Wow ମୋମୋରେ ମିଳିବ ମିଲେଟ୍

ଭୁବନେଶ୍ୱର: ଏଣିକି ହସ୍ପିଟାଲର କ୍ୟାଣ୍ଟିନରେ ମିଳିବ ମିଲେଟ୍ । ସେହିପରି ୱାଓ ମୋମୋରେ ମିଳିବ ମିଲେଟ୍ । ବର୍ତ୍ତମାନ ରହିଛି ମିଲେଟର ଏମଏସପି 3845 । ଗତବର୍ଷ ୬ ଲକ୍ଷ ମେଟ୍ରିକ ଟନ୍ ମିଲେଟ୍ ସଂଗ୍ରହ କରାଯାଇଛି । ୩୦ଟି ୧୭୭ ଟି ବ୍ଲକରେ ମିଲେଟ୍ ଚାଷ ହେଉଛି । ଅଢେ଼ଇ ଲକ୍ଷ ହେକ୍ଟରରେ ଚାଷ ହେଉଛି ରାଗି । ଦୁଇ ଲକ୍ଷ ଚାଷୀଙ୍କୁ ଏଥିରେ ଆମେ ଯୋଡ଼ିଛୁ । ଓଡିଶା ରାଗି ଫସଲ ପାଇଁ ଉପଯୁକ୍ତ ସ୍ଥାନ ବୋଲି କହିଛନ୍ତି କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ।
ଜି-୨୦ ସମ୍ମିଳନୀ, ନୈଶ ଭୋଜିରେ ଶ୍ରୀଅନ୍ନ
ଗୁରୁବାରଠୁ ଆରମ୍ଭ ହୋଇଛି ଦୁଇ ଦିନିଆ ମିଲେଟ୍ ସମ୍ବନ୍ଧୀୟ ଅନ୍ତର୍ଜାତୀୟ ସମ୍ମିଳନୀ । ଭୁବନେଶ୍ୱର ଜନତା ମଇଦାନରେ ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯୁଗଯୁଗରୁ ପୁଷ୍ଟିଶସ୍ୟ ବା ମିଲେଟ୍ ଆମ ଖାଦ୍ୟପେୟର ଏକ ବିଶେଷ ଅଂଶ ହୋଇ ରହିଆସିଛି । ଓଡ଼ିଶାରେ ଏହାକୁ ବିଶେଷତଃ ଆଦିବାସୀ ସମ୍ପ୍ରଦାୟର କୃଷକମାନେ ଚାଷ କରି ଆସୁଛନ୍ତି । ସେମାନଙ୍କ ପାଇଁ ଏହି ମୂଲ୍ୟବାନ ଶସ୍ୟ ଆଜି ବି ବଞ୍ଚି ରହିଛି ଓ ବର୍ତ୍ତମାନର ପିଢି ପାଖରେ ପହଞ୍ଚି ପାରିଛି ।
