Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମନରେଗା ଯୋଜନାରେ ମହାକେଳେଙ୍କାରୀ

Banajyotshna Ray
Browse all articles by Banajyotshna Ray
·11 months ago·3 min read
ମନରେଗା ଯୋଜନାରେ ମହାକେଳେଙ୍କାରୀ

Key Points

ବନବିଭାଗର ବଡ଼ ଘୋଟାଲା
ଜଙ୍ଗଲ ବିଭାଗରେ ସାଂଘାତିକ ଜାଲିଆତି
ମନରେଗା ଯୋଜନାରେ ମହା କେଳେଙ୍କାରୀ
ବନୀକରଣ ନାଁରେ ବଡ଼ ହେରଫେର୍

ନବରଙ୍ଗପୁର ବନବିଭାଗ ପକ୍ଷରୁ Cattel Proof Trench ଖୋଳାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିଲାଗି ଲକ୍ଷାଧିକ ଟଙ୍କା ବି ସରକାରୀ ରାଜକୋଷରୁ ଯୋଗାଇ ଦିଆଯାଇଛି। ନବରଙ୍ଗପୁର ବନାଞ୍ଚଳ ଅଧିନସ୍ଥ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ରିଜର୍ଭ ଜଙ୍ଗଲ ର ଦୃଶ୍ୟ । ଯୁଆଡେ ଦେଖିଲେ ସବୁଜ ଜଙ୍ଗଲ ଓ ପାହାଡ଼ ପରିପୂର୍ଣ୍ଣ। ଏଠାକୁ ପ୍ରତିଦିନ ଗାଈ ଗୋରୁ, ଛେଳି ମେଣ୍ଢା ପଶୁଥିବାରୁ 2020 ମସିହାରେ ନବରଙ୍ଗପୁର ବନବିଭାଗ ପକ୍ଷରୁ Cattel Proof Trench ଖୋଳାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। 4 ଲକ୍ଷ 80 ହଜାର ଟଙ୍କା ଅନୁଦାନ ଦିଆଯାଇଥିଲା। ତେବେ, ଏଠାରେ କୌଣସି କାର୍ଯ୍ୟ କରାନଯାଇ 2 ଲକ୍ଷ 27 ହଜାର 286 ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ଆସିଛି । ସେହିଭଳି 2021 ଓ 2023 ମସିହାରେ ମଧ୍ୟ ସମାନ ରୂପରେ କାର୍ଯ୍ୟ ନକରି ଟଙ୍କା ହଡପ କରାଯାଇଛି।


2020 ମସିହା ଦସ୍ତାବିଜ । ଯେଉଁଠି ବିଲକୁଲ କାମ ନକରି 177 ଜଣ ଶ୍ରମିକ ଙ୍କୁ 1098 ଦିନର ଶ୍ରମ ଦିଆ ଯାଇଥିବା କହି 2 ଲକ୍ଷ 27 ହଜାର 286 ଟଙ୍କା ଉଠାଣ କରାଯାଇଛି । ସେହିଭଳି 2021 ମସିହାରେ 6 ଲକ୍ଷ 88 ହଜାର ଟଙ୍କା ଅନୁଦାନ ଆସିଥିବା ବେଳେ 158 ଜଣ ଶ୍ରମିକ ଙ୍କୁ ନିୟୋଜିତ କରାଯାଇ 1208 ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ଦର୍ଶାଇ 2 ଲକ୍ଷ 69 ହଜାର 797 ଟଙ୍କା ଉଠା ଯାଇଥିବା ଦେଖାଯାଇଛି । ତଦଅନୁରୂପ 2023 ମସିହାରେ ମଧ୍ୟ ଟ୍ରେଞ୍ଚ ଖୋଲିବା ପାଇଁ 3 ଲକ୍ଷ 79 ହଜାର ଟଙ୍କା ମଞ୍ଜୁର କରାଯାଇଥିବା ବେଳେ 105 ଜଣ ଶ୍ରମିକ ଙ୍କୁ କାମ ଦିଆଯାଇଥିବା ଦର୍ଶାଇବା ସହ material ବାବଦ କୁ ମିଶାଇ 3 ଲକ୍ଷ 44 ହଜାର 842 ଟଙ୍କା ହେରଫେର କରାଯଇଥିବା ଦର୍ଶାଯାଇଛି। ସେପଟେ କିନ୍ତୁ ବାସ୍ତବ ସ୍ଥିତି ସପୂର୍ଣ ଭିନ୍ନ। ଜଗନ୍ନାଥପୁର ବିଟରେ ଥିବା ରିଜର୍ଭ ଜଙ୍ଗଲରେ ମାତ୍ର 100 ମିଟର ଟ୍ରେଞ୍ଚ ଖୋଳା ଯାଇଛି। ପଞ୍ଚାୟତ ତରଫରୁ ଏହା ଖୋଳା ଯାଇଥିବା ଗ୍ରାମବାସୀ କହୁଥିବା ବେଳେ ନବରଙ୍ଗପୁର ବନବିଭାଗ ବିନା କୌଣସି କାର୍ଯ୍ୟ କରି 3 ଟି ଫାଇଲ ମାଧ୍ୟମରେ ସାଢେ 15 ଲକ୍ଷ ଟଙ୍କା ଅନୁମୋଦନ କରି, 5 km ଟ୍ରେଞ୍ଚ ଖୋଳା ଯାଇଥିବା ଦର୍ଶାଇ ପ୍ରାୟ ସାଢେ 8 ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଜଗନ୍ନାଥପୁର ବାସିନ୍ଦା ଓ ବନ ସୁରକ୍ଷା ସମିତିର ସଭାପତି ଅଭିଯୋଗ ଆଣିଛନ୍ତି। ସେପଟେ ବିଭାଗୀୟ ଅଧିକାରୀ ଶ୍ରମିକଙ୍କୁ ପ୍ରଲୋଭନ ଦେଖାଇ ଜବକାର୍ଡ ହାତେଇ ଏହାରି ମାଧ୍ୟମରେ ଟଙ୍କା ଆତ୍ମସାତ କରିଥିବା ଭଳି ସଂଗୀନ ଅଭିଯୋଗ ମଧ୍ୟ ହୋଇଛି।

