ଜାମୁକୋଳି ଗଛ ତଳେ ଖେଳୁଥିବା ବେଳେ ବଜ୍ରପାତ: ଜଣେ ନାବାଳକଙ୍କ ମୃତ୍ୟୁ
·1 year ago

Key Points
ଜାମୁକୋଳି ଗଛ ତଳେ ଖେଳୁଥିବା ବେଳେ ବ୍ରଜପାତରେ ଜଣେ ନାବାଳକଙ୍କ ମୃତ୍ୟୁ
ଜାମୁକୋଳି ଗଛ ତଳେ ଖେଳୁଥିବା ବେଳେ ବ୍ରଜପାତରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ପଦ୍ମପୁର ସବ ଡ଼ିଭିଜନ ପାଇକମାଳ ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମର ରଞ୍ଜିତ ଧରୁଆ(୮ବର୍ଷ)ଙ୍କର ମୃତ୍ୟୁ ହୋଇଥିବା ବେଳେ ଓ ସନୋ ଡନସନା(୧୧ବର୍ଷ) ନାମକ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନ ୩ଟା ସମୟରେ କାଳବୈଶାଖୀ ସହ ବ୍ରଜପାତ ହୋଇଥିଲା।
ରଞ୍ଜିତଙ୍କୁ ଆମ୍ବୁଲାନ୍ସ ଯୋଗେ ସାଙ୍ଗେ ସାଙ୍ଗେ ନୂଆପଡ଼ା ଜିଲ୍ଲା ସରକାରୀ ଡାକ୍ତରଖାନାକୁ ନିଆ ଯାଇଥିଲା। କିନ୍ତୁ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏପାଖେ ଗୁରୁତର ଆହତ ସନୋଙ୍କୁ ପାଇକମାଳ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିଆଯାଇ ଚିକିତ୍ସା କରାଯାଇ ଥିବା ଖବର ହସ୍ତଗତ ହୋଇଛି। ମୃତକଙ୍କ ପରିବାରକୁ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: