Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଗଜ କଲମରେ ପୋଖରୀ ଖୋଳି ଖାଇଦେଲେଣି ଅଧା ଟଙ୍କା

Banajyotshna Ray
Browse all articles by Banajyotshna Ray
·1 year ago·1 min read
କାଗଜ କଲମରେ ପୋଖରୀ ଖୋଳି ଖାଇଦେଲେଣି ଅଧା ଟଙ୍କା

ମନରେଗା ନାଁରେ ମହାଲୁଟ୍ । ପୋଖରୀ ଖୋଳାଯିବ କହି ଲକ୍ଷ ଲକ୍ଷ ଟଙ୍କା ଲୁଟ୍ । ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ବଡ଼ଛତ୍ରଙ୍ଗ ପଞ୍ଚାୟତର ଦୁର୍ଗମ ଦାବ୍ରିଗୁଡା ଗାଁରୁ । ଗାଁରେ ଜଳଛାୟା ପକଳ୍ପ ଦ୍ୱାରା ୨୦୨୪-୨୫ ଆର୍ଥିକ ବର୍ଷରେ ୧ ଲକ୍ଷ ୬୫ ହଜାର ଟଙ୍କାରେ ପୋଖରୀ ଖନନହେବା କଥା । ମେଟେରିଆଲ ବାବଦକୁ ୩୫ ହଜାର ୧୩୦ଟଙ୍କା ଥିବା ବେଳେ ଶ୍ରମିକ ମଜୁରୀ ବାବଦକୁ ୧ଲକ୍ଷ ୨୯ ହଜାର ୮୭୦ ଟଙ୍କା ଏଷ୍ଟିମେଟରେ ରହିଛି । ହେଲେ ହୋଇନି ପୋଖରୀ ଖନନ ।

ସବୁଠୁ ଆଶ୍ଚର୍ଯ୍ୟର କଥା ପୋଖରୀ ପାଇଁ ମୁଠାଏ ମାଟି ଉଠିନଥିବା ବେଳେ ଶ୍ରମିକ ମଜୁରୀ ବାବଦକୁ ୩୮ ହଜାର ୭୨୦ ଟଙ୍କା ଉଠି ସାରିଲାଣି । ପୋଖରୀ ମାଲିକ ବୁଡା ମାଝୀ ମଧ୍ୟ ଜାଣି ନାହାଁନ୍ତି ତାଙ୍କର ପୋଖରୀ ଖୋଳା ପାଇଁ ଟଙ୍କା ଆସିଛି । ଅନ୍ୟ ପକ୍ଷରେ କାମ ହୋଇଛି କହି ପୁରୁଣା ଫଟୋକୁ ଅପଲୋଡ଼ କରି ଆହୁରି ୩୩ ହଜାର ୭୯୨ଟଙ୍କା ଠିକାଦାର ଡିମାଣ୍ଡ କରିଥିବା ଅଭିଯୋଗ ହୋଇଛି ।

ଦୁର୍ନୀତିରେ କେବଳ ଠିକାଦାର ନୁହେଁ, ବିଭାଗୀୟ ଅଧିକାରୀ ଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ସରକାରୀ ଟଙ୍କା କୁ ଆତ୍ମସାତ କରୁଥିବା ଅଭିଯୋଗ କରୁଛନ୍ତି ଦୁର୍ଗମବାସୀ । ତେଣୁ ଏହାର ଭିଜିଲାନ୍ସସ୍ତରୀୟ ତଦନ୍ତ କଲେ ବହୁ ରହସ୍ୟ ଉନ୍ମୋଚନ ହେବ ବୋଲି ସାଧାରଣରେ ଦାବୀ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
millions-of-rupees-looted-in-the-name-of-pond-mining | Argus News