ସେହି ନନ୍ଦାହାଣ୍ଡି ବ୍ଲକ ଡ଼ଙ୍ଗରଭେଜାରୁ ଦୋହଣା ଗ୍ରାମକୁ ରାସ୍ତା। ଯାହାର ଲମ୍ବ 2 km ରୁ 2.5 km ହେବ । ଏଠାରେ ସରକାରଙ୍କ MGNREGA ONLINE ଦସ୍ତାବିଜ କହୁଛି ଯେ - ଡ଼ଙ୍ଗରଭେଜା ରୁ ଦୋହଣା ପାଖାପାଖି 5 କିମି ରାସ୍ତା କଡ଼ରେ ବୃକ୍ଷରୋପଣ କରାଯାଇଛି। ଯାହା ବାବଦରେ ସମୁଦାୟ 2 ଲକ୍ଷ 47 ହଜାର 649 ଟଙ୍କା ଉଠାଣ କରାଯାଇଛି। କିନ୍ତୁ, ବାସ୍ତବ ସ୍ଥିତି ହେଲା, ସେଠାରେ ଗୋଟିଏ ବି ଗଛ ନାହିଁ । ଯାହାକୁ ନେଇଁ ନନ୍ଦାହାଣ୍ଡି ବ୍ଲକ ବାସିନ୍ଦା ଅସନ୍ତୋଷ ବ୍ୟକ୍ତ କରିବା ସହ ଏଠାରେ ଗଛ ଲଗାଯାଇଥିବା ଦର୍ଶାଇ ଟଙ୍କା ଆତ୍ମସାତ କରାଯାଇଛି ବୋଲି ଅଭିଯୋଗ ହୋଇଛି । ତେଣୁ, ଏହାର ପୁଙ୍ଖାନାପୁଙ୍ଖ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହୋଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏତଦବ୍ୟତୀତ ଏହାର ରକ୍ଷଣାବେକ୍ଷଣ ବାବଦରେ ଲଗାତାର 3 ବର୍ଷ ଫାଇଲ ଖୋଲା ଯାଇଥିବା ଦେଖିବାକୁ ମିଳିଛି । କିନ୍ତୁ, ବର୍ତମାନ ସୁଦ୍ଧା ରକ୍ଷଣାବେକ୍ଷଣ ବାବଦରେ ଟଙ୍କା ଖର୍ଚ୍ଚ କରାଯାଇନାହିଁ । ତେବେ, ଯେଉଁଠି ଗଛ ନାହିଁ,ସେଇଠି କାହା ସ୍ୱାର୍ଥ ରେ ରକ୍ଷଣାବେକ୍ଷଣ ପାଇଁ ଟଙ୍କା ମଞ୍ଜୁର କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ ନବରଙ୍ଗପୁର DFO ଶୁଭେନ୍ଦୁ ପ୍ରସାଦ ବେହେରା, ଟ୍ରେଞ୍ଚ ଖୋଳା ଓ ରାସ୍ତାକଡ଼ ବୃକ୍ଷରୋପଣ ଦୁର୍ନୀତି ବିଷୟରେ ଅବଗତ ନଥିବା କହିଛନ୍ତି। ଅଭିଯଗର ତଦନ୍ତ ଚାଲିଛି ଦୋଷ ସାବ୍ୟସ୍ତ ହେଲେ କାହାରିକୁ ଛଡ଼ା ଯିବନି ବୋଲି କହିଛନ୍ତି ଅଧିକାରୀ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Sponsored
mgnrega-scheme-failed-in-odisha | Argus News