Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଟକ ବଡ଼ ମେଡିକାଲ ଯାଏଁ ସଂପ୍ରସାରଣ ହେବ ମେଟ୍ରୋ ପ୍ରକଳ୍ପ

Smruti Parija
Browse all articles by Smruti Parija
·1 year ago·1 min read
କଟକ ବଡ଼ ମେଡିକାଲ ଯାଏଁ ସଂପ୍ରସାରଣ ହେବ ମେଟ୍ରୋ ପ୍ରକଳ୍ପ

ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପରିବର୍ତ୍ତେ କଟକ ବସଷ୍ଟାଣ୍ଡ ଓ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବ ମେଟ୍ରୋ ପ୍ରକଳ୍ପ । ଲୋକଙ୍କ ସୁବିଧା ଦୃଷ୍ଟିରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ମେଟ୍ରୋ ପାଇଁ ଏକ କମିଟି ଗଠନ କରାଯାଇଛି । ଦେଶରେ ମେଟ୍ରୋ ଚାଲୁଥିବା ବିଭିନ୍ନ ସହର ବୁଲି ଅନୁଧ୍ୟାନ କରୁଛି କମିଟି । ନୂଆ DPR ପ୍ରସ୍ତୁତ କରାଯାଉଛି । କେବଳ ରାଜ୍ୟ ପାଣ୍ଠିରୁ ନୁହେଁ, କେନ୍ଦ୍ର ସରକାରଙ୍କ ସହଯୋଗରେ ତିଆରି ହେବ ମେଟ୍ରୋ ପ୍ରକଳ୍ପ ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।


ସେହିପରି ଆରମ୍ଭ ହେଲା ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ଵତନ୍ତ୍ର ପ୍ରୟାସ 'ସହଯୋଗ' । ସହରାଞ୍ଚଳରେ ରହୁଥିବା ଗରିବ ଲୋକଙ୍କ ହାତ ପାହାନ୍ତାରେ ବିଭିନ୍ନ ଯୋଜନାର ଫାଇଦା ପହଞ୍ଚାଇବା ଲାଗି କାମ କରିବ 'ସହଯୋଗ' । ପ୍ରାରମ୍ଭିକ ଭାବେ ଏଥିରେ ୮ ଟି ବିଭାଗର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ୍ କାର୍ଡ, ଆୟୁଷ୍ମାନ କାର୍ଡ, ଭିନ୍ନକ୍ଷମ ପରିଚୟପତ୍ର, ସୁଭଦ୍ରା, ଶ୍ରମ କାର୍ଡ, ମଧୁବାବୁ ପେନସନ, ସୁକନ୍ୟା ସମୃଦ୍ଧି ଭଳି ୧୩ଟି ଯୋଜନାକୁ ସାମିଲ କରାଯାଇଛି । ଆଗାମୀ ଦିନରେ ଏଥିରେ ଆହୁରି ଅନେକ ଯୋଜନା ସାମିଲ କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଟାଟା ଫାଉଣ୍ଡେସନ ଟ୍ରଷ୍ଟ ସହଯୋଗରେ ବିଭିନ୍ନ ପୌରାଞ୍ଚଳରେ ଥିବା ଫ୍ରଣ୍ଟଲାଇନ୍ ୱାର୍କରମାନେ ଏନେଇ ସର୍ଭେ କରିବା ସହ ବିଭିନ୍ନ ଯୋଜନାକୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଦିଗରେ କାମ କରିବେ । ଆଜିଠାରୁ ୨ ମାସ ଧରି ଚାଲିବ ଏହି ଅଭିଯାନ । ଡୋର ଟୁ ଡୋର ସର୍ଭେ କରିବେ ଫ୍ରଣ୍ଟଲାଇନ୍ ୱାର୍କର । ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା, କଟକ, ଭଦ୍ରକ, ଗଞ୍ଜାମ, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଭଳି ୮ଟି ଜିଲ୍ଲାର ୪୪ ପୌରାଞ୍ଚଳରେ କାର୍ଯ୍ୟକାରୀ ହେବ ସହଯୋଗ ।

Sponsored
metro-project-to-be-extended-up-to-cuttack-bada-medical-college | Argus News