Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମଦ ଓ ନିଶା କାରବାରକୁ ନେଇ ରିପୋର୍ଟ ଦେଲେ ମନ୍ତ୍ରୀ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ମଦ ଓ ନିଶା କାରବାରକୁ ନେଇ ରିପୋର୍ଟ ଦେଲେ ମନ୍ତ୍ରୀ

ପୂର୍ବ ସରକାରରେ ମଦ ମୃତ୍ୟୁ ସଂଖ୍ୟା ୫୨ ଥିଲା । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିଧାୟକ ମାନସ କୁମାର ଦତ୍ତଙ୍କ ଏସଂପର୍କିତ ପ୍ରଶ୍ନର ଉତ୍ତର ଦେଇଛନ୍ତି ଅବକାରୀ ମନ୍ତ୍ରୀ । ସେପଟେ ୨୦୨୪ରୁ ଅଦ୍ୟାବଧି ମଦରୁ ରାଜସ୍ୱ ଆଦାୟର ପରିମାଣ ହେଉଛି ୭୭୦୫୬.୧୪ କୋଟି ଟଙ୍କା । ୨୦୧୪ରେ ମଦରୁ ୨୦୦୩୮.୭୯ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିବା ବେଳେ ୨୦୨୪ ରେ ଏହା ବଢି ୭୭୦୫୬.୧୪ କୋଟି ଟଙ୍କାରେ ପହଁଚିଛି । ରାଜ୍ୟ ସରକାର ଗତ ୩ ବର୍ଷରେ ମଦରୁ ୧୯୨୦୦ କୋଟି ରାଜସ୍ବ ଆଦାୟ କରିଛନ୍ତି ।

୨୦୨୧-୨୨ରେ ୫ ହଜାର ୫୨୮ କୋଟି ରାଜସ୍ବ ଆଦାୟ ହୋଇଥିବା ବେଳେ ୨୦୨୨-୨୩ରେ ୬ ହଜାର ୪୫୫ କୋଟି ଏବଂ ୨୦୨୩-୨୪ରେ ୭୨୧୬ କୋଟି ରାଜସ୍ବ ଆଦାୟ ହୋଇଛି । ରାଜ୍ୟରେ ଲାଇସେନ୍ସ ପ୍ରାପ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ସଂଖ୍ୟା ୩୮୫୯ ରହିଛି ।

ଅନ୍ୟପଟେ ଅବକାରୀ ମନ୍ତ୍ରୀ ଅବୈଧ ମଦ ବ୍ୟବସାୟ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆର୍ଥିକ ଅଭିବୃଦ୍ଧି ଉପରେ ଆଲୋକପାତ କରିବା ସହିତ, ମନ୍ତ୍ରୀ ବେଆଇନ ମଦ କାରବାର ରୋକିବା ପାଇଁ ସରକାରଙ୍କ ପ୍ରୟାସ ଉପରେ ମଧ୍ୟ ବକ୍ତବ୍ୟ ରଖିଛନ୍ତି। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଦ୍ବାରା ପଚରା ଯାଇଥିବା ପ୍ରଶ୍ନରେ ମନ୍ତ୍ରୀ ଏଭଳି ଉତ୍ତର ପ୍ରଦାନ କରିଛନ୍ତି।

ଏହାସହ କହିଛନ୍ତି ରାଜ୍ୟରେ ମାତିଛନ୍ତି ଆନ୍ତରାଜ୍ୟ ନିଶା ବେପାରୀ । ଗତ ୩ ବର୍ଷରେ ୧୩୫୯ ଜଣ ନିଶା ବେପାରୀ ଗିରଫ ହୋଇଛନ୍ତି । ୩୦୭୭ ଲିଟର ବିଦେଶୀ ମଦ ଜବତ ହୋଇଛି । ୬୯୭୪ ଲିଟର ବିୟର ସହ ୧୪୬୩୫ ଲିଟର ଦେଶୀ ମଦ ଓ ୩୦୧୯ ଲିଟର ନକଲି ମଦ ଜବତ ହୋଇଛି । ସେପଟେ ୪୧୯୦୯ କେଜି ଗଞ୍ଜେଇ ସହ ୨୧୯୦୭ କେଜି ବାଉନ ସୁଗାର ଜବତ ହୋଇଛି । ଗୃହରେ ଏନେଇ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Minister gives report on liquor and drug trafficking | Argus News