Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚଳନ୍ତା ଅଟୋରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ , ପ୍ରତିବାଦ କରିବାରୁ ପେଟ୍ରୋଲ ଢାଳିବା ଧମକ

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
ଚଳନ୍ତା ଅଟୋରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ , ପ୍ରତିବାଦ କରିବାରୁ ପେଟ୍ରୋଲ ଢାଳିବା ଧମକ

Key Points

ଅଟୋରେ ନାବାଳିକାକୁ ଯୌନ ନିର୍ଯାତନା !

ପ୍ରତିବାଦ କରିବାରୁ ପେଟ୍ରୋଲ ଢ଼ାଳି ମାରିଦେବାକୁ ଧମକ

ଥାନାରେ ଅଭିଯୋଗ କରିଛନ୍ତି ନାବାଳିକା

କଟକରେ ଚାଞ୍ଚଲ୍ୟ। ଜାତୀୟ ରାଜପଥରେ ଚଳନ୍ତା ଅଟୋରେ ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗ। ଏହାର ପ୍ରତିବାଦ କରିବାରୁ ନାବାଳିକାକୁ ପେଟ୍ରୋଲ ଢ଼ାଳି ମାରିଦେବାକୁ ଧମକ ଦେଇଛନ୍ତି । ଯାହାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ନାବାଳିକା ଜଣକ। ଗତ 8 ତାରିଖରେ ନାବାଳିକା ଜଣକ ଜଗତପୁର ଅଞ୍ଚଳରୁ ତାଙ୍କର ଜଣେ ସାଙ୍ଗଙ୍କ ସହ ବାଦାମବାଡ଼ି ଆସିଥିଲେ । ବାଦାମବାଡ଼ିରୁ କାମ ସାରି ଫେରିବା ବେଳେ ଶିଖରପୁର ନିକଟରେ ଅଟୋଚାଳକଙ୍କୁ ପାଣି ମାଗିଥିଲେ।


ପାଣି ନଥିବା ଅଟୋ ଚାଳକ କହିଥିଲେ । ସେହି ସମୟରେ ନାବାଳିକାଙ୍କ ସାଙ୍ଗ ପାଣି ଆଣିବା ପାଇଁ ପଳେଇଥିଲେ ଆଉ ସେତିକିବେଳେ ଅଟୋ ଚାଳକ ଜଣକ ନାବାଳିକାକୁ ଯୌନ ନିର୍ଯାତନା ଦେଇଥିଲା। ବାରମ୍ବାର ତାଙ୍କୁ ଛୁଇଁବା ପାଇଁ ଚେଷ୍ଟା କରି ନିର୍ଯ୍ୟାତନା ଦେଇଥିଲା। ତେବେ ଏ ନେଇ ନାବାଳିକା ଜଣକ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଲାଛନ୍ତି । ଯାହାକୁ ନେଇ ପିଡିତାଙ୍କ ବୟାନ ରେକର୍ଡ କରାଯାଇଛି। ଅନ୍ୟପଟେ ଅଭିଯୁକ୍ତ ଅଟୋ ଡ୍ରାଇଭର କୁ ଗିରଫ କରାଯାଇଛି। ଅଭିଯୁକ୍ତର ଘର ଜଗତସିଂହପୁର ହୋଇଥିବା ବେଳେ ସେ କଟକରେ ରହି ଅଟୋ ଚଲାଉଥିବା ସୂଚନା ଦେଇଛନ୍ତି କଟକ ଡିସିପି ରସିକେଶ ଖିଲାରୀ । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚାଲିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Minor girl accused of rape in auto | Argus News