ୍ଵ ମିଳିଛି। ଜନଗହଳି କିପରି ନିୟନ୍ତ୍ରଣ ହୋଇପାରିବ, କେହି ଅସୁବିଧାର ସମ୍ମୁଖୀନ ହେବେନି ସେ ସନେଇ ସେମାନେ ଦୃଷ୍ଟି ଦେବେ। ମହିଳା ଓ ଶିଶୁ ବିକାଶ ବିଭାଗକୁ ରିପୋର୍ଟ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଆସନ୍ତା 17 ମୋଦିଙ୍କ ଜନ୍ମଦିନରେ ଜନତା ମଇଦାନରେ `ସୁଭଦ୍ରା'ର ମେଗା ଲଞ୍ଚିଂ ହେବ।

ସେପଟେ ମୁଖ୍ୟାଳୟ ଛାଡ଼ିପାରିବେନି ସରକାରୀ କର୍ମଚାରୀ । ଆଜିଠୁ 16 ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କୁ ମୁଖ୍ୟାଳୟ ଛାଡ଼ିବା ମନା । କର୍ମଚାରୀ ମୁଖ୍ୟାଳୟ ଛାଡ଼ି ଯାଇପାରିବେନି କହିଲା ସାଧାରଣ ପ୍ରଶାସନ ବିଭାଗ । ଆବଶ୍ୟକ ପଡ଼ିଲେ ସର୍ଟ ନୋଟିସ୍‌ରେ ଅଫିସ୍‌କୁ ଆସିବାକୁ ପଡ଼ିବ । ଶନି, ରବି ଓ ସୋମବାର ଛୁଟି ପଡୁଥିବାରୁ ଲାଗିଲା କଟକଣା । 

ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି । ଆସନ୍ତା 17ରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି । ଆସନ୍ତା 17 ମୋଦିଙ୍କ ଜନ୍ମଦିନରେ ଜନତା ମଇଦାନରେ `ସୁଭଦ୍ରା'ର ମେଗା ଲଞ୍ଚିଂ । 

ଆଜିଠୁ 16 ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କୁ ମୁଖ୍ୟାଳୟ ଛାଡ଼ିବା ମନା
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: