Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Puri Double Murder / ନାବାଳକକୁ ମାରି ପାଣି ଟାଙ୍କିରେ ଫିଙ୍ଗିଥିଲେ

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ନାବାଳକକୁ ମାରି ପାଣି ଟାଙ୍କିରେ ଫିଙ୍ଗିଥିଲେ

Key Points

ପୁରୀ ଭଳି ପର୍ଯ୍ୟଟନ କ୍ଷେତ୍ରରେ ଗତ ୨୪ ଘଣ୍ଟାରେ ଦୁଇ ଦୁଇଟି ମର୍ଡର ହୋଇଥିବାରୁ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହୋଇଛି ।

ପୁରୀରେ ୨୪ ଘଣ୍ଟାରେ ଦୁଇ ଦୁଇଟି ମର୍ଡର । ଟାଇଲ ମିସ୍ତ୍ରୀକୁ ହତ୍ୟା ପରେ ଜଣେ ନାବାଳକର ନେଲେ ଜୀବନ । ପୋଲିସକୁ ଚ୍ୟାଲେଞ୍ଜ ଦେଇ ଅପରାଧ ଘଟାଉଛନ୍ତି ଅପରାଧୀ । ଭୟଭୀତ ଅବସ୍ଥାରେ ପୁରୀ ସହରବାସୀ ଓ ପର୍ଯ୍ୟଟକ ।

ଗତ ୨୪ ଘଣ୍ଟାରେ ପୁରୀରେ ଘଟିଛି ଡବଲ୍ ମର୍ଡର । ଗତକାଲି ଜଣେ ନାବାଳକର ମୃତଦେହ ଶ୍ରୀସେତୁ ନିକଟ ଜଳଭଣ୍ଡାରରୁ ପୋଲିସ ଉଦ୍ଧାର କରିଥିବା ବେଳେ ଗୁରୁବାର ସ୍ପଟରେ ସଦରଥାନା ପୋଲିସ ଓ ସାଇନଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ନାବାଳକ ହେଉଛନ୍ତି ପୁରୀ ଟାଉନଥାନା ଅଞ୍ଚଳର ସୂର୍ଯ୍ୟ ସାହୁ । ନାବାଳକୁ ହତ୍ୟାକରି ଫିଙ୍ଗି ଦେଇଥିବା ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ମୃତକଙ୍କ ମା । ମୃତ ନାବାଳକ ମଙ୍ଗଳବାର ଦିନ ଜଳଖିଆ ଆଣିବାକୁ ଯାଇ ଆଉ ଘରକୁ ଫେରିନଥିଲା ।

ଏନେଇ ଥାନାରେ ନିଖୋଜ ପରେ ନାବାଳକର ମୋବାଇଲ ଟ୍ରେସ୍ କରି ଶ୍ରୀସେତୁ ନିକଟ ଜଳଭଣ୍ଡାରରୁ ମୃତ ଦେହ ଠାବ କରିଥିଲା ପୋଲିସ । ନାବାଳକର ମୁଣ୍ଡରେ ଗଭୀର ଆଘାତ ଲାଗିଥିବାର ଦେଖିବାକୁ ମିଳିଥିଲା । ପୂର୍ବ ଶତ୍ରୁତାକୁ ନେଇ ନାବାଳକକୁ ସେହି ଅଞ୍ଚଳର କିଛି ଯୁବକ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ସେପଟେ ଗତକାଲି ପୁରୀ ପେଣ୍ଠକଟା ମେରାଇନ୍ ଥାନା ବ୍ରାହ୍ମଣପୋଖରୀ ସନାତନ ବିହାରରେ ଜଣେ ଟାଇଲ୍ ମିସ୍ତ୍ରୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ହାତୁଡ଼ିରେ ମାରିମାରି ଅତି ନୃସଂସ ଭାବରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପଶ୍ଚିମବଙ୍ଗ ମେଦିନୀପୁରର ଟାଇଲ୍ ମିସ୍ତ୍ରୀ ଶେଖ୍ ନୋରା ଆଲମ୍ ଆଲିଆସ୍ ରାଜେଶଙ୍କ କିଛି ସହଯୋଗୀଙ୍କ ସହ ବଚସା ହୋଇଥିଲା । ଏଥିରେ ତାର ସହଯୋଗୀ ଉତକ୍ଷିପ୍ତ ହୋଇ ହାତୁଡ଼ିରେ ଛେଚି ହତ୍ୟା କରି ଫେରାର୍ ହୋଇଯାଇଥିଲା । ପେଣ୍ଠକଟା ମେରାଇନ୍ ଥାନା ପୋଲିସ ପଶ୍ଚିମବଙ୍ଗ ଯାଇ ଅଭିଯୁକ୍ତ ମୁଶାରଫ୍‌କୁ ଗିରଫ କରିଛି । ପୁରୀ ଭଳି ପର୍ଯ୍ୟଟନ କ୍ଷେତ୍ରରେ ଗତ ୨୪ ଘଣ୍ଟାରେ ଦୁଇ ଦୁଇଟି ମର୍ଡର ହୋଇଥିବାରୁ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Puri Double Murder | Minor Boy Murdered Near Puri Shree Setu | Body Found In Water Reservoir | Argus News