ଗିରଫ ହେଲେ କୋଟିପତି କିରାଣୀ ପ୍ରଦୀପ ଦାସ
·1 year ago

ବାଲେଶ୍ୱର: ଗିରଫ ହେଲେ କୋଟିପତି କିରାଣୀ ପ୍ରଦୀପ ଦାସ । ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଗତକାଲି ଭିଜିଲାନ୍ସ କରିଥିଲା ଚଢାଉ । ଦୀର୍ଘ ଦିନ ହେବ କନିଷ୍ଠ କିରାଣୀ ବାବୁ ବାଲେଶ୍ବର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାକଳୟରେ ଆସ୍ଥାନ ଜମାଇ ଆସୁଥିବାବେଳେ ଭିଜିଲାନ୍ସ ବିଶେଷ ସୂତ୍ରରୁ ଖବର ପାଇଁ ଚଢାଉ କରିଥିଲା । ୧କୋଟି ୮୫ଲକ୍ଷ ଟଙ୍କା ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ନେଇ ସୂଚନା ଦେଲେ ଭିଜିଲାନ୍ସ ଏସ୍. ପି ନରହରି ନାୟକ । ଆଜି ଅପରାହ୍ନରେ ପ୍ରଦୀପ ଦାସଙ୍କୁ କୋର୍ଟ ଫରଓ୍ବାର୍ଡ କରାଯିବ ବୋଲି ସୂଚନା ଦେଲେ ଭିଜିଲାନ୍ସ ଏସ୍. ପି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: