ବଢିପାରେ ଧାନର MSP; କେନ୍ଦ୍ର ଆଗରେ ପ୍ରସ୍ତାବ ରଖିଲେ ପୂର୍ବ ଭାରତ ରାଜ୍ୟର ପ୍ରତିନିଧି ମଣ୍ଡଳ

ଭୁବନେଶ୍ୱର: ପୁଣି ବଢିପାରେ ଧାନର ସହାୟକ ମୂଲ୍ୟ । ଧାନ ସହ ଡାଲି ଓ ତୈଳ ଜାତୀୟ ଦ୍ରବ୍ୟର ବି ସହାୟକ ମୂଲ୍ୟ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର । ଆଜି ଏନେଇ ପୂର୍ବ ଭାରତ ରାଜ୍ୟ ସମୂହ ବୈଠକରେ କେନ୍ଦ୍ର ପାଖରେ ପ୍ରସ୍ତାବ ରଖିଛନ୍ତି ରାଜ୍ୟ ଗୁଡ଼ିକର ପ୍ରତିନିଧି ମଣ୍ଡଳୀ । ରାଜ୍ୟ ଅତିଥି ଭବନରେ ବସିଥିବା ଏକ ବୈଠକରେ Commision for agriculture costs and prices (CACP) ର ଅଧକ୍ଷ ପ୍ରଫେସର ବିଜୟ ପଲ ଶର୍ମା ଯୋଗଦେଇଥିବା ବେଳେ ଓଡ଼ିଶା, ଛତିଶଗଡ଼, ବିହାର, ପଶ୍ଚିମ ବଙ୍ଗ ଓ ଝାଡଖଣ୍ଡର ପ୍ରତିନିଧି ମଣ୍ଡଳ ଯୋଗ ଦେଇଥିଲେ ।
ଧାନ, ଗହମ, ଡାଲି ଓ ତୈଳ ଜାତୀୟ ଶସ୍ୟ କେଉଁ ରାଜ୍ୟରେ ଉତ୍ପାଦନ ଦର କେତେ ରହୁଛି ଏନେଇ ଏକ ତଥ୍ୟ କେନ୍ଦ୍ର ଆଗରେ ଉପସ୍ଥାପନା କରିଥିଲେ । ଏହି ଅନୁପାତରେ msp ର ମୂଲ୍ୟ କେତେ ବୃଦ୍ଧି କରାଗଲେ ଚାଷୀ ଉପକୃତ ହେବେ ସେନେଇ ଆଲୋଚନା ହୋଇଥିଲା । ତେବେ ଖୁବ୍ ଶୀଘ୍ର ରାଜ୍ୟ ଗୁଡ଼ିକ ଲିଖିତ ଆକାରରେ ପ୍ରସ୍ତାବ କେନ୍ଦ୍ରକୁ ପଠାଇବେ ବୋଲି ପ୍ରଫେସର ବିଜୟ ପାଲ ଶର୍ମା କହିଛନ୍ତି ।
📱 Get Argus News App
✨ନିକଟରେ ଧାନର ଏମଏସପି 3100ଟଙ୍କାକୁ ବୃଦ୍ଧି କରିଥିଲେ ରାଜ୍ୟ ସରକାର । ଧାନର ଏମଏସପି ନେଇ ଘୋଷଣା କରିବା ପରେ ଧାନ ଚାଷ ପାଇଁ ଚାଷୀମାନଙ୍କ ମଧ୍ୟରେ ଖୁବ ଉତ୍କଣ୍ଠା ବଢିଥିଲା ।