Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜହ୍ଲାଦ ଦାଦା, ପାପ କାମ ଲୁଚାଇବାକୁ ପୁତୁରାକୁ ମାରିଦେଲା....

Odisha

ଜହ୍ଲାଦ ଦାଦା, ପାପ କାମ ଲୁଚାଇବାକୁ ପୁତୁରାକୁ ମାରିଦେଲା....

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଜହ୍ଲାଦ ଦାଦା, ପାପ କାମ ଲୁଚାଇବାକୁ ପୁତୁରାକୁ ମାରିଦେଲା....

ପାପ ଲୁଚାଇବାକୁ ନେଲା ପ୍ରାଣ
ପାଇଖାନା ଟାଙ୍କିରେ ଲୁଚାଇଥିଲା ମୃତଦେହ
ହତ୍ୟା ପଛର କାରଣ ଅତ୍ୟନ୍ତ ଘୃଣ୍ୟ

୧୫ ତାରିଖ ସନ୍ଧ୍ୟା ସମୟ । ଡେଲାଙ୍ଗ ରତନପୁରର ୧୧ ବର୍ଷର ନାବାଳକ ଆଶୀର୍ବାଦ ସାହୁ କେଉଁ ଆଡେ ନିଖୋଜ ହୋଇ ଯାଇଥିଲା । ପୁଅକୁ ନପାଇ ଅସ୍ତବ୍ୟସ୍ତ ହୋଇ ପଡିଥିଲେ ପରିବାର ଲୋକେ । ପୁଅର ନିଖୋଜ ହେବାକୁ ନେଇ ବାପା ମାଆ ଦୁହେଁ ପୋଲିସ ପ୍ରଶାନ ପାଖରେ ଗୁହାରି କରିଥିଲେ । ନିଜ ପିଲାକୁ ଫେରାଇ ଆଣିବାକୁ ହାତ ପତାଇଥିଲେ । ଏହା ପରେ ପୋଲିସ ପ୍ରଶାସନ ସମସ୍ତଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଜୋରଦାର ତଦନ୍ତ । ହେଲେ କେହି ଜାଣିନଥିଲେ ସଇତାନ ଥିଲା ଥିଲେ ତାଙ୍କର ଘର ପାଖରେ । ପାଖରେ ଥିବା ସମ୍ପର୍କୀୟ ସଇତାନ ଦାଦାର ଲୋଲୁପ ଦୃଷ୍ଟି ପଡିଥିଲା ୧୧ ବର୍ଷର ନାବାଳକ ଆଶୀର୍ବାଦ ଉପରେ ।

ନିଜର ସମ୍ପର୍କୀୟ ଦାଦା ପାଲଟିଲା ନର ରାକ୍ଷସ । ପୁତୁରାକୁ ମାରି ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲା ସେହି ନୃଶଂସ । ଦୀର୍ଘ ୬ ଦିନ ଖୋଜାଖୋଜି କରିବା ପରେ ଅଭିଯୁକ୍ତର ପାଇଖାନାରୁ ମିଳିଲା ନାବାଳକର ମୃତଦେହ । କାହାରିକୁ ସନ୍ଦେହ ନଥିଲା ଯେ ନିଜର ସମ୍ପର୍କୀୟ ଦାଦା ସେହି ପିଲା ସହ ଏପରି ନୃଶଂସ, ବିଭତ୍ସ , ନରକୀୟ କାଣ୍ଡ ଘଟେଇବ ।

ଅଭିଯୁକ୍ତ ଜଣକ ପ୍ରଭାକର ସାହୁ । ପ୍ରଭାକର ନାବାଳକକୁ ୧୫ ତାରିଖ ଦିନ ମାରି ନିଜର ପାଇଖାନା ଟାଙ୍କିରେ ଲୁଚାଇ ସେଠାରୁ ଚାଲି ଯାଇଥିଲା । ଘଟଣାର ୪ ଦିନ ପରେ ସେ ଫେରିଥିଲା । ଏବେ ପୋଲିସ ପ୍ରଶାସନ ସହ ସନ୍ଧାନୀ କୁକୁରର ତଦନ୍ତରେ ପାଇଖାନାରୁ ଶବ ମିଳିଥିବା ସହ ଆଶୀର୍ବାଦକୁ ସେହି ପ୍ରଭାକର ହତ୍ୟା କରିଥିବା ଜଣା ପଡିଛି । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ତେବେ ପ୍ରଭାକର ନାବାଳକଙ୍କ ଗୁପ୍ତାଙ୍ଗ କାଟି ହତ୍ୟା କରିଥିବା ଜଣାପଡିଛି । ଅଭିଯୁକ୍ତ ବିବାହିତ ଥିବା ବେଳେ ତାଙ୍କର ସ୍ତ୍ରୀ ଏବଂ ଝିଅ ଅନେକ ଦିନ ହେବ ତାଙ୍କ ଠାରୁ ଦୂରରେ ନିଜ ବାପଘରେ ରହୁଛନ୍ତି । ତେବେ ପିଲାଙ୍କ ପ୍ରତି ଲୋଲୁପ ଦୃଷ୍ଟି ଥିବାରୁ ଏପରି ଜଘନ୍ୟ କାଣ୍ଡ ଘଟାଇଥିବା ସମ୍ପର୍କୀୟ କିଛି ଗ୍ରାମବାସୀ ମତ ଦେଇଛନ୍ତି।ଏଥିସହ ଭିଯୁକ୍ତକୁ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି । କିନ୍ତୁ ପ୍ରକୃତରେ କେଉଁ କାରଣ ପାଇଁ ସେ ଆଶୀର୍ବାଦକୁ ମାରିଛି ତାର ସ୍ପଷ୍ଟ କାରଣ ତଦନ୍ତ ପରେ ହିଁ ଜଣାପଡିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
minor boy killed by his relative uncle | Argus News