Odisha Politics / ମନ୍ତ୍ରୀ ରଖିଲେ ଉତ୍ତର, ପିଲାଙ୍କ ପାଇଁ କ'ଣ କରିଛନ୍ତି ସରକାର...

Key Points
ରାଜ୍ୟରେ ପୂର୍ବରୁ ପିଏମ ଶ୍ରୀ ସ୍କୁଲ ନଥିଲା ଆମ ସରକାର ଆସିବା ପରେ ୪୬୨ ଗୋଟି ପିଏମ ଶ୍ରୀ ସ୍କୁଲ ହୋଇଛି ।
ସୁରୁଖୁରୁରେ ଚାଲିଛି ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ। ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗରେ ହୋଇଛି ଆଲୋଚନା। ବିଧାୟିକା ସୁଭାଷିନୀ ଜେନାଙ୍କ, ସ୍କୁଲ ଡ୍ରପାଉଟ୍ ହାର କମାଇବା ପ୍ରଶ୍ନରେ ଉତ୍ତର ରଖିଛନ୍ତି ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଡ୍ରପାଉଟ୍ ରୋକିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ। ଚାଇଲ୍ଡ ଟ୍ରପିଂ ସର୍ଭେ ହୋଇଛି ।
ଆସ ସ୍କୁଲ ଯିବା ଅଭିଯାନ କରାଯାଇ ସ୍କୁଲକୁ ପୁନର୍ବାର ପିଲାଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ କରାଯାଇଛି । ଗ୍ରାମ ପଡ଼ାରେ ବିଦ୍ୟାଳୟ ନାମ ଲେଖା ଅଭିଯାନ କରାଯାଇଛି। ପ୍ରବେଶ ଉତ୍ସବ ମାଧ୍ୟମରେ ସଚେତନ କରାଯାଇଛି। ୧୦୦ ପ୍ରତିଶତ ସ୍କୁଲରେ ନାମଲେଖା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମାଗଣା ଡ୍ରେସ୍, ସାଇକେଲ ଭଳି ଅନେକ ପଦକ୍ଷେପ ନିଆଯାଉଛି। ଅଷ୍ଟମ ଯାଏଁ ପିଏମ ପୋଷଣ ଥିଲା କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନବନ୍ ଓ ଦଶମ ପିଲା ତଥା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦ଲକ୍ଷ ୮୦ହଜାର ପିଲାଙ୍କୁ CM ପୋଷଣ ଯୋଜନାରେ ଖାଦ୍ୟ ଯୋଗାଇ ଦିଆଯାଉଛି।
୧୫ଶହ ଶିକ୍ଷକ ଭିନ୍ନକ୍ଷମ ପିଲାଙ୍କ ପାଇଁ ନିଯୁକ୍ତି କରାଯିବା ପାଇଁ ସରକାର ଚିନ୍ତା କରୁଛନ୍ତି । ରାଜ୍ୟରେ ପୂର୍ବରୁ ପିଏମ ଶ୍ରୀ ସ୍କୁଲ ନଥିଲା ଆମ ସରକାର ଆସିବା ପରେ ୪୬୨ ଗୋଟି ପିଏମ ଶ୍ରୀ ସ୍କୁଲ ହୋଇଛି । ବାଲେଶ୍ବରରେ ୩୨୯ ଜଣ ଡ୍ରପାଉଟ୍ ପିଲା ଥିବା ବେଳେ ଆମେ ୩୦୦ ଜଣଙ୍କୁ ଫେରାଇ ଆଣିଛୁ । ଆଉ ମାତ୍ର ୨୯ ଜଣ ରହିଛନ୍ତି ତାଙ୍କୁ ମଧ୍ୟ ଫେରାଇ ଆଣିବାକୁ ଉଦ୍ୟମ କରୁଛୁ।
ଅନ୍ୟପଟେ ଆଜି (ଶୁକ୍ରବାର) ଗୃହରେ ଆଗତ ହେବ ଅତିରିକ୍ତ ବଜେଟ । ପ୍ରାୟ ୧୦ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଅପରାହ୍ନରେ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।
ଗୁରୁବାରଠୁ ଆରମ୍ଭ ହୋଇଥିବା ଏହି ଶୀତକାଳୀନ ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଚଳିତ ଅଧିବେଶନରେ ମୋଟ ୨୯ଟି କାର୍ଯ୍ୟ ଦିବସ ରହିଛି । ତେବେ ବିଧାନସଭାର ଶୀତ ଅଧିବେଶନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଥମ ଦିନରେ ରାଷ୍ଟ୍ରପତି ବିଧାନସଭାରେ ଅଭିଭାଷଣ ରଖିଥିଲେ । ଶୀତ ଅଧିବେଶନର ଦ୍ଵିତୀୟ ଦିନରେ ମାନେ ଆଜି ଶୁକ୍ରବାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଡିସେମ୍ବର ୪ରୁ ବିଭିନ୍ନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ। ଏହାଆଗରୁ ୩ ଦଳ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି । ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ସରକାରକୁ ଘେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ସମସ୍ତ ପ୍ରଶ୍ନର ଜବାବ୍ ଦେବୁ ବୋଲି କହିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ୧୬ ମାସର ବିଜେପି ସରକାରର ସମସ୍ତ ଉପଲବ୍ଧିକୁ ଆମେ ଲୋକଙ୍କ ସମ୍ମୁଖରେ ଉପସ୍ଥାପନା କରିବୁ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।
📱 Get Argus News App
✨Related Topics
Explore more stories