Odisha Crime News / ୪ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣା: ୨ ଯବାନଙ୍କୁ ଆଜୀବନ ଜେଲ
·10 months ago·2 min read

Key Points
ବସ୍ ଭିତରେ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଦୁଇ ଆର୍ମି ଯବାନଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ।
ବସ୍ ଭିତରେ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଦୁଇ ଆର୍ମି ଯବାନଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ। ଚଳିତ ବର୍ଷ ଜାନୁଆରୀ ମାସ ୩ ତାରିଖରେ ଗୋପାଳପୁର ଆର୍ମି ଏଡି କଲେଜର ବସ ଭିତରେ ଜଣେ ଆର୍ମି ମେଜର ୪ ବର୍ଷର ଝିଅକୁ ଦୁଷ୍କର୍ମ କରିଥିଲେ। ଏନେଇ ନାବାଳିକା ଜଣକ ନିଜ ପରିବାରକୁ ଜଣାଇବା ପରେ ପରିବାର ଲୋକେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗ ପ୍ରକାରେ ପୋଲିସ ତଦନ୍ତ କରି ଆର୍ମି ଏଡି କଲେଜର ଦୁଇ ଜଣ ସେନା କର୍ମଚାରୀଙ୍କୁ ଗିରଫ କରିଥିଲା।
ଏହାସହ ପଢ଼ନ୍ତୁ : ମାଆର ପ୍ରେମ ସମ୍ପର୍କକୁ ପୁଅର ବିରୋଧ, ହାତୁଡିରେ ପିଟି ପୁଅକୁ ହତ୍ୟାକଲା ମାଆର ପ୍ରେମିକ
ଗିରଫ ଦୁଇ ଅଭିଯୁକ୍ତ ହେଲେ ଭି.ଜୟଶ କୁମାର ଓ ହସେଲଦାର ମୁଣ୍ଡା । ଗିରଫ ପରେ ଗୋପାଳପୁର ଥାନା ପୋଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଥିଲା । ମାମଲାକୁ ନେଇ ବ୍ରହ୍ମପୁର ପୋକ୍ସୋ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା । ୯ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଥିଲା । ଆଜି ଏହି ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ରାୟ ଶୁଣାଇଛନ୍ତି । ଏହାସହ ପୀଡ଼ିତା ନାବାଳିକାଙ୍କ ପରିବାରକୁ ୧୦ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗର ୧୦ ମାସ ମଧ୍ୟରେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ରାୟ ଶୁଣାଇଥିବା ନେଇ ସୂଚନା ଦେଇଛନ୍ତି କୋର୍ଟର ପବ୍ଲିକ ପ୍ରସିକ୍ୟୁଟର।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: ଜଙ୍ଗଲ ମଧ୍ୟରୁ ମିଳିଲା ଅଧା ପୋତା କଙ୍କାଳ, ଏଣେତେଣେ ପଡ଼ିଛି ହାଡ଼ ଓ ଖପୁରି
ଚନ୍ଦକାରେ ଚାଞ୍ଚଲ୍ୟ । ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ । ଅଧା କଙ୍କାଳ ମାଟିରେ ପୋତା ଯାଇଛି । ମୁଣ୍ଡ, ଖପୁରି, ମାଢ଼ି, ଜଂଘ ହାଡ଼ ଏଣେତେଣେ ପଡ଼ିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିବା ବେଳେ କଙ୍କାଳ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
ତେବେ ଚନ୍ଦକା ଜଙ୍ଗଲରୁ ମିଳିଥିବା କଙ୍କାଳ କାହାର ? କାହାରିକୁ ହତ୍ୟା କରାଯାଇଛି ନା କେହି ମଲା ପରେ ଶରୀର ନଷ୍ଟ ହୋଇ କଙ୍କାଳ ଏଭଳି ପଡ଼ି ରହିଛି । ଲୋକେ ନାନା ସନ୍ଦେହ କରୁଥିବା ବେଳେ ପୋଲିସ, ବନ ବିଭାଗ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଫରେନସିକ୍ ଟିମ୍ ସହାୟତାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
କଙ୍କାଳଟିର ଅଧା ଅଂଶ ମାଟିରେ ପୋତି ହୋଇ ରହିଥିବା ବେଳେ ନିକଟରେ ବିଛାରି ହୋଇ ପଡ଼ିଛି ମୁଣ୍ଡ, ଖପୁରି ଓ ଅନ୍ୟ ହାଡ଼ । ଯାହାକୁ ନେଇ ହତ୍ୟା ସନ୍ଦେହ କରାଯାଉଛି । ଚନ୍ଦକା ଜଙ୍ଗଲରେ କାହାରିକୁ କୌଣସି ଜନ୍ତୁ ଶିକାର କରିଥିବା ନେଇ ବି ଅନୁମାନ କରାଯାଉଛି ।

Related Topics
Explore more stories