Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୁନ୍ଦରଗଡ଼ରେ ଚୋରା ଖଣି ଅଂଚଳ ଅନୁଧ୍ୟାନ କଲେ ଖଣି ଓ ଜଙ୍ଗଲ ମନ୍ତ୍ରୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ସୁନ୍ଦରଗଡ଼ରେ ଚୋରା ଖଣି ଅଂଚଳ ଅନୁଧ୍ୟାନ କଲେ ଖଣି ଓ ଜଙ୍ଗଲ ମନ୍ତ୍ରୀ

ସୁନ୍ଦରଗଡ଼ରେ ଚୋରା ଖଣି ଅଂଚଳ ଅନୁଧ୍ୟାନ କଲେ ଖଣି ଓ ଜଙ୍ଗଲ ମନ୍ତ୍ରୀ
ଜଙ୍ଗଲ ମନ୍ତ୍ରୀ କହିଲେ, ପୂର୍ବ ସରକାର ଅମଳରେ ହୋଇଥିବା ସମସ୍ତ କୋଇଲା ଚୋରିର ହେବ ତଦନ୍ତ
ଟଙ୍କଧର କହିଲେ, ତଦନ୍ତ ହୋଇ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ
ଗତ ୨୪ ବର୍ଷ ଧରି ଚାଲିଥିଲା ବେଧଡ଼କ କୋଇଲା ଖନନ
ବେଧଡ଼କ ଭାବେ ରଖାଯାଉଥିଲା ଷ୍ଟକ୍
ଚଢା ଦରରେ ଆଦାୟ କରାଯାଉଥିଲା ମୁନାଫା
କିନ୍ତୁ ସରକାରୀ ଖାତାକୁ କିଛି ଆସୁନଥିଲା
ପୂର୍ବରୁ ସରକାରଙ୍କୁ ଦେଖାଯାଉନଥିଲା କିଛି
ଏବେ ସରକାର ଦେଖିଲେ, ଏହାକୁ ବନ୍ଦ କରିବାକୁ ଉଦ୍ୟମ ଆରମ୍ଭ

ସୁନ୍ଦରଗଡ଼, ଏମସିଏଲ କ୍ଷେତ୍ର ଗୋପାଳପୁର ଅଞ୍ଚଳ, ହେମଗିରି ଥାନା କନିକା ସ୍ଥିତ ଆର୍ଯ୍ୟନ କୋଲ ୱାସେରୀରେ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଓ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆଙ୍କ ସହ ସାଙ୍ଗରେ ଅଛନ୍ତି ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରୀପାଠୀ। ଚୋରା ଖଣି ଅଞ୍ଚଳ ବୁଲି ଅନୁଧ୍ୟାନ କରିଛନ୍ତି। କିଭଳି କୋଇଲା ଲୁଟ୍ ହୋଇଛି, ବେଆଇନ ଭାବେ କେତେ ଖଣି ଖୋଳା ଯାଇଛି, କେତେ ପରିମାଣର କୋଇଲା ଚୋରି ହୋଇଛି, ତା’ର ଅନୁଧ୍ୟାନ ସହ ଖଣି ବିଭାଗ ଓ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରିଛନ୍ତି । ଜଙ୍ଗଲ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ କହିଛନ୍ତି ଯେ ପୂର୍ବ ସରକାର ଅମଳରେ ହୋଇଥିବା ସମସ୍ତ କୋଇଲା ଚୋରିର ତଦନ୍ତ କରାଯିବ।

ଖଣି ବିଭାଗ, ପୋଲିସ ଓ ଜିଲ୍ଳା ପ୍ରଶାସନର ମିଳିତ ଚଢଉରେ ଆର୍ଯ୍ୟନ୍ କୋଲ ୱ।ସେରି ରୁ ୯ ହଜାର 5 ଶହ ଟନ କୋଇଲା ଜବତ୍ ହୋଇଥିଲା। ଏହାପରେ କଂପାନୀ କୁ ସିଲ୍ କରିଥିଲା ପ୍ରଶାସନ। ଆଜି ଏସବୁର ତଦନ୍ତ କେତେଦୂର ଆଗେଇଛି ତାର ସମୀକ୍ଷା କହିଛନ୍ତି ମନ୍ତ୍ରୀ। ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି କାହା ପୃଷ୍ଠପୋଷକତାରେ କୋଇଲା ଲୁଟ ହେଉଥିଲା ତାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।..


ଗତ ୨୪ ବର୍ଷ ଧରି ଚାଲିଥିଲା ବେଧଡ଼କ କୋଇଲା ଖନନ । ବେଧଡ଼କ ଭାବେ ରଖାଯାଉଥିଲା ଷ୍ଟକ୍ । ଚଢା ଦରରେ ଆଦାୟ କରାଯାଉଥିଲା ମୁନାଫା କିନ୍ତୁ ସରକାରୀ ଖାତାକୁ କିଛି ଆସୁନଥିଲା । ପୂର୍ବରୁ ସରକାରଙ୍କୁ ଦେଖାଯାଉନଥିଲା କିଛି । ଏବେ ସରକାର ଦେଖିଲେ, ଏହାକୁ ବନ୍ଦ କରିବାକୁ ଆରମ୍ଭ ହୋଇଛି ଉଦ୍ୟମ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mines and Forest Minister inspects illegal mining areas in Sundargarh | Argus News