Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାସ୍ତା ମଝିରେ ନାବାଳକଙ୍କ ବିପଦଜ୍ଜନକ ଷ୍ଟଣ୍ଟ: ଭିଡିଓ ଭାଇରାଲ

Ritu Das
Browse all articles by Ritu Das
·10 months ago·1 min read
ରାସ୍ତା ମଝିରେ ନାବାଳକଙ୍କ ବିପଦଜ୍ଜନକ ଷ୍ଟଣ୍ଟ: ଭିଡିଓ ଭାଇରାଲ

Key Points

ଭ୍ୟୁ ଏବଂ ସୋସିଆଲ ମିଡିଆ ପାଇଁ ଲୋକ କିଛି ବି କରୁଛନ୍ତି। ଏଥିରୁ ବାଦ ପଡ଼ୁ ନାହାନ୍ତି ନାବାଳକ। ଏବେ ସୋସିଆଲ ମିଡିଆ ସମସ୍ତଙ୍କୁ ପାଗଳ କରିଛି।

ଭ୍ୟୁ ଏବଂ ସୋସିଆଲ ମିଡିଆ ପାଇଁ ଲୋକ କିଛି ବି କରୁଛନ୍ତି। ଏଥିରୁ ବାଦ ପଡ଼ୁ ନାହାନ୍ତି ନାବାଳକ। ଏବେ ସୋସିଆଲ ମିଡିଆ ସମସ୍ତଙ୍କୁ ପାଗଳ କରିଛି। ଆମେ ନିକଟରେ ଦେଖିଛେ ସୋସିଆଲ ମିଡିଆ ବନ୍ଦ ହେବାରୁ ନେପାଳରେ ସରକାର ଭାଙ୍ଗିଗଲା। ଯୁବପିଢି ଏବେ ସୋସିଆଲ ମିଡିଆକୁ ନିଜ ଜୀବନର ଏକ ଅଂଶ ବୋଲି ମାନି ନେଇଛନ୍ତି। କିନ୍ତୁ କିଛି ଜଣ ଏହାର ଭୁଲ ଫାଇଦା ମଧ୍ୟ ଉଠାଉଛନ୍ତି। ଜୀବନକୁ ବି ବାଜି ଲଗାଇବାକୁ ପଛାଉ ନାହାନ୍ତି।


ପୁରୀରେ ଯୁବପିଢିଙ୍କ ବିପଦଜନକ ରିଲ୍ସ ନିଶା । ରାସ୍ତା ମଝିରେ ନାବାଳକଙ୍କ ବିପଦଜ୍ଜନକ ଷ୍ଟଣ୍ଟ । ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ଭିଡିଓ । ଜଣେ ନାବାଳକ ସ୍କୁଟିର ଚକାକୁ ଆଗକୁ ଉଠାଇ ଗୋଟିଏ ଚକାରେ ଗାଡି ଚଳାଉଥିବା ଦେଖାଦେଇଛି l ନାବାଳକ ଏପରି ଗାଡିରେ ବିପଜ୍ଜନକ ଭାବେ ଷ୍ଟଣ୍ଟ କରିବା ନିଜ ଜୀବନ ସହ ରାସ୍ତାରେ ଯାଉଥିବା ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଇପାରେ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ତେବେ କିଛି ଦିନ ପୂର୍ବରୁ ଜଣେ ଯୁବକ ବୁଲେଟ୍ ରେ ଷ୍ଟଣ୍ଟ୍ କରିବାରୁ ତାଙ୍କୁ ପୁରୀ RTO ୧୩ ହଜାର ଟଙ୍କାର ଜରିମାନା ପକାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Minor Performs Dangerous Stunt on Road, Video Goes Viral | Argus News | Argus News