Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାଇକେଲରୁ ଖସି ପଡି ଚାଲିଗଲା ନାବାଳକଙ୍କ ଜୀବନ

Swoyang prajna Mishra
Browse all articles by Swoyang prajna Mishra
·12 months ago·1 min read
ସାଇକେଲରୁ ଖସି ପଡି ଚାଲିଗଲା ନାବାଳକଙ୍କ ଜୀବନ

Key Points

ବାଳକ ଜଣକ ଘରୁ ସାଇକେଲ ଧରି ବାହାରକୁ ବାହାରି ପଡିଥିଲେ ।


ବାଟରେ ସାଇକେଲରୁ ଖସି ପଡି ଏକ ଖୋଲ ଭିତରେ ଫସିଯାଇଥିଲେ ।

ସାଇକେଲରୁ ପଡି ଚାଲିଗଲା ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଭୋଳବେଡା ପଞ୍ଚାୟତ ରାଇକୁଦର ଗାଁରେ । ମୃତ ନାବାଳକ ଜଣକ ହେଉଛନ୍ତି ସ୍ବର୍ଗତ ଚତୁରା ନାଏକଙ୍କ ୯ ବର୍ଷର ପୁଅ ସଞ୍ଜି ନାଏକ ବୋଲି ଜଣାପଡିଛି । ନାବାଳକ ଜଣକ ଘରୁ ସାଇକେଲ ଧରି ବାହାରକୁ ବାହାରି ପଡିଥିଲେ ।


ବାଟରେ ସାଇକେଲରୁ ଖସି ପଡି ଏକ ଖୋଲ ଭିତରେ ଫସିଯାଇଥିଲେ । ପ୍ରାୟ ଏକ ଘଣ୍ଟା ଧରି ବହୁ ପରିଶ୍ରମ ପରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତ୍ୟୁ ଖବର ପରେ ପରିବାରରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Minor boy dies after falling off bicycle | Argus News