Chilika Lake / କିଚିରି ମିଚିରି ଶବ୍ଦରେ ମୁଖରିତ ନିଳାମ୍ବୁ ଚିଲିକା

Key Points
ଚିଲିକା ବନଖଣ୍ଡ ଅଧିନ ବାଲୁଗାଁ, ଚିଲିକା, ଟାଙ୍ଗି, ସାତପଡ଼ା ଓ ରମ୍ଭା ୫ଟି ରେଞ୍ଜରେ ୨୧ଟି ଶୁରକ୍ଷା ଶିବିର ରହିଛି। ପ୍ରତ୍ୟକ ଶିବିରରେ ୩ ରୁ ୪ ଜଣ ସୁରକ୍ଷା କର୍ମଚାରୀ ନିୟୋଜିତ ହୋଇଛନ୍ତି। ୬ଟି ଦ୍ରୁତଗାମୀ ବୋର୍ଟ ସହ ୨୪ ଘଣ୍ଟା ପାଟ୍ରୋଲିଂ କରାଯାଉଛି ।
ଚିଲିକାରେ ବିଦେଶୀ ପକ୍ଷୀଙ୍କ ସମ୍ଭାର। ଶୀତ ଆଗମନରେ ଚିଲିକାରେ ପାଦ ଥାପିଲେଣି ହଜାର ହଜାର ବିଦେଶୀ ପକ୍ଷୀ । ଚିଲିକାର ନୀଳ ଜଳରାଶି ଉପରେ ବୁଲିଲେଣି ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀ । ଯାହାକୁ ଦେଖି ପକ୍ଷୀ ପ୍ରେମୀ ମାନଙ୍କ ମଧ୍ୟରେ ଖେଳିଯାଇଛି ଆନନ୍ଦ।
କିଚିରି ମିଚିରି ଶବ୍ଦରେ ମୁଖରିତ ନିଳାମ୍ବୁ ଚିଲିକା। ଶୀତର ଆଗମନ ପୂର୍ବରୁ ଚିଲିକାରେ ପାଦଥାପିଲେଣି ବିଦେଶୀ ବିହଙ୍ଗ। ଚିଲିକାରେ ଲାଗିଲାଣି ରଙ୍ଗବେରଙ୍ଗର ଦେଶୀ ଓ ବିଦେଶୀ ପକ୍ଷୀଙ୍କ ଭିଡ଼। ଚିଲିକା ସୌନ୍ଦର୍ଯ୍ୟର ସମ୍ଭାର, ମରାଳ ମାଳିନି ନିଳାମ୍ବୁ ଚିଲିକାର ସୌନ୍ଦର୍ଯ୍ୟକୁ ଅଧିକ ବଢ଼ାଉଛନ୍ତି ବିଦେଶୀ ପକ୍ଷୀ। ସାଧାରଣତଃ ଅକ୍ଟୋବରରୁ ଫେବ୍ରୁଆରୀ ମଧ୍ୟରେ ସୁଦୂର ଅଷ୍ଟ୍ରେଲିଆ, ସାଇବେରିଆ, ରୁଷିଆ, କାଜାକିସ୍ତାନ, ଇରାନ, ଇରାକ, ମଙ୍ଗୋଲିଆ ଆଦି ଅଞ୍ଚଳରୁ ଚିଲିକାକୁ ଉଡ଼ି ଆସନ୍ତି ବିଦେଶୀ ପକ୍ଷୀ।
ଚିଲିକା ବନଖଣ୍ଡ ଅଧିନ ବାଲୁଗାଁ, ଚିଲିକା, ଟାଙ୍ଗି, ସାତପଡ଼ା ଓ ରମ୍ଭା ୫ଟି ରେଞ୍ଜରେ ୨୧ଟି ଶୁରକ୍ଷା ଶିବିର ରହିଛି। ପ୍ରତ୍ୟକ ଶିବିରରେ ୩ ରୁ ୪ ଜଣ ସୁରକ୍ଷା କର୍ମଚାରୀ ନିୟୋଜିତ ହୋଇଛନ୍ତି। ୬ଟି ଦ୍ରୁତଗାମୀ ବୋର୍ଟ ସହ ୨୪ ଘଣ୍ଟା ପାଟ୍ରୋଲିଂ କରାଯାଉଛି ।
ଚଳିତ ବର୍ଷ ନଭେମ୍ବର ମାସ ପୂର୍ବରୁ ପକ୍ଷୀଙ୍କ ଆଗମନ ଦେଖୀ ଖୁସିବ୍ୟକ୍ତ କରିଛନ୍ତି ବନବିଭାଗ ଓ ପରିବେଶବିତ୍ । ସାଇବେରିଆରୁ ଅଧିକ ପ୍ରଜାତିର ପକ୍ଷୀମାନେ ଚିଲିକାକୁ ଆସିବା ସହ ଏଠାରେ ଅଣ୍ଡାଦାନ ମଧ୍ୟ କରିଥାନ୍ତି। ୨୦୧୬-୧୭ ପକ୍ଷୀ ଗଣନାରେ ୧୦୦ ପ୍ରଜାତିର ୯.୨୪ ଲକ୍ଷ ପକ୍ଷୀଙ୍କ ଆଗମନ ହୋଇଥିଲା। ତା'ପରଠାରୁ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି । ୨୦୨୫ ପକ୍ଷୀ ଗଣାନରେ ସଂଖ୍ୟା ୧୧ ଲକ୍ଷରୁ ଅଧିକ ପକ୍ଷୀ ଆସିଛନ୍ତି।
ଚିଲିକାରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା:-
୨୦୨୫- ୧୯୬ ପ୍ରଜାତିର ୧୧,୨୭,୨୨୮ ବିଦେଶୀ ପକ୍ଷୀ
୨୦୨୪ - ୧୮୯ ପ୍ରଜାତିର ୧୧,୩୭,୭୫୯ ବିଦେଶୀ ପକ୍ଷୀ
୨୦୨୩ - ୧୮୪ ପ୍ରଜାତିର ୧୧,୩୧,୯୨୯ ବିଦେଶୀ ପକ୍ଷୀ
୨୦୨୧-୨୨- ୧୦୭ ପ୍ରଜାତିର ୧୦.୭୪ ଲକ୍ଷ
୨୦୨୦-୨୧ ୧୧୧ ପ୍ରଜାତିର ୧୨.୦୪ ଲକ୍ଷ
ଚଳିତ ବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶା ବାନ୍ଧିଛି ବନବିଭାଗ । ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚିଲିକାରେ ଲକ୍ଷ ଲକ୍ଷ ପ୍ରବାସୀ ପକ୍ଷୀ ଦେଖିବାକୁ ମିଳିଥାଏ। ସେମାନଙ୍କ ମଧ୍ୟରେ ସାଇବେରିଆନ କ୍ରେନ, ଫ୍ଲେମିଙ୍ଗୋ, ଗ୍ରେଟର୍ ଫ୍ଲେମିଙ୍ଗୋ, ସ୍ପଟ-ବିଲ୍ଡ ପେଲିକାନ, ପିନଟେଲ୍ ଡକ୍, ବାର୍-ହେଡେଡ୍ ଗୁଜ ଅନ୍ୟତମ।
📱 Get Argus News App
✨Related Topics
Explore more stories