Videos
|
Odisha

ରାସନ କାର୍ଡକୁ ନେଇ ସୂଚନା ଦେଲେ ବଡ଼ ସୂଚନା ଦେଲେ ମନ୍ତ୍ରୀ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ରାସନ କାର୍ଡକୁ ନେଇ ସୂଚନା ଦେଲେ ବଡ଼ ସୂଚନା ଦେଲେ ମନ୍ତ୍ରୀ

ରାସନକାର୍ଡ କାହାର କଟିବ କାହାର ରହିବ ତାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଦ୍ବନ୍ଦ ଲାଗି ରହିଥିବା ବେଳେ ବିଧାନସଭାରେ ଏକ ବଡ଼ ସୂଚନା ଦେଇଛନ୍ତି, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।


ଗ୍ରାମାଞ୍ଚଳରେ ୧୦ ହଜାର ଓ ସହରାଞ୍ଚଳରେ ୧୫ ହଜାର ଟଙ୍କା ଆୟ ଥିଲେ ମଧ୍ୟ କଟିବନି ରାସନ କାର୍ଡ। ଏନେଇ ବିଧାନସଭାରେ ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମନ୍ତ୍ରୀ କହିଛନ୍ତି ସରକାରଙ୍କୁ ବଦନାମ କରିବା ପାଇଁ ବିରୋଧୀ ମିଛ ପ୍ରଚାର କରୁଛନ୍ତି। ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନଙ୍କର କାର୍ଡ କୌଣସି ମତେ କଟିବ ନାହିଁ। ଯେଉମାନଙ୍କ ଭଲ କୋଠା ଘର, କାର୍‍, ଭଲ ଆୟ ଥିବା ନେଇ ଯାଞ୍ଚରେ ସ୍ପଷ୍ଟ ହେଲେ କାର୍ଡ କାଟି ଦିଆଯିବ।


ଅଯୋଗ୍ୟ ହିତାଧିକାରୀ କାର୍ଡ ଫେରାଇ ଦେବାକୁ ସରକାର ଘୋଷଣା କରିବା ପରେ ବହୁ ଅଯୋଗ୍ୟ ହିତାଧିକାରୀ କାର୍ଡ ଫେରାଇ ସାରିଲେଣି। ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୨୩ ହଜାର ୧୨୬ ଜଣ ତାଲିକାରୁ କଟି ସାରିଲେଣି। ଯାହାଦ୍ବାରା ସରକାର ମାସିକ ୧୦ କୋଟି ୯୪ ଲକ୍ଷରୁ ଅଧିକ ସଞ୍ଚୟ କରି ସାରିଲେଣି।


ଅଧିକ ଯାଞ୍ଚ ନେଇ ଆୟକର ତାଲିକା ପ୍ରତି ଜିଲ୍ଲାକୁ ପଠାଯାଇଛି। ଅଧିକାରୀମାନେ ପ୍ରତି ଘରଘର ବୁଲି ଯାଞ୍ଚ କରିବେ ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନଙ୍କ କାର୍ଡ କଟାଯିବ ନାହିଁ। ମନ୍ତ୍ରୀ ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି ବାଦ୍‌ ଦିଆଇଥିବା ସ୍ଥାନରେ ନୂଆ ହିତାଧିକାରୀଙ୍କୁ ସାମିଲ କରାଯିବ। ବର୍ତ୍ତମାନ ସୁଦ୍ଧା ୯୧ ପ୍ରତିଶତ ହିତାଧିକାରୀଙ୍କ ଇକେଓ୍ବାଇସି ଯାଞ୍ଚ ସରିଲାଣି।

Minister gave information about ration cards | Argus News