Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶେଷ ହିତାଧିକାରୀଙ୍କ ପାଖରେ ପହଞ୍ଚିବେ ସରକାର- ପ୍ରଭାତୀ ପରିଡା

Odisha

ଶେଷ ହିତାଧିକାରୀଙ୍କ ପାଖରେ ପହଞ୍ଚିବେ ସରକାର- ପ୍ରଭାତୀ ପରିଡା

Smruti Parija
Browse all articles by Smruti Parija
·1 year ago·1 min read
ଶେଷ ହିତାଧିକାରୀଙ୍କ ପାଖରେ ପହଞ୍ଚିବେ ସରକାର- ପ୍ରଭାତୀ ପରିଡା

Key Points

ସୁଭଦ୍ରାଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରଭାତୀ ପରିଡାଙ୍କ ବଡ଼ ବୟାନ ।

ଭୁବନେଶ୍ୱର: ସୁଭଦ୍ରାଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରଭାତୀ ପରିଡାଙ୍କ ବଡ଼ ବୟାନ । ଅନ୍ୟ ରାଜ୍ୟରେ ରହୁଥିବା ପ୍ରବାସୀ ମହିଳାଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା । ଜିଲ୍ଲା ସମୀକ୍ଷା ପରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଅନେକ ମାଇଗ୍ରାଣ୍ଟ ମହିଳା ରାଜ୍ୟ ବାହାରେ ଅଛନ୍ତି । ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିନାହାନ୍ତି । ସେମାନେ ଜଲଦି ଆବେଦନ କରନ୍ତୁ ସରକାର ତାଙ୍କୁ ବି ସୁଭଦ୍ରା ଟଙ୍କା ଦେବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।


ଶେଷ ହିତାଧିକାରୀଙ୍କ ପାଖରେ ସରକାର ପହଞ୍ଚିବେ । ଜାନୁଆରୀ ଶେଷ ସୁଦ୍ଧା ସୁଭଦ୍ରା ଟଙ୍କା ବହୁତ ଜଲଦି ମିଳିବ । 20 ଲକ୍ଷରୁ ଅଧିକ ମହିଳାଙ୍କୁ ଚତୁର୍ଥ ପ୍ରଯାୟରେ ଟଙ୍କା ମିଳିବା ନେଇ ସେ ସୂଚନା ଦେଇଛନ୍ତି ।


ଏବେ ସୁଦ୍ଧା ୨ ଲକ୍ଷରୁ ଅଧିକ ଆବେଦନକାରୀ କେୱାଇସି ଅପଡେଟ କରିନାହାନ୍ତି । ଯଥାଶୀଘ୍ର ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ନିବେଦନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସିଧାସଳଖ ଆକାଉଣ୍ଟକୁ ଆସୁଥିବା ଏହି ଟଙ୍କା ରାଜ୍ୟର ମହିଳାଙ୍କୁ ଦେଇଛି ନୂଆ ପରିଚୟ ଓ ବଢ଼ାଇଛି ମନୋବଳ । ମହିଳାଙ୍କୁ ସ୍ବାବଲମ୍ବୀ କରିବା ସହ ଆର୍ଥିକ କ୍ଷେତ୍ରରେ ବି ସଶକ୍ତ କରିଛି ସୁଭଦ୍ରା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କିଏ ସିଲେଇ ମେସିନ କିଣି ତ କିଏ ତେଜରାତି ଦୋକାନ କରି ରୋଜଗାରକ୍ଷମ ହେଉଛନ୍ତି । ପୂର୍ବ ଭଳି ମହାଜନୀ କି ସୁଧ କାରବାର ନୁହେଁ ବରଂ ନିଜକୁ ଆର୍ଥିକ କ୍ଷେତ୍ରରେ ସୁଦୃଢ କରୁଛନ୍ତି ମହିଳାମାନେ । କୋଟିଏରୁ ଅଧିକ ହିତାଧିକାରୀଙ୍କୁ ଲାଭାନ୍ବିତ କରୁଥିବା ଯୋଜନା ହେଉଛି ସୁଭଦ୍ରା । ଯାହା ନାରୀ ସଶକ୍ତିକରଣ ଦିଗରେ ପାଲଟିଛି ବଡ଼ ଅସ୍ତ୍ର ।


2 ଲକ୍ଷରୁ ଅଧିକ ଏବେ ବି କରିନାହାନ୍ତି KYC ଅପଡେଟ୍

Sponsored
Migrant women living in other states will also get Subhadra money - Prabhati Parida | Argus News