ଖଣି ମନ୍ତ୍ରଣାଳୟ ପକ୍ଷରୁ ଦୁଇ ଦିନିଆ ଖଣିମନ୍ତ୍ରୀ ସମ୍ମିଳନୀ ଆୟୋଜନ
·1 year ago

ଅର୍ଗସ ବ୍ୟୁରୋ: ଖଣି ମନ୍ତ୍ରଣାଳୟ ପକ୍ଷରୁ କୋଣାର୍କରେ ଆଜିଠୁ ଦୁଇ ଦିନିଆ ତୃତୀୟ ଜାତୀୟ ଖଣି ମନ୍ତ୍ରୀମାନଙ୍କ ସମ୍ମିଳନୀ ଆୟୋଜନ କରାଯାଉଛି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ବିକଶିତ ଭାରତ ୨୦୪୭ର ପରିକଳ୍ପନା ଅନୁଯାୟୀ ଆୟୋଜନ କରାଯାଇଛି । ଏଥିରେ ୧୬ରୁ ଅଧିକ ରାଜ୍ୟର ଖଣି ମନ୍ତ୍ରୀଙ୍କ ସମେତ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ, ଜମ୍ମୁ ଓ କଶ୍ମୀରର ଉପମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗଦେଇଛନ୍ତି ।
କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ସେପଟେ ଭୁବନେଶ୍ବର ବିମାନବନ୍ଦରରେ ବିଭିନ୍ନ ରାଜ୍ୟର ଖଣିମନ୍ତ୍ରୀଙ୍କ ସମେତ ସେମାନଙ୍କ ପ୍ରତିନିଧୀଙ୍କ ଭିଡ। କୋଣାର୍କରେ ହେବାକୁ ଥିବା ୨ଦିନିଆ ଖଣି ସମ୍ମିଳନୀରେ ଯୋଗ ଦେବେ 16 ରାଜ୍ୟର ମନ୍ତ୍ରୀ ଏବଂ ସେମାନଙ୍କ ପ୍ରତିନିଧି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡିଶା ଖବର: