ରାଜ୍ୟରୁ ଦୂର ଦେବ ଦାଦନ ସମସ୍ୟା
·1 year ago

ଅର୍ଗସ ବ୍ୟୁରୋ: ରାଜ୍ୟରୁ ଦୂର ଦେବ ଦାଦନ ସମସ୍ୟା । ଏଥିପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଦାଦନ ଜନିତ ବିସ୍ଥାପନ ଦୂର ପାଇଁ ସରକାର ଏକ ଟାସ୍କଫୋର୍ସର ଗଠନ କରିଛନ୍ତି । ଦାଦନ ସମସ୍ୟାର ନିରାକରଣ ପାଇଁ ଏହି ଟାସ୍କଫୋର୍ସ ଦିଗଦର୍ଶନ ଦେବେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠିତ ଟାସ୍କଫୋର୍ସରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସଦସ୍ୟ ଅଛନ୍ତି। ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସହ ଅନ୍ୟ ବିଭାଗର ମନ୍ତ୍ରୀ, ମୁଖ୍ୟ ସଚିବ, ଉନ୍ନୟନ କମିଶନର, ବିଭାଗୀୟ ସଚିବ ବି ଟାସ୍କଫୋର୍ସର ସଦସ୍ୟ ଅଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: