Meher Community Diwali / ବାଣ ନୁହେଁ, ଦୀପ ଜାଳି ପାଳନ୍ତି ଦୀପାବଳି… ମେହେର ସମ୍ପ୍ରଦାୟର ନିଆରା ପରମ୍ପରା, ପିତୃପୁରୁଷଙ୍କୁ ଦିଅନ୍ତି ବିଦାୟ
·1 hour ago·2 min read

Key Points
ଦୀପାବଳିକୁ ନେଇ ରହିଛି ଅନେକ ପରମ୍ପରା
ବୁଣାକାର ସମ୍ପ୍ରଦାୟ ଦ୍ବାରା ପାଳିତ ହେଉଥିବା ନିଆରା ଦିପାବଳୀ ଏକ ସ୍ବତନ୍ତ୍ର ସ୍ଥାନ ରଖିଛି

ଆଲୋକର ପର୍ବ ଦୀପାବଳି । ଅନ୍ଧାର ଉପରେ ଅ।ଲୋକର ବିଜୟର ପର୍ବ। ଦୀପାବଳିକୁ ନେଇ ରହିଛି ଅନେକ ପରମ୍ପରା। ସେଥିମଧ୍ୟରୁ ମେହେର ବା ବୁଣାକାର ସମ୍ପ୍ରଦାୟ ଦ୍ବାରା ପାଳିତ ହେଉଥିବା ଦିପାବଳୀ ଏକ ସ୍ବତନ୍ତ୍ର ସ୍ଥାନ ରଖିଛି । ପବିତ୍ର କାର୍ତ୍ତିକ ମାସରେ ପଡୁଥିବା ଏହି ଦୀପାବଳିରେ ପିତୃ ପୁରୁଷକୁ ପିଣ୍ଡଦାନ କରାଯାଇଥାଏ । ତେବେ ମେହେର ସମ୍ପ୍ରଦାୟର ଲୋକେ କିଭଳି ପିତୃ ପୁରୁଷଙ୍କୁ ଡାକିଥାନ୍ତି ତାହା ଏହି ଦୀପାବଳି ଦିନ ଦେଖିବାକୁ ମିଳିଥାଏ। ତା ସହ ବିନା ବାଣ ନିରାଡମ୍ବର ଭାବେ ପାଳିତ ହୋଇଥାଏ ଦୀପାବଳି।
ଅଜା ବାହାବେ ଖଣ୍ଡ୍ ଖଜା ଖାବେ, ଉଜଲେ ଆବେ ଅନ୍ଧାରେ ଜାବେ, ଗଙ୍ଗା ଗୟା, ପୁରୀ। ଗାଁ ଦାଣ୍ଡରେ ଏକାଠି ହୋଇ ଚାଲିଛି ଶୋଭାଯାତ୍ରା । ଆଖୁ ଦଣ୍ଡ ଉପରେ ଚାଉଳରେ ନିର୍ମିତ ଦୀପ ଲଗାଇ ହାତରେ ଧରି ଚାଲିଛନ୍ତି କିଛି ଲୋକ । ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲାରେ ମେହେର ବା ବୁଣାକାରମାନଙ୍କ ଦ୍ବାରା ପାଳିତ ହେଉଥିବା ଦୀପାବଳିର । ଆଜିର ଦିନରେ ପିତୃ ପୁରୁଷମାନଙ୍କୁ ଆଲୋକ ଦେଖାଇ ବିଦାୟ ଦେଇଥାନ୍ତି ସେମାନେ । ଗାଁଠୁ ସହର ସବୁଆଡେ ଏହି ପର୍ବ ପାଳନ କରିଥାନ୍ତି ନିରାଡମ୍ବର ଭାବେ। ଲୋକ ବାଣ ଫୁଟାଇ ଦିପାବଳି ମନାଉଥିବାବେଳେ ଏହି ସମ୍ପ୍ରଦାୟର ଲୋକେ ଆଜି ବି ପରମ୍ପରାକୁ ବଜାୟ ରଖିଛନ୍ତି।
ଦୀପାବଳି ଦିନ ମେହେର ବା ବୁଣାକାରମାନଙ୍କ ଘରେ ଘରେ ଜମିଠାଏ ପିଠା ପଣାର ଆସର । ଦିନ ବେଳେ ନିଜ ମଙ୍ଗାକୁ ଧୋଇ ଧାଇ ଦେଇଥାନ୍ତି। ସନ୍ଧ୍ୟା ହେଲେ ମଙ୍ଗାଶାଳରେ ପୁଜାପାଠ କରିବା ସହ ଆଖୁ ବଳି ଦେଇଥାନ୍ତି। ତା ସହ ଅରୁଆ ଚାଉଳ ଚୂନାରେ ପ୍ରସ୍ତୁତ ହୋଇଥାଏ ଏକ ସ୍ଵତନ୍ତ୍ର ପିଠା। ଯାହାକୁ ଗଇଁଠା କୁହାଯାଇଥାଏ। ମଙ୍ଗାରେ ପୂଜା ସାରିଲା ପରେ ଗାଁ ଦାଣ୍ଡରେ ଧାଡି ହୋଇ ଶୋଭାଯାତ୍ରା କରିଥାନ୍ତି ସମସ୍ତେ। ଏହି ପରମ୍ପରା କାହିଁ କେତେ ଦିନୁ ଉତ୍ସାହର ସହିତ ପାଳିତ ହୋଇ ଅ।ସୁଥିବା କହନ୍ତି ସେମାନେ। ଏହାରି ମାଧ୍ୟମରେ ତାଙ୍କ ପିତୃପୁରୁଷକୁ ଶାନ୍ତି କରାଯାଉଥିବା କହନ୍ତି ସେମାନେ। ମେହେର ବା ବୁଣାକାର ସମ୍ପ୍ରଦାୟ ଦ୍ବାରା ପାଳିତ ହେଉଥିବା ଏହି ଦିପାବଳି ସତରେ ନିଅ।ରା। ପରିବେଶ ପ୍ରଦୁଷଣ ବିନା ଏମାନେ ସମାଜକୁ ଏକ ବାର୍ତ୍ତା ଦେଇଥାନ୍ତି ସଚେତନତା ବାର୍ତ୍ତା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories