Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୨୦୨୭ରେ ଓଡ଼ିଶାରେ ଆରମ୍ଭ ହେବ ମେଟ୍ରୋ ପ୍ରକଳ୍ପ

Odisha

୨୦୨୭ରେ ଓଡ଼ିଶାରେ ଆରମ୍ଭ ହେବ ମେଟ୍ରୋ ପ୍ରକଳ୍ପ

Rashmita Mishra
Browse all articles by Rashmita Mishra
·1 year ago
୨୦୨୭ରେ ଓଡ଼ିଶାରେ ଆରମ୍ଭ ହେବ ମେଟ୍ରୋ ପ୍ରକଳ୍ପ

ଅର୍ଗସ ବ୍ୟୁରୋ:  ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଅଗ୍ରଗତି  ସମୀକ୍ଷା କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । କଣ ଡିପିଆର ଅଛି, କେତୋଟି ଷ୍ଟେସନ ହେବ ଏବଂ ଏହାକୁ କିପରି ଡିଜାଇନ କରାଯିବ ଏହାର ଅନୁଧ୍ୟାନ କରିଛନ୍ତି ସାଂସଦ । 2023 ମସିହା ନଭେମ୍ବରରେ ମେଟ୍ରୋ ରେଲର ଡିପିଆରକୁ ଅନୁମୋଦନ ଦେଇଥିଲା ଦିଲ୍ଲୀ ମେଟ୍ରୋ । ପ୍ରକଳ୍ପର ପ୍ରଥମ ଫେଜରେ 26 କିମି ମେଟ୍ରୋ ରେଳ ପକଳ୍ପ ହେବାକୁ ଥିବା ବେଳେ 20 ଟି ଷ୍ଟେସନ ରହିଛି । ଏହାର ସମ୍ପୂର୍ଣ ବଜେଟ 6 ହଜାର 2 ଶହ 56 କୋଟି ରହିଥିବା ବେଳେ ବର୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ତରଫରୁ ଅନୁମୋଦନ ହୋଇଛି 460 କୋଟି ଟଙ୍କା । ଆସନ୍ତାବର୍ଷ ମାର୍ଚ୍ଚ 31 ସୁଦ୍ଧା ଆଉ 350 କୋଟି ରାଜ୍ୟ ସରକାର ଦେବେ । 2027 ଡିସେମ୍ବର ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Metro project to start in Odisha in 2027 | Argus News