Videos
|
Odisha

କେନାଲରେ ଭାସିଯାଇ ନାବାଳକ ନିଖୋଜ

Ritu Das
Browse all articles by Ritu Das
·1 year ago·1 min read
କେନାଲରେ ଭାସିଯାଇ ନାବାଳକ ନିଖୋଜ

Key Points

କେନାଲରେ ଭାସିଗଲା ୮ବର୍ଷର ପୁଅ

ଗାଁକୁ ବୁଲିବାକୁ ଯାଇ ସାଇକେଲ ଯୋଗେ ଫେରୁଥିଲା

କଲଭର୍ଟରୁ ଖସିପଡି କେନାଲରେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି


କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଜଣେ ୮ ବର୍ଷର ନାବାଳକ ଗାଁକୁ ବୁଲିବାକୁ ଯାଇ ସାଇକେଲ ଯୋଗେ ଫେରୁଥିବା ବେଳେ ଗ୍ରାମ ନିକଟରେ ରେ ଥିବା କଲଭର୍ଟରୁ ଖସିପଡି କେନାଲରେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଆଳି ଥାନା ଗୋବିନ୍ଦପୁର ଗ୍ରାମର ଅଭିମନ୍ୟୁ ବାରିକଙ୍କ ଏକ ମାତ୍ର ପୁଅ ମାନସ ଗାଁକୁ ବୁଲିବାକୁ ଯାଇଥିଲେ। ଗାଁ ମଝିରେ ଯାଇଥିବା ଖରସ୍ରୋତା ନଦୀର ଶାଖା କେନାଲ ମାହାରା ନିକଟରେ ଥିବା କଲଭର୍ଟରେ ସେ ଯାଉଥିବା ସମୟରେ ବନ୍ୟା ଜଳର ଉଛୁଳା ଜଳସ୍ରୋତରେ ସେ ଖସିପଡି ଥିଲେ l


ଫଳରେ ସେ ଭାସିଯାଇଥିଲେ। ଘଟଣା ର ୩ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏଯାଏ ତାଙ୍କର କୌଣସି ସୂଚନା ମିଳିପାରିନାହିଁ l ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଜାରି ରଖିଥିବା ସୂଚନା ମିଳିଛି l ଅପରପକ୍ଷେ ଆଳି -ଗୋବିନ୍ଦପୁର ରାସ୍ତା ଶୋଚନୀୟ ଅବସ୍ଥାରେ ଥିବାରୁ ଦମକଳ ଗାଡି ବିଳମ୍ବରେ ପହଞ୍ଚିଥିଲା ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
minor-boy-missing-after-being-swept-away-in-canal | Argus News