ପ୍ରଦୂଷଣ ନିୟମ ମାନୁନାହାନ୍ତି ମିଲ ମାଲିକ

ପ୍ରଦୂଷଣ ନିୟମ ମାନୁ ନାହାନ୍ତି ରାଇସ ମିଲ। ବର୍ଜ୍ୟବସ୍ତୁ ପରିଚାଳନା ଓ ଧୂଆଁ ନିଷ୍କାସନ ନିୟମ ମାନୁନାହାନ୍ତି ବରଗଡ଼ ଜିଲ୍ଲାର ବିଭିନ୍ନ ମିଲ୍। 2 ମାସ ମଧ୍ୟରେ ବରଗଡ଼ ଜିଲ୍ଲାର 8ଟି ରାଇସ ମିଲକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ୨୧ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ବରଗଡ଼ ଜିଲା ଝାଙ୍କରପାଲିସ୍ଥିତ ଲାଠ୍ ଇଣ୍ଟଷ୍ଟ୍ରିଜ୍କୁ ୩୧।୧।୨୦୨୫ରେ ନୋଟିସ କରାଯାଇଛି।
ଉକ୍ତ ରାଇସ୍ ମିଲ ଚଲାଇବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦେଇଥିବା ଅନୁମତି ଅବଧି ଆସନ୍ତା ମାର୍ଚ୍ଚ ମାସ ୩୧ତାରିଖ ସୁଦ୍ଧା ରହିଛି। ମାତ୍ର ଅନୁମତି ଦେବା ସମୟରେ ଯେଉଁ ସର୍ତ୍ତ ରଖାଯାଇଥିଲା, ସେଥିରୁ କିଛି ଏଠାରେ ଖିଲାପ୍ କରାଯାଇଛି ବୋଲି ନୋଟିସ୍ରେ ଉଲ୍ଲେଖ ରହିଛି। ଗତବର୍ଷ ଡିସେମ୍ବର ମାସ ୧୧ତାରିଖ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ ପ୍ରତିନିଧି ଦଳ ଉକ୍ତ ରାଇସ୍ ମିଲକୁ ପରିଦର୍ଶନରେ ଯାଇଥିବାବେଳେ ସେଠାରେ ଧୂଆଁ ନିଷ୍କାସନ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ଠିକ୍ ନଥିବା ଅନୁଧ୍ୟାନ କରିଥିଲେ ବୋଲି ନୋଟିସ୍ରେ ଉଲ୍ଲେଖ ରହିଛି।
📱 Get Argus News App
✨ସେହିପରି ଅତାବିରା ବ୍ଲକ ଭୁର୍ଷିପାଲିସ୍ଥିତ ଘଣ୍ଟେଶ୍ୱରୀ ରାଇସ୍ ମିଲ, ବରଗଡ଼ ବ୍ଲକ ଧାଙ୍ଗେରସ୍ଥିତ ଶ୍ରୀକ୍ରୀଷ୍ଣା ଫୁଡ୍ସ, ବରପାଲିସ୍ଥିତ ଶ୍ରୀ ମହାଲକ୍ଷ୍ମୀ ରାଇସ୍ ଇଣ୍ଡଷ୍ଟ୍ରିଜ୍, ବରଗଡ଼ ବ୍ଲକ ଧାଙ୍ଗେରସ୍ଥିତ ଶ୍ୟାମଜୀ ଫୁଡ୍ସକୁ ମଧ୍ୟ ନୋଟିସ କରାଯାଇଛି। ଗତ ଡିସେମ୍ବର ମାସରେ କଳାପାଣି ସ୍ଥିତ ଗୋଦାବରୀ ଫୁଡ ପ୍ରଡକ୍ଟସ, ଗୋବିନ୍ଦ ପୁରସ୍ଥିତ ଶ୍ରୀରାମ ଫୁଡ଼ସ ଓ ବରପାଲି ବ୍ଲକର ଶ୍ୟାମ ହୁଲର ଓ ଫ୍ଲୋରମିଲକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।